ଗୁଡ଼ି ଉଡାଉ ଉଡାଉ ଗୁଡ଼ି ସୂତାକୁ ଧରି ଉଡିଗଲେ ଯୁବକ, ୪୦ ଫୁଟ୍ ଉଚ୍ଚତାରୁ ପଡି ହେଲେ ଆହାତ, ଦେଖନ୍ତୁ ପୂରା ଘଟଣାର ଭିଡ଼ିଓ

 
Kite

ଗୁଡ଼ି ଉଡେଇବାର ଇଛା ଶ୍ରୀଲଙ୍କାରେ ଜଣକ ଜୀବନକୁ ବିପଦରେ ପକାଇ ଦେଇଥିଲାଲା। ଏକ ବଡ ଗୁଡ଼ି ଉଡ଼ାଇବାକୁ ଚେଷ୍ଟା କରୁଥିବା ବ୍ୟକ୍ତି ପ୍ରବଳ ପବନରେ ଗୁଡ଼ି ସହିତ ପ୍ରାୟ 40 ଫୁଟ ପର୍ଯ୍ୟନ୍ତ ଉଡି ଯାଇଥିଲା।

Kite

ଏହି ଘଟଣାର ଭିଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି। ଏଥିରେ ଜଣେ ବ୍ୟକ୍ତି ଗୁଡ଼ି ର ସୂତା ସହ ଉପରେ ଝୁଲୁଲୁଥିବା ଦେଖିବାକୁ ମିଳିଥିଲା, ଯାହାଙ୍କ ନାମ ନାଡ୍ରାସ ମନୋହରନ୍। ବ୍ୟକ୍ତି ଜଣକ ଲଗାତାର୍ ପବନ ସହ ଉପରକୁ ଉଡିବାରେ ଲାଗିଥିଲେ।କିଛି ଲୋକ ତାଙ୍କ ପଛେ ପଛେ ଦୋୖଡୁଥିବା ଦେଖିବାକୁ ମିଳୁଛି। ସେମାନେ ଝୁଲୁଥିବା ଲୋକଟିକୁ ଗୁଡ଼ି ସୂତା ଛାଡିବାକୁ କହୁଛନ୍ତି। ହେଲେ ବ୍ୟକ୍ତି ଜଣକ ଦୀର୍ଘ ସମୟ ପର୍ଯ୍ୟନ୍ତ ଗୁଡ଼ି ସହ ଉଡୁଥିଲେ ଏବଂ ଯେତେବେଳେ ତାଙ୍କ ହାତ ଥକିଗଲା, ସେ ସୂତାକୁ ଛାଡି ଦେଇଥିଲେ। ତଳେ ପଡ଼ିବା ପରେ ମନୋହରନ୍ କିଛି ସମୟ ଯନ୍ତ୍ରଣା ହେତୁ ସେଠାରେ ଶୋଇ ରହିଥିଲେ। ପରେ ମନୋହରନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ଜାନୁଆରୀ ମାସରେ ହେବାକୁ ଥିବା ଥାଇ ପୋଙ୍ଗଲର ଜାଫନାରେ ଗୁଡ଼ି ଉଡିବା ପାଇଁ ପ୍ରସ୍ତୁତି ଚାଲିଛି। ବହୁ ସଂଖ୍ୟକ ଶ୍ରୀଲଙ୍କା ଥାଇ ପୋଙ୍ଗଲରେ ବନ୍ଧୁ ଏବଂ ପରିବାରଙ୍କ ସହ ଗୁଡ଼ି ଉଡେଇବାକୁ ଉପଭୋଗ କରନ୍ତି। ଏହା ଏଠାରେ ଏକ ପାରମ୍ପାରିକ ଖେଳ। ବର୍ତ୍ତମାନ ଏହାର ପ୍ରସ୍ତୁତି ଚାଲିଛି। ଏହି ସମୟରେ ମନୋହରନଙ୍କ ସହ ଏହି ଦୁର୍ଘଟଣା ଘଟିଥିଲା।