ସାମ୍ନାକୁ ଆସିଲା ସତ, ସେମିନାର ହଲରେ ହୋଇନି... ଏହି ସ୍ଥାନରେ ହୋଇଥିଲା ଦୁଷ୍କର୍ମ!
କୋଲକତା ଆର.ଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲା । ଡିଏନଏ ଓ ଫରେନସିକ ରିପୋର୍ଟରୁ ସାମ୍ନାକୁ ଆସିଲା ସାଙ୍ଘାତିକ ତଥ୍ୟ । ଏହି ଘଟଣାରେ ଅନ୍ୟ କୌଣସି ବ୍ୟକ୍ତିଙ୍କ ସଂପୃକ୍ତି ନଥିବା ରିପୋର୍ଟରୁ ଜଣାପଡିଛି । ବର୍ତ୍ତମାନ ସିବିଆଇ ଶେଷ ପ୍ରମାଣ ପାଇଁ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ (ଏମ୍ସ) ର ବିଶେଷଜ୍ଞଙ୍କ ସହ ପରାମର୍ଶ ନେବ ।
ଅନ୍ୟପଟେ, କୋଲକତା ପୋଲିସ ଓ ଅଭିଯୁକ୍ତ ସଞ୍ଜୟ ରୟଙ୍କ ମଧ୍ୟରେ ଭିତିରିଆ ସମ୍ପର୍କ ଥିବା ଖୁଲାସା କରିଛି ସିବିଆଇ । ସିବିଆଇ ଅନୁଯାୟୀ, ଘଟଣା ଦିନ ରାତିରେ ସଞ୍ଜୟ ଯେଉଁ ବାଇକ ଚାଲାଇଥିଲା ତାହା କୋଲକତା ପୋଲିସ କମିଶନର ନାଁ ରେ ପଞ୍ଜିକୃତ ହୋଇଛି । ଏହି ବାଇକରେ ସଞ୍ଜୟ ମଦ୍ୟପାନ କରି ୧୫ କିଲୋମିଟର ପର୍ଯ୍ୟନ୍ତ ଯାଇଥିଲା ।
ସଂଜୟ ରାୟ ପଲିଗ୍ରାଫ୍ ଟେଷ୍ଟ୍ ପାଇଁ ନିଜ ଆଡ଼ୁ ରାଜି ହୋଇଥିଲା। କୋର୍ଟ ତାକୁ ଏହାର କାରଣ ପଚାରିବାରୁ ସେ କାନ୍ଦି ପକାଇଥିଲା ଏବଂ କହିଥିଲା ମୁଁ କୌଣସି ପ୍ରକାର ଅପରାଧ କରିନି, ମୋତେ ଫସାଇ ଦିଆଯାଇଛି।
ସୂଚନାଯୋଗ୍ୟ, ଦୁଷ୍କର୍ମକାରୀ ସଞ୍ଜୟ ରୟଙ୍କୁ ପ୍ରଥମେ କୋଲକାତା ପୋଲିସର ସ୍ବତନ୍ତ୍ର ଅନୁସନ୍ଧାନକାରୀ ଦଳ ଗିରଫ କରିଥିଲା, କିନ୍ତୁ କୋଲକାତା ହାଇକୋର୍ଟ ଏହି ମାମଲାର ତଦନ୍ତକୁ ସିବିଆଇକୁ ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଦେବା ପରେ ଅଭିଯୁକ୍ତଙ୍କୁ ସିବିଆଇ ହସ୍ତାନ୍ତର କରାଯାଇଥିଲା । ଏବେ କେସ୍ ସିବିଆଇ ଅଧୀନରେ ରହିଛି ।