୩ ଲକ୍ଷ ନେଇ ସ୍ତ୍ରୀ ସୁଖ ଦେବାକୁ ଆସିଥିଲେ ମହିଳା, ହେଲେ ଯୁବକଙ୍କ ସବୁ ସୁନା ଓ ଟଙ୍କା ଲୁଟି ହେଇଗଲେ ଫେରାର୍, ଜାଣନ୍ତୁ ପୁରା ଘଟଣା

 
Mahila

ଲିଭ୍ ଇନ୍ ରିଲେଶନଶିପ ନାଁରେ ଠକେଇ ! ଏହାର ଶୀକାର ହୋଇଛନ୍ତି ଜଣେ ଯୁବକ । ଜଣେ ଯୁବତୀ ଯୁବକଙ୍କ ଠାରୁ ପଇସା ନେଇ ତାଙ୍କ ସହ ଲିଭ୍ ଇନ୍ ରେ ରହିବା ପାଇଁ ଆସିଥିଲେ । ମାତ୍ର ଯୁବକଙ୍କର ସବୁ ଟଙ୍କା ପଇସା, ସୁନା ଗହଣା ଲୁଟି ନେଇ ଏବେ ହୋଇ ଯାଇଛନ୍ତି ଫେରାର ।

ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର

Follow our WhatsApp channel and get all the Latest news

WhatsApp Channel (Join Now) Join Now

ଏଭଳି ଏକ ନିନ୍ଦନୀୟ ଘଟଣା ଦେଖିବାକୁ ମିଳିଛି ସାଞ୍ଚୋରର ହାଡେଚା ଅଞ୍ଚଳରେ । ଏପରି ଏକ ଅଭିଯୋଗ ଆଣିଛନ୍ତି ସାଞ୍ଚୋରର ନିବାସୀ ଗଣପତ୍ ଲାଲ । ଗଣପତ୍ ବିବାହିତ ଅଟନ୍ତି ।

A

ତାଙ୍କ ଅଭିଯୋଗ ଅନୁସାରେ, ତାଙ୍କ ବନ୍ଧୁ ଓଖାରାମ ଓ ହିମ୍ମତ ଭାଇଙ୍କ ଜରିଆରେ ସେ ଏକ ଯୁବତୀଙ୍କୁ ଭେଟିଥିଲେ । ଯୁବତୀଙ୍କ ନାମ ହେଉଛି ସରିତା । ତାଙ୍କ ବନ୍ଧୁ ତାଙ୍କୁ କହିଥିଲେ କି ସେ ଯଦି ସରିତାଙ୍କୁ ୪ ଲକ୍ଷ ଟଙ୍କା ଦିଅନ୍ତି ତେବେ ସେ ତାଙ୍କ ସହ ଲିଭ୍ ଇନ୍ ରେ ରହିବେ ।

ପରେ ସେମାନଙ୍କର ଡିଲ ୩ଲକ୍ଷ ୬୦ ହଜାରରେ ଫାଇନାଲ ହୋଇଥିଲା । ଗଣପତ୍ ଫୋନ୍ ପେ ଦ୍ବାରା ଟଙ୍କା ମଧ୍ଯ ପଠାଇଥିଲେ । ଡିଲ୍ ପରେ ସେମାନେ କୋର୍ଟ ଯାଇ ଏହି ରିଲେଶନଶିପକୁ ଆଇନ ସମ୍ମତ ମଧ୍ୟ କରାଇଥିଲେ । ପ୍ରଥମେ ୭୫୦୦୦ ଏବଂ ପରେ ୧୧୫୦୦୦ ଟଙ୍କା ଗଣପତ୍ ଓଖାରାମଙ୍କୁ ଦେଇଥିଲେ । 

ମାତ୍ର ସରିତା ଗଣପତଙ୍କ ସହ ଆସି ରହିବାର ତିନି ଦିନ ପରେ ଏକ ଯୁବକ ଏବଂ ତିନି ମହିଳାଙ୍କ ସହ ଗଣପତଙ୍କ ଘରେ ଥିବା ସମସ୍ତ ଟଙ୍କା ପଇସା , ସୁନା ଗହଣା ଏପରିକି ଘରର ବିଭିନ୍ନ ଜିନିଷ ନେଇ ଫେରାର ହୋଇଯାଇଛନ୍ତି ।

ଏବେ ଯୁବକ ଜଣଙ୍କ ଥାନାର ଦ୍ୱାରସ୍ଥ ହେବା ସହ ଅଭିଯୁକ୍ତ ଯୁବତି ସରିତାଙ୍କ ସମେତ ତାଙ୍କ ସହ ଥିବା ଅନ୍ୟ ବ୍ୟକ୍ତି ଏବଂ ନିଜ ବନ୍ଧୁ ଓଖାରାମ ଏବଂ ହିମ୍ମତ ଭାଇଙ୍କ ନାମରେ ଥାନାରେ ଅଭିଯୋଗ କରିଛନ୍ତି ।