ରିଲ୍ସ ପାଇଁ ସ୍ତ୍ରୀ ନେଇଗଲା ନିଜ ସ୍ୱାମୀର ଜୀବନ, ରିଲ୍ସ ନକରିବାକୁ କହିବାରୁ ସ୍ୱାମୀର ଗଳା କାଟି ମାରିଦେଲା ସ୍ତ୍ରୀ, ଜାଣନ୍ତୁ ପୁରା ଘଟଣା

 
Insta reels pain hatya
ଇନଷ୍ଟାଗ୍ରାମରେ ରିଲ୍ସ କରୁଥିଲା । ହେଲେ ସ୍ଵାମୀ ଏଥିପାଇଁ ବାରମ୍ବାର ବିରୋଧ କରୁଥିଲା । ଯାହା ପରେ ସବୁ ଦିନ ପାଇଁ ନିଜ ରାସ୍ତାର କଣ୍ଟାକୁ ହଟାଇ ଦେଲା ସ୍ତ୍ରୀ । ନା ଥିବ ସ୍ଵାମୀ ନା ତାକୁ କେହି ଆଉ ରିଲ୍ସ କରିବା ପାଇଁ କରିବେ ବିରୋଧ । ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଯେଉଁଥିରେ ସ୍ଵାମୀ ସ୍ତ୍ରୀକୁ ରିଲ୍ସ କରିବା ପାଇଁ ବିରୋଧ କରିବାରୁ ସ୍ତ୍ରୀ ଓ ଶାଳୀ ମିଶି ମାରି ଦେଇଛନ୍ତି ସ୍ୱାମୀକୁ ।

ର

ଏପରି ଏକ ଘଟଣା ଦେଖିବାକୁ ମିଳିଛି ବିହାର ବେଗୁସରାୟ ଥାନା ଅନ୍ତର୍ଗତ ଫପେତ୍ ଗାଆଁରେ । ସୂଚନା ଅନୁସାରେ ୬ ବର୍ଷ ପୂର୍ବେ ମହେଶ୍ୱର ରାୟ ରାଣୀଙ୍କୁ ବିବାହ କରିଥିଲେ । ଦୁହିଁଙ୍କର ଗୋଟିଏ ପୁଅ ରହିଛି । ରାଣୀଙ୍କର ଇନଷ୍ଟାଗ୍ରାମ୍ ରେ ରିଲ୍ସ କରିବା ଏକ ନିତିଦିନିଆ କାମରେ ପରିଣତ ହୋଇଥିଲା । ଯାହାକୁ ପସନ୍ଦ କରୁ ନ ଥିଲେ ମହେଶ୍ୱର ।

ଗତ ରବିବାର ଦିନ ବିଳମ୍ବିତ ରାତିରେ ଶ୍ଵଶୁର ଘର ଯାଇଥିଲେ ମହେଶ୍ୱର । ସେଠାରେ ପୋଲିସ୍ ତାଙ୍କ ମୃତ ଦେହ ଜବତ୍ କରିଛି । ପୋଲିସ୍ ପାଇଁ ମୃତ୍ୟୁଟି ସନ୍ଦେହ ଜନକ ଥିଲା । ପୋଲିସ୍ ଶବ ଟିକୁ ଜବତ୍ କରି ବ୍ୟବଚ୍ଛେଦ ପାଇଁ ନିକଟସ୍ଥ ଡାକ୍ତରଖାନାକୁ ପଠାଇଛି ।

ମୃତ ଯୁବକଙ୍କ ପରିବାରର ଅଭିଯୋଗ ଅନୁସାରେ ମହେଶ୍ୱରଙ୍କ ସ୍ତ୍ରୀ ଓ ତାଙ୍କ ଶ୍ବଶୁର ଘର ମିଶି ତାଙ୍କୁ ମାରି ଦେଇଛନ୍ତି । ମୃତ ଯୁବକଙ୍କ ବାପାଙ୍କ ଅଭିଯୋଗ ରହିଛି ଯେ ବୋହୂ ପ୍ରତିଦିନ ରିଲ୍ସ ବନାଉ ଥିବାରୁ ତାଙ୍କ ଭିତରେ କଳହ ଲାଗି ରହୁଥିଲା । ଯେଉଁଥି ପାଇଁ ରାଗରେ ରହୁଥିଲା ବୋହୂ । ଏବଂ ସୁଯୋଗ ଦେଖି ଆଜି ମାରି ଦେଇଛି ମୋ ପୁଅକୁ । 

Reels

ମହେଶ୍ୱରଙ୍କ ପିତା ମଧ୍ୟ ଅଭିଯୋଗ କରିଥିଲେ କି ରାନୀଙ୍କ ମହମ୍ମଦ ସାଜଦ ନାମକ ଜଣେ ବ୍ୟକ୍ତିଙ୍କ ସହ ଅନୈତିକ ସମ୍ପର୍କ ରଖିଥିଲେ । ଏହାପରେ ରାନୀ ପାଟିଟୁଣ୍ତ କରି ନିଜ ବାପ ଘରକୁ ପଳାଇଥିଲେ । ଏହାପରେ ରଚାଇଥିଲେ ସ୍ୱାମୀର ମର୍ଡର ପ୍ଲାନ । ରବିବାର ରାନୀ ମହେଶ୍ୱରଙ୍କୁ ନିଜ ବାପଘରକୁ ଡାକିଥିଲେ । ଏହାପରେ ସେ ନିଜ ଦୁଇ ଭଉଣୀ ଓ ପ୍ରେମିକ ସହ ମିଶି ମହେଶ୍ୱରଙ୍କୁ ହତ୍ୟା କରିଥିଲେ ।