ଅର୍ଥନୀତିରେ ହେବ ବଡ଼ ପରିବର୍ତ୍ତନ, ୧ ଅକ୍ଟୋବରରୁ ବଦଳିଯିବ ଏହି ୪ ବଡ଼ ନିୟମ, ଲୋକଙ୍କ ଦୈନନ୍ଦିନ ଜୀବନ ଉପରେ ପଡିବ ପ୍ରଭାବ

 
October 1

ଆର୍ଥିକ ନିୟମରେ ହେବାକୁ ଯାଉଛି ଏକ ବଡ ପରିବର୍ତ୍ତନ। ଅକ୍ଟୋବର ୧, ୨୦୨୩ ରୁ ଆପଣ ମାନେ ସାମ୍ନା କରିବାକୁ ଯାଉଛନ୍ତି ଏକ ବଡ ପରିବର୍ତ୍ତନ। ଯେଉଁଥିରେ ଆପଣଙ୍କର ନିୟମିତ ଜୀବନ ହେବାକୁ ଯାଉଛି ପ୍ରଭାବିତ। ସରକାରଙ୍କ ଦ୍ଵାରା ଆଗାମୀ ଅକ୍ଟୋବର ମାସରେ ନିୟମରେ ହେବାକୁ ଯାଉଛି ଏକ ବଡ ପରିବର୍ତ୍ତନ।

ଛ

ତେବେ ଆସନ୍ତୁ ଜାଣିବା କଣ ସବୁ ରହିବ ଏହି ପରିବର୍ତ୍ତନ।

୧- ଲାଗୁ ହେବ ନୂତନ ପିଶିଏସ ନିୟମ : ଅକ୍ଟୋବର ମାସରୁ ଲାଗୁ ହେବାକୁ ଯାଉଛି ନୂତନ କର ସଂଗ୍ରହ ନିୟମ। ଏଥିରେ ବିଦେଶ ଭ୍ରମଣ, ବିଦେଶକୁ ଆମଦାନୀ ରପ୍ତାନି, ମ୍ୟୁଚୁଆଲ୍ ଫଣ୍ଡ କ୍ରିପ୍ଟୋ କରେନ୍ସୀ, ବିଦେଶରେ ଶିକ୍ଷା ଗ୍ରହଣ କରୁଥିବା ବ୍ୟକ୍ତିମାନେ ଅନ୍ତର୍ଭୁକ୍ତ ଅଟନ୍ତି। ଏମାନଙ୍କ ଠାରୁ କୋଡ଼ିଏ ପ୍ରତିଶତ ଟିକସ ସଂଗ୍ରହ କରାଯିବାର ବ୍ୟବସ୍ଥା ରହିଛି।

୨- ଭାରତୀୟ ସିକୁରିଟି ଆଣ୍ଡ ଏକ୍ସଚେଞ୍ଜ ବୋର୍ଡ ଅଫ ଇଣ୍ଡିଆ ନିର୍ଦ୍ଦେଶ ଦେଇଛି ଯେ ବାଣିଜ୍ୟ ଆକାଉଣ୍ଟ, ଡେମାଟ ଆକାଉଣ୍ଟ ଏବଂ ମ୍ୟୁଚୂଆଲ ଫଣ୍ଡ ନିବେଶକ ମାନେ ସେପ୍ଟେମ୍ବର ୩୦ ସୁଦ୍ଧା ନିଜ ନାମ ପଞ୍ଜିକୃତ କରାଇବା ହେବେ। ସୂଚନା ଅନୁଯାୟୀ ବର୍ତ୍ତମାନ ଏହି ସମୟ ସୀମାକୁ ୩୧ ଡିସେମ୍ବର ପର୍ଯ୍ୟନ୍ତ ବଢ଼ାଇ ଦିଆ ଯାଇଛି। ଏପରି ନ କଲେ ଆକାଉଣ୍ଟକୁ ଫ୍ରିଜ୍ କରି ଦିଆଯିବାର ବ୍ୟବସ୍ଥା ରହିଛି ।

୩- ସଞ୍ଚୟ ଯୋଜନା ପାଇଁ ଆଧାର ଓ ପାନର ଆବଶ୍ୟକତା : ପବ୍ଲିକ ପ୍ରୋଫିଡେଣ୍ଟ ପାଣ୍ଠି ଘୋଷଣା କରିଛି ଯେ SCSS ଏବଂ NSC ଆଦି ସଞ୍ଚୟ ଯୋଜନାରେ ବିନିଯୋଗ କରୁଥିବା ବ୍ୟକ୍ତିଙ୍କୁ ସେପ୍ଟେମ୍ବର ୩୦ ସୁଦ୍ଧା ସେମାନଙ୍କର ପାନ କାର୍ଡ ଓ ଆଧାର କାର୍ଡ ଦାଖଲ କରିବାକୁ ପଡ଼ିବ। ନଚେତ୍ ସେମାନଙ୍କ ଆକାଉଣ୍ଟକୁ ନିଲମ୍ବିତ କରାଯିବ।

୪- ନୋଟ୍ ଉପରେ ପ୍ରତିବନ୍ଧକ ଲଗାନ୍ତୁ : ଅକ୍ଟୋବର ଏକରୁ ଦୁଇ ହଜାର ଟଙ୍କିଆ ନୋଟ୍ କୁ ସମ୍ପୂର୍ଣ ରଦ୍ଦ କରାଯିବ। ସେପ୍ଟେମ୍ବର ତିରିଶ ସୁଦ୍ଧା ଦୁଇ ହଜାର ଟଙ୍କାର ସମ୍ପୂର୍ଣ ବଦଳି କରିବାର ନିର୍ଦ୍ଦେଶ ଜାରି ହୋଇଛି।