ଦେଖନ୍ତୁ ଭିଡିଓ: ବିନା ଟିକେଟରେ ଟ୍ରେନରେ ଯାଉଥିଲେ ପୋଲିସ ବାବୁ, ଟିଟିଇ ଜାଣିଦେବା ପରେ ଘଟିଲା ଏମିତି

 
Train tte

ଭାରତର ଆଇନ୍ ବିଭାଗରେ ଦେଖା ଦେଇଛି ଏକ ବଡ ପରିବର୍ତ୍ତନ। ନେତା ହୁଅନ୍ତୁ କି ମନ୍ତ୍ରୀ ପୋଲିସ ହୁଅନ୍ତୁ କି ସାଧାରଣ କର୍ମଚାରୀ ସମସ୍ତଙ୍କ ପାଇଁ କିନ୍ତୁ ନିୟମ ରହିବ ସମାନ। ଅନେକ ସମୟରେ ଆପଣ ଦେଖିଥିବେ କିଛି  ବ୍ୟକ୍ତି ବିଶେଷ ନିଜ ପଦବୀର ଅନେକ ସ୍ଥାନରେ ଖୁବ୍ ଫାଇଦା ଉଠାନ୍ତି।ଯେପରିକି ଟ୍ରେନ୍ ରେ ବିନା ଟିକେଟର ଯାତ୍ରା କରିବା ହେଉ କି ବିନା ପଇସା ଦେଇ ହୋଟେଲରେ ଖାଦ୍ୟ ଖାଇବା।

ଶ୍ରୀ

ନିକଟରେ ଏ ନେଇ ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ୍ ଭାଇରାଲ୍ ହେବାରେ ଲାଗିଛି।ଯେଉଁଥିରେ ଦେଖିବାକୁ ମିଳିଛି ଜଣେ ପୋଲିସ୍ ଅଧିକାରୀ ବିନା ଟିକେଟର ବନ୍ଦେ ଭାରତ ଟ୍ରେନରେ ଯାତ୍ରା କରୁଛନ୍ତି। ଟିଟିଆଉ ଟିକେଟ ମାଗିବାରୁ ବିଭିନ୍ନ କଥା କହି ସଫେଇ ଦେବା ସହ ଭୁଲରେ ଚଢ଼ି ଯାଇଛନ୍ତି ବୋଲି ମଧ୍ୟ କହିଛନ୍ତି।

ପୋଲିସ ଅଧିକାରୀ ଜଣକଙ୍କ କହିବା ଅନୁସାରେ ସେ ଷ୍ଟେସନ ରେ ପହଞ୍ଚିବା ବେଳକୁ ସେ ଯେଉଁ ଟ୍ରେନରେ ଯିବା ପାଇଁ ଆସିଥିଲେ ସେ ଟ୍ରେନ୍ ଛାଡ଼ି ଦେଇଥିଲା। ତେଣୁ କରି ସେ ବନ୍ଦେ ଭାରତ ଟ୍ରେନରେ ଚଢ଼ି ଯାଇଥିଲେ। ଏ ନେଇ ଟିଟିଆଇ ଅଧିକ ପ୍ରଶ୍ନ ବାଢ଼ିବାରୁ ପୋଲିସ୍ ଅଧିକାରୀ ତାଙ୍କ ସହ ଯୁକ୍ତି ମଧ୍ୟ କରୁଛନ୍ତି। ଏ ଭିଡିଓ ଟି ସୋସିଆଲ ମିଡ଼ିଆରେ ଭାଇରାଲ୍ ହେବା ପରେ ଲୋକେ ଟିଟିଆଇର ପଦକ୍ଷେପକୁ ପ୍ରଶଂସା କରୁଛନ୍ତି।

କାରଣ ବିଶେଷ କରି ଆମ ଦେଶରେ ଉଚ୍ଚ ପଦବିସ୍ଥ ଲୋକ ମାନେ ସବୁ କ୍ଷେତ୍ରରେ ନିଜ ପଦବୀର ଫାଇଦା ଉଠାଇ ଥାଆନ୍ତି। ଏଠାରେ ଯଦି ଟିଟିଆଇ ଜଣକ ପୋଲିସ୍ ଅଧିକାରୀ ଜଣଙ୍କୁ ବିନା ଟିକେଟରେ ଯାତ୍ରା କରିବାର ଅନୁମତି ଦେଇଥାନ୍ତେ ତେବେ ଏହା ଆଇନର ଗଳା ଚିପିବା ପରି ହୋଇଥାନ୍ତା। ନିୟମ ବନାଉଥିବା ବ୍ୟକ୍ତି ଯଦି ନିୟମ ଭାଙ୍ଗେ ତେବେ ତାକୁ ବା ଆଉ କଣ କୁହାଯିବ।