ବର୍ଷ ଶେଷ ସୁଦ୍ଧା ଆଉ ରାସ୍ତାରେ ରହିବନି ଖାଲ ଢିପ, ଲାଗୁ ହେବ କେନ୍ଦ୍ର ମନ୍ତ୍ରୀଙ୍କ ସ୍ପେସିଆଲ ଯୋଜନା, ଜାଣନ୍ତୁ ପୁରା ଖବର

 
Nitin gadkari

ଆଉ ରହିବନି ରାସ୍ତାରେ ଖାଲ ଢିପ। ଚଳିତ ବର୍ଷ ଶେଷ ସୁଦ୍ଧା ଦେଶର ରାସ୍ତା ବନିଯିବ ପୁରା ଚିକ୍କଣ। ଉନ୍ନତ ଧରଣର କୌଶଳି ସହିତ କରାଯିବ ରାସ୍ତାର ମରାମତି। ନା ହେବ ଠକେଇ ନା ଲୋକ ଭୋଗିବେ ଅସୁବିଧା। ଏ ନେଇ ବିଜ୍ଞପ୍ତି ଜାରି କଲେ ସରକାର।

କେନ୍ଦ୍ରୀୟ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରି ଗୁରୁବାର ଦିନ ଘୋଷଣା କରିଛନ୍ତି ଯେ ରାସ୍ତା ଗୁଡ଼ିକ ଖାଲ ଢିପ ମୁକ୍ତ ହେବ। ଏହି ନିୟମ ଜାତୀୟ ରାଜପଥ ପାଇଁ ଲାଗୁ କରାଯାଇଛି। ଗଡକରି କହିଛନ୍ତି ଯେ ଚଳିତ ବର୍ଷ ଡିସେମ୍ବର ଶେଷ ସୁଦ୍ଧା ଜାତୀୟ ରାଜପଥରେ ଖାଲ ଢିପ ଆଉ ଦେଖିବାକୁ ମିଳିବ ନାହିଁ। ଏଥରକ ଦକ୍ଷତା ଭିତ୍ତିକ ରକ୍ଷଣା ବେକ୍ଷଣ ଉପରେ ବେଶୀ ଗୁରୁତ୍ଵ ଦିଆଯିବ।

କ୍ସ୍

ସାଧାରଣତଃ ରାସ୍ତା ଗୁଡ଼ିକ ତିନୋଟି ଉପାୟରେ ନିର୍ମିତ କରାଯାଏ। ଯେପରିକି ବିଓଟି, ଇପିସି ଓ ଏଚଏମ୍। ଏକ ସାମ୍ବାଦିକ ସମ୍ମିଳନୀରେ ଗଡକରି କହିଛନ୍ତି ଯେ ବିଓଟି ମାଧ୍ୟମରେ ହିଁ ଜାତୀୟ ରାଜପଥ ଗୁଡ଼ିକର ନିର୍ମାଣ କାର୍ଯ୍ୟ କରାଯିବ। ଏହି ମାଧ୍ୟମରେ ରାସ୍ତା ଗୁଡ଼ିକର ନିର୍ମାଣ ଉନ୍ନତ ମାନର ରହିବ। କାରଣ ଇଂଜିନିୟର ମାନେ ବି ଜାଣିଛନ୍ତି ଯେ ତାଙ୍କୁ ଆଗାମୀ ୧୫ ରୁ ୨୦ବର୍ଷ ପାଇଁ ରକ୍ଷଣ ବେକ୍ଷଣ ଖର୍ଚ୍ଚ ବହନ କରିବାକୁ ପଡ଼ିବ।

Road

ବିଓଟି ପ୍ରୋଜେକ୍ଟ ମାଧ୍ୟମରେ ବେସରକାରୀ ଅଂଶୀଦାର ମାନେ ପ୍ରକଳ୍ପ ଗୁଡ଼ିକର ନିର୍ମାଣ କାର୍ଯ୍ୟ ପରିଚାଳନା କରିଥାନ୍ତି। ଏହା ପରେ ସେମାନେ ରାଜପଥ ବ୍ୟବହାରକାରୀ ମାନଙ୍କ ଠାରୁ ଫିସ କିମ୍ବା ଟୋଲ୍ ମାଧ୍ୟମରେ ନିଜର ଆୟ କରନ୍ତି। ସମସ୍ତ ପ୍ରକାରର ଅସୁବିଧାକୁ ଦୃଷ୍ଟିରେ ରଖି ଏଥର ମନ୍ତ୍ରାଳୟ ଜାତୀୟ ରାଜପଥ ଗୁଡ଼ିକର ଅଡିଟ କରିବ। ଗଡକରୀ କହିଛନ୍ତି ଏହି ପ୍ରକଳ୍ପ ପାଇଁ ଯୁବ ଇଂଜିନିୟରମାନଙ୍କୁ ନିଆଯିବ।