ଚନ୍ଦ୍ରମାର ନାମ ଶିବଶକ୍ତି ଶୁଣି ଜଳୁଛି ଋଷ ଏବଂ ଚୀନ୍‌,ଶିବଶକ୍ତି ନାମରେ ପ୍ରକମ୍ପିତ ହେବ ଚନ୍ଦ୍ରମା, ଜାଣନ୍ତୁ ପୁରା ଖବର

 
Chandrayan 3

​​​​​​ଚନ୍ଦ୍ରୟାନ -୩ ର ସଫଳତା ପରେ ସମଗ୍ର ବିଶ୍ୱର ନଜର ଏବେ ରହିଛି ଭାରତ ଉପରେ। ହୁଏ ତ ଭାରତର ସଫଳତାକୁ ସହଜରେ ହଜମ କରି ପାରୁ ନାହାଁନ୍ତି ଅନ୍ୟ ଦେଶ। ଏପଟେ ଭାରତର ଚନ୍ଦ୍ରକୁ ନେଇ ଏଭଳି ନାମକରଣ ରାଗ ସୃଷ୍ଟି କରିଛି ଅନେକ ଦେଶର ମନରେ। ନିକଟରେ  ଋଷିଆର ମୁନ ଅପରେସନ୍ ବିଫଳ ହୋଇଥିବା ହେତୁ ଭାରତର ସଫଳତା ଋଷକୁ ଏକ ବଡ ଝଟକା ପରି ଲାଗିଛି।ଏପଟେ ଚିନ୍ ମଧ୍ୟ ଦୀର୍ଘ ଦିନ ଧରି କୋଟି କୋଟି ପଇସା ଖର୍ଚ କରି ଚନ୍ଦ୍ରରେ ପହଞ୍ଚିବାରେ ବିଫଳ ହୋଇ ଆସୁଛି।

vb

ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିକଟରେ ଦକ୍ଷିଣ ଆଫ୍ରିକାରୁ ଫେରି ପହଞ୍ଚିଥିଲେ ଇସ୍ରୋ କାର୍ଯ୍ୟାଳୟରେ।ସେଠାରେ ସେ ସମସ୍ତ  ଇସ୍ରୋ ବୈଜ୍ଞାନିକମାନଙ୍କୁ ବଧାଇ ଜଣାଇବା ସହିତ ନତମସ୍ତକ ମଧ୍ୟ ହୋଇଥିଲେ। ପରେ ସେ ଲ୍ୟାଣ୍ଡର ବିକ୍ରମର ପ୍ରଥମ ଲ୍ୟାଣ୍ଡିଂ ସ୍ଥାନର ନାମ ଶିବଶକ୍ତି ବୋଲି ଘୋଷଣା କରିଥିଲେ। ଯାହା ପରେ କରତାଳିରେ କମ୍ପି ଉଠିଥିଲା ଇସ୍ରୋ କାର୍ଯ୍ୟାଳୟ।

Chandrayan

ପ୍ରଧାନମନ୍ତ୍ରୀ ନିଜ ଭାଷଣରେ ଦର୍ଶାଇଥିଲେ ଯେ ଚନ୍ଦ୍ରୟାନ -୩ ର ସଫଳତାରେ ଉଭୟ ନାରୀ ଓ ପୁରୁଷ ଶକ୍ତିର ଅବଦାନ ଅତୁଳନୀୟ। ପୁରୁଷ ଶକ୍ତିକୁ ଶିବ ଓ ନାରୀ ଶକ୍ତିକୁ ଶକ୍ତି ସହିତ ତୁଳନା କରି ଲ୍ୟାଣ୍ଡିଂ ହେବାର ସ୍ଥାନର ନାମ ଶିବଶକ୍ତି ରଖିବା ଯଥାର୍ଥ ହେବ ବୋଲି ସେ ଦର୍ଶାଇଛନ୍ତି। ଏହି ନାମ ଘୋଷଣା ହେବା ପରେ ଅନେକ ଦେଶଙ୍କୁ ଲାଗିଛି ଝଟକା।ବିଶେଷ କରି ଚୀନ ଓ ଋଷ୍ ପାଇଁ ଏହାକୁ ଗ୍ରହଣ କରିବା ନ ଥିଲା ଏତେ ସହଜ।