ପ୍ରେମିକାକୁ ନଦୀ ପାର କରାଇବା ପାଇଁ ନିଜେ ପୋଲ ସାଜିଗଲେ ଏହି ଯୁବକ, ଦେଖନ୍ତୁ ଭାଇରାଲ ହେଉଥିବା ଏହି ଭିଡ଼ିଓ

 
Polo

ସାଧାରଣତଃ ପ୍ରେମୀଯୁଗଳ ମାନଙ୍କର ଅନେକ ମଜାଳିଆ ଏବଂ ହୃଦୟସ୍ପର୍ଶୀ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ। ଏହାରି ଭିତରେ ଏହିପରି ଆଉ ଏକ ଭିଡ଼ିଓ ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି। ଭିଡ଼ିଓରେ ଜଣେ ବ୍ୟକ୍ତି ନିଜ ପ୍ରେମିକା ପାଇଁ ପୋଲ ସାଜି ଯାଉଥିବା ଏବଂ ତାଙ୍କ ପିଠି ଉପରେ ଯୁବତୀ ଜଣକ ନଦୀ ପାର କରୁଥିବା ଦେଖିବାକୁ ମିଳୁଛି।

Bridge

ଭାଇରାଲ ହେଉଥିବା ଏହି ଭିଡ଼ିଓରେ ଜଣେ ବ୍ୟକ୍ତି ନିଜ ପ୍ରେମିକା ସହିତ ବୁଲୁଥିବାର ଦେଖିବାକୁ ମିଳୁଛି। ଏହାରି ଭିତରେ ସେମାନଙ୍କ ରାସ୍ତାରେ ଏକ ଛୋଟ ନଦୀ ସ୍ରୋତ ଆସିଯାଏ। ଏହା ଦେଖି ଯୁବକ ଜଣକ ତୁରନ୍ତ ପୋଲ ଦୁଇ ପାର୍ଶ୍ଵରେ ଥିବା ପଥର ଉପରେ ହାତ ଓ ଗୋଡ଼ ଦେଇ ପୋଲ ଭାବରେ ଶୋଇଯାଆନ୍ତି। ଏହାପରେ ଯୁବତୀ ତାଙ୍କ ପିଠି ଉପରେ ଚଢ଼ି ନଦୀ ପାର ହୋଇଯାଆନ୍ତି। ଦେଖନ୍ତୁ ଭିଡ଼ିଓ:-

ତେବେ, ଯୁବକଜଣଙ୍କର ନିଜ ସାଥି ପ୍ରତି ଥିବା ଭଲ ପାଇବା ଲୋକଙ୍କୁ ଖୁବ ପସନ୍ଦ ଆସିଛି। hepgul5 ନାମକ ଏକ ଇଂଷ୍ଟାଗ୍ରାମ ଅକାଉଣ୍ଟରେ ଏହି ଭିଡ଼ିଓଟିକୁ ପୋଷ୍ଟ କରାଯାଇଥିବା ବେଳେ ଏପର୍ଯ୍ୟନ୍ତ ୪୮ ଲକ୍ଷରୁ ଅଧିକ ଲୋକେ ଏହାକୁ ଦେଖି ସାରିଲେଣି। କେବଳ ଏତିକି ନୁହେଁ ୪.୫ ଲକ୍ଷରୁ ଅଧିକ ଲୋକଙ୍କୁ ଏହି ଭିଡ଼ିଓ ପସନ୍ଦ ମଧ୍ୟ ଆସିଛି।