ଏଠି ଜୀବନକୁ ପାଣି ଛଡାଇ ଗାଡି ଚଳାଇଥାନ୍ତି ଲୋକେ, ଥରେ ଗଲା ପରେ ଫେରିବାର କୌଣସି ନିଶ୍ଚିନ୍ତତା ନଥାଏ

 
Road
କଣ ଆପଣ ଜାଣନ୍ତି ବିଶ୍ବରେ ଏପରି କିଛି ହାଇୱେ ରହିଛି ଯେଉଁ ହାଇୱେରେ ଗଲେ ଆପଣ ନିଜ ଜୀବନ ବି ହରାଇ ପାରନ୍ତି । ଆପଣଙ୍କ ସହ ଏପରି କିଛି ଘଟିପାରେ ଯାହା ଆପଣ ସ୍ୱପ୍ନରେ ସୁଦ୍ଧା ଭାବି ପାରିବେ ନାହିଁ । ସେହି ହାଇୱେ ଗୁଡ଼ିକ ଏତେ ଭୟଙ୍କର ଯେ ଲୋକେ ଏ ବାଟ ଦେଇ ଗଲା ବେଳେ ମୃତ୍ୟୁ ବରଣ ମଧ୍ୟ କରିଥାନ୍ତି ।

ତ୍

ତେବେ ଆପଣ ଭାବୁଥିବେ ଏପରି କାହିଁକି ହୁଏ । ହାଇୱେ ବା ରାସ୍ତା ଯିବା ଆସିବା ପାଇଁ ହିଁ ନିର୍ମାଣ କରା ଯାଇଥିବା ବେଳେ ଏହି ହାଇୱେ ଗୁଡିକରେ ଏଭଳି କଣ ରହିଛି ଯେଉଁଥି ପାଇଁ ମୃତ୍ୟୁର ମଧ୍ୟ ସମ୍ଭାବନା ରହିଛି । ତେବେ ଆମେ ଆପଣଙ୍କୁ କହି ରଖୁଛୁ ଏପରି ଭୟଙ୍କର ହାଇୱେ ଚୀନ , ଋଷିଆ , ଅଷ୍ଟ୍ରେଲିଆ ଆଦି ଦେଶ ମାନଙ୍କରେ ରହିଛି ।

ଚୀନର ଜିଙ୍ଗଗାଙ୍ଗ ଯୁଗଅଟେନମସ ହାଇୱେ ହେଉଛି ସେହିଭଳି ଭୟଙ୍କର ହାଇୱେ ମଧ୍ୟରୁ ଅନ୍ୟତମ । ଏହା ୧୯୨୮ କିମି ଲମ୍ବ ଅଟେ । ଏହି ହାଇୱେଟି ସମ୍ପୂର୍ଣ ମରୁଭୂମି ଦେଇ ଯାଇଛି । ଯେଉଁଠାରେ ପ୍ରାୟ ହଜାର ହଜାର କିଲୋମିଟର ପର୍ଯ୍ୟନ୍ତ ନା ପାଣି ନା ଖାଦ୍ୟ ନା ଜନ ବସତି ରହିଛି ।

Dangerous road

ଏଭଳି ଆଉ ଏକ ହାଇୱେ ହେଉଛି ଋଷିଆର । ଯାହାର ଲମ୍ବା ହେଉଛି ୧୦୫୨ କିମି । ତେବେ କୁହାଯାଏ ଏହି ହାଇୱେ କୟେଦି ମାନଙ୍କୁ ନେଇ କରା ଯାଇଛି । ଏହି ହାଇୱେର କିଛି ଅଂଶ ମରୁଭୂମି ଓ ଆଉ କିଛି ଅଂଶ ଘଞ୍ଚ ଜଙ୍ଗଲ ଦେଇ ଯାଇଥାଏ ।

ଅଷ୍ଟ୍ରେଲିଆର ଏୟାର ହାଇୱେ ଆଉ ଏକ ଅନ୍ୟତମ । ଏହି ହାଇୱେର ଲମ୍ବ ସବୁଠାରୁ ଅଧିକ ହୋଇଥିବାରୁ ଏଠାରେ ଡ୍ରାଇଭର୍ ନିଜର ସନ୍ତୁଳନ ହରାଇ ଥାଏ । ଯାହା ଫଳରେ ହଜାର ହଜାର ଦୁର୍ଘଟଣା ଘଟି ସାରିଛି ଏଠାରେ ।