'ମୁଁ ଗର୍ଭବତୀ ହେବାକୁ ଚାଁହୁଛି, ମୋ ସ୍ୱାମୀଙ୍କୁ ଜେଲରୁ ଛାଡ', କୋର୍ଟ ସାମ୍ନାରେ ମହିଳା ଦାବି କଲା ହଙ୍ଗାମା, ଜାଣନ୍ତୁ ପୁରା ଖବର

 
Mahila garbhabati

 ମୁଁ ମାଆ ହେବାକୁ ଚାହୁଁଛି । ମୋ ସ୍ଵାମୀଙ୍କ ଜେଲ୍ ରୁ ଛାଡ଼ି ଦିଅନ୍ତୁ ମାଆ ହେବା ଜଣେ ମହିଳା ର ମୌଳିକ ଅଧିକାର ଅଟେ। କୋର୍ଟ କି କୌଣସି ଆଇନ୍ ମୋତେ ସେଥିରୁ ବଞ୍ଚିତ କରି ପାରିବେ ନାହିଁ । ଏପରି ଏକ ଦାବୀ ମଧ୍ୟପ୍ରଦେଶ ହାଇକୋର୍ଟର କରା ଯାଇଛି ।

କୋର୍ଟ ନିକଟରେ ମହିଳା ଜଣକ ଦାବି କରିଛନ୍ତି ଯେ ସେ ମାଆ ହେବାକୁ ଚାହୁଁଛନ୍ତି । ତେଣୁ କୋର୍ଟ ଜେଲ୍ ରେ ଥିବା ତାଙ୍କ ସ୍ବାମୀଙ୍କୁ ୧୦ ରୁ ୧୫ ଦିନ ପର୍ଯ୍ୟନ୍ତ ମୁକ୍ତ କରି ଦିଅନ୍ତୁ । ଯେଉଁଥି ପାଇଁ ସେ ମାଆ ହୋଇ ପାରିବେ ।

Women

ମହିଳାଙ୍କର ଏହି ଦାବିକୁ ହାଇକୋର୍ଟ ମଧ୍ୟ ସମ୍ମାନ ଦେଇଛନ୍ତି । ମହିଳାଙ୍କ ଯୁକ୍ତି ଶୁଣିବା ପରେ ଏକ ଡାକ୍ତରୀ ଟିମ୍ କୁ ମହିଳା ଜଣକ ମା ହୋଇ ପାରିବେ କି ନାହିଁ ଯାନ୍ଚ କରିବା ପାଇଁ ପଠା ଯାଇଛି ।

ଜଷ୍ଟିସ ବିବେକ ଅଗ୍ରୱାଲ ଙ୍କ ବେଞ୍ଚ ଜବଲ୍ ପୁର ମେଡ଼ିକାଲ କଲେଜକୁ ଏକ ଡ଼ାକ୍ତରୀ ଟିମ୍ ଗଠନ କରିବାକୁ କୁହା ଯାଇଛି । ଏହି ଟିମ୍ ରେ ପାଞ୍ଚ ଜଣ ଡାକ୍ତର ରହିବେ , ତିନି ଜଣ ସ୍ତ୍ରୀ ରୋଗ ବିଶେଷଜ୍ଞ ଓ ଜଣେ ମାନସିକ ରୋଗ ବିଶେଷଜ୍ଞ ଓ ଅନ୍ୟ ଜଣେ ଏଣ୍ଟ୍ରୋକ୍ରାଇନୋଲୋଜିଷ୍ଟ ରହିବେ ।

ସୂଚନା ମିଳିଛି ଯେ ମହିଳାଙ୍କ ସ୍ବାମୀ ଏକ ଅପରାଧିକ ମାମଲାରେ ଇନ୍ଦୋର ସେଣ୍ଟ୍ରାଲ ଜେଲ୍ ରେ ଅଛନ୍ତି । ଜଣା ପଡିଛି ମହିଳା ଜଣକ ମାଆ ହେବେ କି ନ ହେବେ ତାର ସୂଚନା ମିଳିବା ପରେ କୋର୍ଟ ତାଙ୍କ ସ୍ବାମୀଙ୍କୁ ଛଡ଼ା ଜିବ କି ନାହିଁ ତାର ନିଷ୍ପତ୍ତି ନିଆଯିବ ।