ଦେଖନ୍ତୁ ଭିଡିଓ: ଦୁଇ ଭଉଣୀଙ୍କୁ ରାସ୍ତାରେ ହଇରାଣ କରୁଥିଲା ଯୁବକ, ଦୁଇ ଭଉଣୀ ମିଶି କଲେ ଏମିତି

 
Sister
ରାସ୍ତା ମଝିରେ ଦୁଇ ଭଉଣୀଙ୍କୁ ଏକୁଟିଆ ଦେଖି ଅଭଦ୍ରାମି ଆରମ୍ଭ କରିଥିଲା ରୋଡ ରୋମିଓ। ହେଲେ ପରିଣାମ ଏପରି ହୋଇଯିବ ସେ କେବେ ଭାବି ନ ଥିଲା। ନାରୀକୁ ସବୁ ଅବଳା ଦୂର୍ବଳା ଭାବୁ ଥିବା ଏପରି କିଛି ଯୁବକଙ୍କ ପାଇଁ ଏପରି ଉଚିତ୍ ଶିକ୍ଷାର ହିଁ ଆବଶ୍ୟକତା ରହିଛି।
Sister
ଦୁଇ ଭଉଣୀ ସାଙ୍ଗ ହୋଇ ଘରକୁ ଫେରୁଥିବା ବେଳେ ଏକ ରୋଡ ରୋମିଓ ସିଧା ନିଜ ବାଇକ୍ କୁ ପ୍ରଥମେ ସେମାନଙ୍କ ମଝିରେ ଚଢ଼େଇଥିଲା। ପରେ ଝିଅ ଦୁଇ ଜଣ ଯିବା ପାଇଁ ଚେଷ୍ଟା କରିବାରୁ ଗାଡ଼ିକୁ ରାଉଣ୍ଡ ରାଉଣ୍ଡ କରି ଭଉଣୀ ଦୁଇ ଜଣଙ୍କ ଚାରିପଟେ ଘୁରାଇବାକୁ ଲାଗିଲା। ସେଥିରେ ମନ ବୁଝିଲାନି ଯେ ବାଇକ୍ ରୁ ଓହ୍ଲାଇ ଦୁଇ ଭଉଣିଙ୍କ ଦେହରେ ହାତ ଲଗାଇବାକୁ ଚେଷ୍ଟା ବି କରିଥିଲା।
ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ଦେଖୁଥିବା ଲୋକ ମାନେ ଦୁଇ ଭଉଣୀଙ୍କର ଖୁବ୍ ପ୍ରଂସସା କରୁଛନ୍ତି କାରଣ ସେ ଦୁଇ ଭଉଣୀ ଯେପରି ଉଚିତ୍ ସମୟରେ ଅନ୍ୟ ଉପରେ ନିର୍ଭର ନ କରି ନିଜର ସୁରକ୍ଷା ନିଜେ କରୁଛନ୍ତି ତା ବାସ୍ତବରେ ପ୍ରଶଂସା ଯୋଗ୍ୟ ଓ ଅନ୍ୟ ମାନଙ୍କ ପାଇଁ ଉଦାହରଣ।
ଯୁବକ ଟିର ବ୍ୟବହାର ଅତିଶୟ ହେବାରୁ ଦୁଇ ଭଉଣୀ ଯୁବକ ଟିକୁ ଧରି ନିର୍ଧୁମ୍ ବାଡେଇଛନ୍ତି। ଏହି ସବୁ ଘଟଣା ନିକଟରେ ଲାଗିଥିବା ଏକ ସିସିଟିଭି କ୍ୟାମେରାରେ କୟେଦ୍ ହୋଇଛି। ଯାହା ଏବେ ଭାଇରାଲ୍ ହେବାରେ ଲାଗିଛି। ହେଲେ ଆଶ୍ଚର୍ଯ୍ୟର କଥା ସେହି ବାଟ ଦେଇ ଅନ୍ୟ ଲୋକ ମାନେ ଯାଉଥିବା ବେଳେ ମଧ୍ୟ ସାହାଯ୍ୟ କରିବା ବଦଳରେ ସମସ୍ତେ ଅଣଦେଖା କରି ଚାଲି ଯାଇଥିଲେ।