ଦେଖନ୍ତୁ ଭିଡିଓ: ଲୋକୋ ପାଇଲଟଙ୍କ ସ୍ତ୍ରୀଙ୍କ ସହ ଭିଡିଓ କଲ ହେଇଥାନ୍ତା କାଳ, ଆସିଲା ଭିଡିଓ ..ଏମିତି ହେଇଥିଲା ଦୁର୍ଘଟଣା

 
Train

ଟ୍ରେନ୍ ଚାଳକଙ୍କ ସ୍ତ୍ରୀ ସହିତ ଭିଡିଓ କଲ୍ ହେଲା କାଳ। ଅଳ୍ପକେ ବର୍ତ୍ତିଲା ଜୀବନ। ଗୋଟିଏ ଟ୍ରେନ୍ ଚାଳକର ହାତରେ ରହିଥାଏ ହଜାର ହଜାର ଲୋକଙ୍କର ଜୀବନ। ଟ୍ରେନ୍ କତ୍ତୃପକ୍ଷଙ୍କ ଉପରେ ବିଶ୍ୱାସ ଓ ଭରସାର ସହିତ ନିଜର ଜୀବନ ଜୀବିକା, ଭାଗ୍ୟ ଭବିଷ୍ୟତ ସବୁକୁ ସମର୍ପଣ କରି ଯାତ୍ରା କରନ୍ତି ଯାତ୍ରୀ ମାନେ। ହେଲେ ନିକଟରେ ଟ୍ରେନ୍ ଦୁର୍ଘଟଣାର ଅନେକ ଫୁଟେଜ ଥରାଇ ଦେଇଛି ଲୋକଙ୍କ ମନକୁ। ଟ୍ରେନ୍ ରେ ଯାତ୍ରା କରିବା ଏବେ କାଳ ପାଲଟି ଯାଉଛି ଲୋକଙ୍କ ପାଇଁ।

ଫଟି

ଏପରି ଆଉ ଏକ ଘଟଣା ଦେଖିବାକୁ ମିଳିଛି ମଥୁରା ଷ୍ଟେସନରେ। ଷ୍ଟେସନରେ ରହିଥିବା ଟ୍ରେନ୍ ଟିରେ ବସି ଲୋକ ପାଇଲଟ କିପରି ବେପରୱା ଭାବେ ନିଜ ସ୍ତ୍ରୀ ସହିତ ଭିଡିଓ କଲ୍ ରେ ସମ୍ପୂର୍ଣ ମଜି ଯାଇଛନ୍ତି। ଯାହାର ଫୁଟେଜ ସିସିଟିଭି କ୍ୟାମେରାରେ କୟେଦ୍ ହୋଇ ଏବେ ଗୋଟିଏ ପରେ ଗୋଟିଏ ଫୋନେକୁ ଭାଇରାଲ ହେବାର ଲାଗିଛି।

Train accident mathura

ଘଟଣା ଟି ହେଉଛି ୨୬ ତାରିଖ ମଙ୍ଗଳବାର ରାତ୍ରି ପ୍ରାୟ ୧୦.୪୮ମିନିଟ୍ ସମୟର। ସିସିଟିଭିର ଫୁଟେଜ ଅନୁସାରେ ଲୋକ ପାଇଲଟ ଜଣକ ଟ୍ରେନ ଚାଳନା ଡବାରେ ଚଢିବା ପରେ ବେଖାତିର ଭାବେ ନିଜର ବ୍ୟାଗ୍ ଟିକୁ ଟ୍ରେନ୍ ର ଷ୍ଟିଅରିଂ ଉପରେ ପକାଇ ଦେଇ ନିଜ ସ୍ତ୍ରୀ ସହିତ ଆରମ୍ଭ କରି ଦେଇଛନ୍ତି ଭିଡିଓ କଲ୍। ଏବଂ ହଠାତ୍ ଟ୍ରେନ୍ ଟି ଗଢିବାକୁ ଲାଗିଛି। ଲୋକ ପାଇଲଟ କିଛି ବୁଝିବା ପୂର୍ବରୁ ଟ୍ରେନ୍ ଟି ମାଡ଼ି ଯାଇଛି ଷ୍ଟେସନ ଉପରକୁ।

ସୂଚନା ଅନୁସାରେ ଟ୍ରେନଟି ଦିଲ୍ଲୀରୁ ମଥୁରାକୁ ଯାତ୍ରା କରୁଥିଲା। ମଥୁରାର ଟ୍ରେନଟି ଅଟକିବା ପରେ ପ୍ରାୟ ସମସ୍ତ ଯାତ୍ରୀ ମଥୁରା ଷ୍ଟେସନରେ ଓହ୍ଲାଇ ପଡ଼ିଥିଲେ। ଏବଂ ଟ୍ରେନ୍ ଧସେଇ ପଶି ଥିବା ସ୍ଥାନରେ ମଧ୍ୟ ବିଶେଷ ଜନ ସମାଗମ ନ ଥିଲା। ନଚେତ୍ ହୁଏ ତ ପରିଣାମ ଅତି ଭୟଙ୍କର ହୋଇ ଥାନ୍ତା। ଏପରି କାହିଙ୍କି ହେଲା ଏ ନେଇ କୌଣସି ସ୍ପଷ୍ଟ କାରଣ ଏ ଯାଏଁ ମିଳି ନାହିଁ।ଏ ନେଇ ଟ୍ରେନ୍ କତ୍ତୃପକ୍ଷ ଲୋକ ପାଇଲଟନି ସହିତ ଟ୍ରେନ୍ ରେ ଉପସ୍ଥିତ ଥିବା ଆଉ ଚାରି ଜଣ କର୍ମଚାରୀଙ୍କୁ ଉପଯୁକ୍ତ କାରଣ ଦର୍ଶାଇବା ପାଇଁ ନୋଟିସ୍ ଜାରି କରିଛି।