ଦେଖନ୍ତୁ ଭିଡିଓ: ବୟଫ୍ରେଣ୍ଡ ସହ ଲୁଚିକି ଦେଖାକଲା ବେଳେ ଧରାପଡିଗଲା ଝିଅ, ଚପଲରେ ଦୁଇ ଜଣକୁ ସେକିଦେଇଗଲେ ମା'

 
Mother beat girl
ଝିଅର ପ୍ରେମ ନିଶା ଛଡାଇଦେଲା ମା' ପ୍ରେମ କରୁ କରୁ ଧରା ପଡି ଚପଲରେ ଖାଇଲେ ମାଡ । ଏମିତି ଏକ ଭିଡିଓ ସୋସିଆଲ ମିଡିଆରେ କାଫି ତେଜିରେ ଭାଇରାଲ ହୋଇଥିଲା । ତେବେ ଏହି ଭିଡିଓଟି କେଉଁ ସ୍ଥାନର ଏହା ଜଣା ପଡ଼ି ନାହିଁ । @ହସ୍ନା ଜରୁରୀ ହେ ନାମକ ଏକ ଟୁଇଟର ଆକାଉଣ୍ଟ ରେ ଏହା ପୋଷ୍ଟ କରା ଯାଇଛି । 

Girl boy

ବର୍ତ୍ତମାନ ସୁଦ୍ଧା ପାଖା ପାଖି ୧୦ ଲକ୍ଷରୁ ଅଧିକ ଲୋକ ଏହି ଭିଡ଼ିଓଟିକୁ ଦେଖି ସାରିଲେଣି । ତେବେ ଏହି ଭିଡିଓରେ ଆପଣ ଦେଖିବାକୁ ପାଇବେ ଜଣେ ଝିଅଙ୍କ ମାଆ ଛାତ ଉପରେ କିଛି ଖୋଜୁଛନ୍ତି । ଝିଅ ଛାତ ଉପରକୁ ସଜବାଜ ହୋଇ ଆସି ଥିବାରୁ ମାଆ ଙ୍କର ଏ ନେଇ ସନ୍ଦେହ ହୋଇଥିଲା । ମାଆ ଝିଅ ଆସିବାର କିଛି ସମୟ ପରେ ଛାତ ଉପରକୁ ଆସିଥିଲେ ।

Follow our WhatsApp channel and get all the Latest news

WhatsApp Channel (Join Now) Join Now

ମାଆ ଛାତ ଉପରକୁ ଆସିବା ମାତ୍ରେ ଝିଅର ବୟେଫ୍ରେଣ୍ଡ ଛାତ ଉପରେ ଥିବା ପାଣି ଟାଙ୍କି ପଛ ପଟେ ଲୁଚି ଯାଇଥିଲା । ମାଆ ବୟେଫ୍ରେଣ୍ଡକୁ ପାଣି ଟାଙ୍କି ପଛ ପଟୁ ଧରିବା ପରେ ନିଜ ଗୋଡ଼ରୁ ଚପଲ ଖୋଲି ପିଟି ଥିଲେ । ଏହା ପରେ ଯୁବକ ଜଣକ ସେଠାରୁ ଦଉଡ଼ି ପଳାଇଥିଲେ ।

 

ତା ପରେ ମାଆ ଝିଅ ପାଖକୁ ଆସି ଝିଅକୁ ମଧ୍ୟ ଚପଲ ରେ ପିଟିଥିଲେ । ଯାହାକୁ କେହି ଜଣେ ଅନ୍ୟ ଛାତ ଉପରେ ରହି ମୋବାଇଲ୍ ରେ କୟେଦ୍ କରିଥିଲେ । ଯାହା ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଉଛି ।