ଧାରା ୩୭୦ ଉଠିବା ପରେ ସ୍ୱର୍ଗ ପରି ଦେଖା ଯାଉଛି ଜାମ୍ମୁ-କାଶ୍ମୀର, ଦେଖନ୍ତୁ ଫଟୋ ରେ କାଶ୍ମୀର ର ସୁନ୍ଦରତା

 
article 370

୧୯୪୭ ମସିହାରେ ପ୍ରଥମ ଥର ପାଇଁ ଜାମ୍ମୁ କାଶ୍ମୀରରେ ଧାରା ୩୭୦ କୁ ଲାଗୁ କରାଯାଇଥିଲା। ଏହି ଧାରାକୁ ଜାମ୍ମୁ କାଶ୍ମୀରର ତତ୍କାଳୀନ ମୁଖ୍ୟମନ୍ତ୍ରୀ ଶେଖ ଅବଦୁଲ୍ଲା କାର୍ଯ୍ୟକାରୀ କରାଇଥିଲେ। ଏହି ଧାରା ଆଧାରରେ ଜାମ୍ମୁ କାଶ୍ମୀରକୁ ସ୍ବତନ୍ତ୍ର ରାଜ୍ୟର ମାନ୍ୟତା ପ୍ରଦାନ କରାଯାଇଥିଲା। ଏହି ଧାରା ଅନୁଯାଇ ପ୍ରତିରକ୍ଷା ଦୂରସଞ୍ଚାର ଓ ବିଦେଶ ନୀତି ବ୍ୟତୀତ ଭାରତ ସରକାର ଜାମ୍ମୁ କାଶ୍ମୀର ପାଇଁ ଅନ୍ୟ କୈାଣସି ଏକତରଫା ନିଷ୍ପତ୍ତି ନେଇ ପାରୁନଥିଲେ। ଏପରିକି ଏହି ଧାରା ବଳରେ କେତେକ କାଶ୍ମୀର ବାସୀ ଭାରତର ଜାତୀୟ ପତାକାକୁ ମଧ୍ୟ ସମ୍ମାନ ଦେଉନଥିଲେ। ଯାହାଫଳରେ ଏହି ସମ୍ବେଦନଶୀଳ ରାଜ୍ୟରେ ଦିନକୁ ଦିନ ହିଂସା ଏବଂ ଆତଙ୍କବାଦ ବଢ଼ି ଚାଲିଥିଲା।

ତେବେ ୨୦୧୯ ମସିହାରେ ମୋଦି ସରକାର ଜାମ୍ମୁ କାଶ୍ମୀରରୁ ୩୭୦ ଧାରା ହଟାଇ ଦେଇଥିଲେ। ଏହାପରେ ଜାମ୍ମୁ କାଶ୍ମୀରରେ ଅନେକ ପରିବର୍ତ୍ତନ ଲକ୍ଷ୍ୟ କରାଯାଇଛି। ଯଥା ୨୦୧୯ରେ ଏଠାରେ ୫୯୪ଟି ଆତଙ୍କି ଘଟଣା ଘଟିଥିବା ବେଳେ ୨୦୨୦ରେ ଏହି ସଂଖ୍ୟା ଥିଲା ୨୪୪ ଏବଂ ୨୦୨୧ରେ ଏହା କମି କମି ମାତ୍ର ୧୫ରେ ପହଞ୍ଚିଛି।

ସେହିପରି ବିଭିନ୍ନ ହିଂସାରେ ୨୦୧୯ରେ ୫ ଜଣ ଜନସାଧାରଣ ପ୍ରାଣ ହରାଇଥିବା ବେଳେ ୨୦୨୧ରେ ଏପର୍ଯ୍ୟନ୍ତ କୋୖଣସି ଜନସାଧାରଣଙ୍କର ମୃତ୍ୟୁ ହୋଇନାହିଁ। ଏହି ସମ୍ବେଦନଶୀଳ ରାଜ୍ୟରେ ମୁତୟନ ହୋଇଥିବା ସୁରକ୍ଷାକର୍ମୀଙ୍କର ଜୀବନ ପ୍ରତି ବିପଦ ରହିଥାଏ। ୩୭୦ ଧାରା ହଟିବା ପରେ ୨୦୧୯ରେ ୨୭ଜଣ ସୁରକ୍ଷାକର୍ମୀ ସହିଦ ହୋଇଥିବା ବେଳେ ୨୦୨୦ରେ ଏହି ସଂଖ୍ୟା ବଢି ୩୩ ରେ ପହଞ୍ଚିଥିଲା ତେବେ ୨୦୨୧ରେ ମାତ୍ର ଜଣେ ସୁରକ୍ଷା କର୍ମୀ ଏଠାରେ ଦେଶ ପାଇଁ ସହିଦ ହୋଇଛନ୍ତି।