ଦେଖନ୍ତୁ ଭିଡିଓ: ଝରକା ପଟୁ ମୋବାଇଲ୍ ଚୋରି କରୁଥିଲା ଚୋର, ଆଉ ତାପରେ ତାସହ ଲୋକେ କଲେ କିଛି ଏପରି

 
Chora
ବିହାରର ଭିଡିଓ ହେଲା ଭାଇରାଲ । ଟ୍ରେନ୍ ରେ ଚୋରି କରୁଥିଲେ ଯୁବକ । ଯାତ୍ରୀ ମାନେ ଧରି କଲେ କିଛି ଏପରି । ଯାହା ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହେବାରେ ଲାଗିଛି ।

Chora

ବର୍ତ୍ତମାନ ସମୟର କୋଣ ଅନୁକୋଣର କୋଉ ବି ଘଟଣା ବାଦ୍ ପଡୁନି ସୋସିଆଲ ମିଡ଼ିଆରୁ । ସେ କିଛି ଭଲ ହେଉ କି ଖରାପ୍ । ସୋସିଆଲ ମିଡ଼ିଆ ନଜରରୁ କେହି ବି ଲୁଚିପାରୁ ନାହାନ୍ତି । ଏପରି ଆଉ ଏକ ଘଟଣା ଦେଖିବାକୁ ମିଳିଛି ସୋସିଆଲ ମିଡିଆରେ । 

Follow our WhatsApp channel and get all the Latest news

WhatsApp Channel (Join Now) Join Now

ଏହି ଘଟଣାଟି ବିହାରର ଭାଗଲପୁରର ବୋଲି ସାମ୍ନାକୁ ଆସିଛି । ଏହି ବାଟ ଦେଇ ଯାଉଥିବା ଏକ ଟ୍ରେନ୍ ରେ ଯୁବକ ଘଟାଇ ଥିଲେ କିଛି ଏପରି କାଣ୍ଡ । ଯାହାର ପରିଣାମ ଆପଣଙ୍କ ଆଖି ସାମ୍ନାରେ । ସୂଚନା ଅନୁସାରେ ମହିଳା ଜଣକ ଟ୍ରେନ୍ ଭିତରେ ଫୋନ୍ ରେ କଥା ହେଉଥିବା ସମୟରେ ଜଣେ ଯୁବକ ହଠାତ୍ ମୋବାଇଲ୍ ଟିକୁ ଯୁବତୀଙ୍କ ହାତରୁ ଛଡାଇ ନେଇଥିଲା ।

ଚୋର ଟିର ଭାଗ୍ୟ ସମ୍ପୂର୍ଣ ଖରାପ୍ ଥିଲା ବୋଧେ । ଟ୍ରେନ୍ ର ଅନ୍ୟ ଯାତ୍ରୀ ମାନେ ସଙ୍ଗେ ସଙ୍ଗେ ଚୋର ଟିକୁ ଧରି ପକାଇଥିଲେ । ଯାହା ପରେ ଚୋର ଟିକୁ ଖିଡକି ରେ ଝୁଲାଇ ରଖିଥିଲେ । ହେଲେ ଟ୍ରେନ୍ ଟି ଯେତେବେଳେ ଧିର ହେଲା ସେତେବେଳେ ଅନ୍ୟ କିଛି ଯୁବକ ଆସି ସେହି ଯୁବକଟିକୁ ସାଙ୍ଗରେ ନେଇ ପଳାଇଥିଲେ । ଆମେ ଆପଣଙ୍କୁ କହି ରଖୁଛୁ ଏହି ଭିଡ଼ିଓ ଟି କେଉଁ ସମୟ ଓ କେଉଁ ସ୍ଥାନର ତାହା ଜଣା ପଡି ନାହିଁ ।