ଅସଫଳ ହେବ ଚନ୍ଦ୍ରଯାନ-୩? ଚନ୍ଦ୍ରରେ ଅନ୍ଧାର ପରେ ଅଚଳ ହୋଇଗଲେ ପ୍ରଜ୍ଞାନ- ବିକ୍ରମ, ପୁଣି କେବେ ଉଠିବ‍? ନ ଉଠିଲେ କଣ ହେବ?

 
Chandrayan 3

ପ୍ରଜ୍ଞାନ ଉପରେ ସମସ୍ତଙ୍କ ନଜର ରହିଥିବା ବେଳେ ପ୍ରଜ୍ଞାନ ଏବେ ବନ୍ଦ କରିଛି ନିଜ ସନ୍ଧାନ କାର୍ଯ୍ୟ। ପ୍ରଜ୍ଞାନ ଏବେ ବିଶ୍ରାମ ନେଉଛି। ଲ୍ୟାଣ୍ଡର ବିକ୍ରମ ଭିତରକୁ ଯାଇଛି ପ୍ରଜ୍ଞାନ ଶୋଇବା ପାଇଁ। ଆସନ୍ତୁ ଜାଣିବା କଣ ରହିଛି ଆଗାମୀ ପଦକ୍ଷେପ ପ୍ରଜ୍ଞାନର? ଏକ ମେସିନ୍ ହୋଇ ମଧ୍ୟ କିପରି ଶୋଇ ପାରେ ?

ଇସ୍ରୋ କହିବା ଅନୁସାରେ ଚନ୍ଦ୍ରୟାନ -୩ ରେ ରୋଭର ପ୍ରଜ୍ଞାନ ଚନ୍ଦ୍ର ପୃଷ୍ଠରେ ନିଜର ଯାତ୍ରା କରୁଥିବା ବେଳେ ଏବେ ଇସ୍ରୋର ବୈଜ୍ଞାନିକଙ୍କ ଦ୍ୱାରା ରୋଭର ପ୍ରଜ୍ଞାନ କୁ ବିଶ୍ରାମ ଦିଆ ଯାଇଛି। ଇସ୍ରୋ କହିଛି ଯେ ବର୍ତ୍ତମାନ ବିକ୍ରମ ଓ ପ୍ରଜ୍ଞାନ ଦୁହେଁ ବିଶ୍ରାମ ନେଉ ଛନ୍ତି। ମଣିଷ ପରି ଯନ୍ତ୍ର କୁ ମଧ୍ୟ ବିଶ୍ରାମର ଆବଶ୍ୟକତା ରହିଛି। ନଚେତ୍ ଓଭରଲୋଡ ହେତୁ ଏହା ଖରାପ୍ ହୋଇପାରେ।

Vikram Pragyan

ଇସ୍ରୋ ଆଉ ମଧ୍ୟ କହିଛି ଯେ, ବର୍ତ୍ତମାନ ଚନ୍ଦ୍ରରେ ସନ୍ଧ୍ୟା ଆସି ଗଲାଣି। ଆଗାମୀ ୧୪ଦିନ ଚନ୍ଦ୍ରରେ ସୂର୍ଯ୍ୟାଲୋକ ଅନୁପସ୍ଥିତିରେ ଅନ୍ଧାର ରହିବ। ଚନ୍ଦ୍ରରେ ଗୋଟିଏ ରାତି ପୃଥିବୀର ୧୪ଦିନ ସହିତ ସମାନ।ପୃଥିବୀ ସମୟ ଅନୁସାରେ ଆଗାମୀ ୧୪ଦିନ ବିକ୍ରମ ଓ ପ୍ରଜ୍ଞାନ ବିଶ୍ରାମ ନେବେ।

ରୋଭର ଏହି ଦୁଇ ସପ୍ତାହ ଧରି ନିଜର ଯାତ୍ରା ବିନା ବିଶ୍ରାମ ରେ କରିଛି।ରୋଭର ପ୍ରଜ୍ଞାନର ସବୁଠାରୁ ବଡ ଆବିଷ୍କାର ହେଉଛି ଗନ୍ଧକ। ଇସ୍ରୋ କହିଛି ରୋଭର ପ୍ରଜ୍ଞାନ ଓ ବିକ୍ରମ ଦୁହେଁ ଚାର୍ଜ କରାଯାଉଛନ୍ତି ଆଗାମୀ ୨୪ଦିନ ଅନ୍ଧାରରେ ରହିବା ପାଇଁ। ଦ୍ଵିତୀୟ ପର୍ଯ୍ୟାୟରେ ପ୍ରଜ୍ଞାନ ର ମୂଳ ଲକ୍ଷ୍ୟ ରହିବ ହାଇଡ୍ରୋଜେନ୍ ଖୋଜିବା। ଅନୁମାନ କରାଯାଉଛି ଯେ ଆଗାମୀ ୨୨ ସେପ୍ଟେମ୍ବରରେ ଚନ୍ଦ୍ର ରେ ପୁଣି ସୂର୍ଯ୍ୟ ଉଦୟ ହେବ। ଯାହା ପରେ ପୁଣି ପ୍ରଜ୍ଞାନ ତା କାର୍ଯ୍ୟ ଆରମ୍ଭ କରିଦେବ।

Vikram Pragyan

ପ୍ରଜ୍ଞାନ ଅନେକ ଗୁରୁତ୍ତ୍ୱପୂର୍ଣ ସନ୍ଧାନ ପଠାଇଥିବା ବେଳେ ଆଗକୁ ମଧ୍ୟ ଅନେକ ତଥ୍ୟ ପଠାଇବାର ଆଶା ରଖା ଯାଇଛି। ଯେହେତୁ ଆଗାମୀ ରାତ୍ରି ସମୟରେ  ପ୍ରଜ୍ଞାନ କାର୍ଯ୍ୟ କରିବା ସମ୍ଭବ ନୁହେଁ ତେଣୁ ପ୍ରଜ୍ଞାନକୁ ସୁରକ୍ଷିତ ରଖିବା ପାଇଁ ବିକ୍ରମ ମଧ୍ୟ ପଠା ଯାଇଛି। କାରଣ ଚନ୍ଦ୍ର ପୃଷ୍ଠାରେ ବାୟୁ ମଣ୍ଡଳ ନ ଥିବା ହେତୁ ସୁର୍ଯ୍ୟ କିରଣ ଜିବା ପରେ ଚନ୍ଦ୍ର ପୃଷ୍ଠରେ କୌଣସି ଉଷ୍ମତା ରହିବ ନାହିଁ ଏବଂ ଥଣ୍ଡା ମଧ୍ୟ ପ୍ରବଳ ବଢିବାରେ ଲାଗିବ। ଯାହା ଯନ୍ତ୍ରକୁ ଖରାପ୍ କରିପାରେ।ତେଣୁ ପୁର୍ବରୁ ଦୁହିଁଙ୍କୁ ସୁରକ୍ଷିତ ରଖା ଯାଇଛି।ବ