ସୁପ୍ରିମକୋର୍ଟଙ୍କ ବଡ଼ ରାୟ: ଅବୈଧ ସଂପର୍କରୁ ଜନ୍ମିତ ପିଲାକୁ ପିତାମାତାଙ୍କ ସଂପତ୍ତିରୁ ଅଧିକାର ପାଇବ, ଜାଣନ୍ତୁ ପୁରା ଖବର

 
Supreme court

ସୁପ୍ରିକୋର୍ଟଙ୍କ ଦ୍ୱାରା ଏକ ନୂଆ ନିୟମର ଶୁଣାଣି କରା ଯାଇଛି। ଶୁକ୍ରବାର ଦିନ ସୁପ୍ରିକୋର୍ଟ ରାୟ ଶୁଣାଇ କହିଛନ୍ତି ଯେ ଅମାନ୍ୟ ବିବାହରୁ ଜନ୍ମ ହୋଇ ଥିବା ପିଲାମାନେ ନିଜ ପିତା ମାତାଙ୍କ ସମ୍ପତ୍ତିରେ ଅଧିକାର ପାଇବାକୁ ହକଦାର। କୋର୍ଟ କହିଛି ଯେ ଏହି ଭଳି ପିଲା ମାନଙ୍କୁ ଆଇନ୍ ଗତ ଭାବରେ ଗ୍ରହଣ କରାଯାଉଛି ଏବଂ ସେମାନଙ୍କୁ ନିଜ ପିତା ମାତାଙ୍କ ସମ୍ପତ୍ତିରୁ କେହି ବଞ୍ଚିତ କରି ପାରିବେ ନାହିଁ।

Supreme court

ମାତ୍ର ପୁର୍ବରୁ ଏପରି ନ ଥିଲା। ନୂଆ ଆଇନକୁ ମଧ୍ୟ ଲୋକମାନେ ସ୍ଵାଗତ କରିଛନ୍ତି। ସୁପ୍ରିମକୋର୍ଟ ମଧ୍ୟ ଏହି ଆଇନ୍ କେବଳ ହିନ୍ଦୁ ଧର୍ମର ଲୋକମାନଙ୍କ ପାଇଁ ବୋଲି ସ୍ପଷ୍ଟ ଭାବେ ଦର୍ଶାଇଛନ୍ତି। ଯେଉଁଥି ପାଇଁ କେବଳ ହିନ୍ଦୁ ସନ୍ତାନ ହିଁ ଏହି ଆଇନ୍ ଅନୁସାରେ ନିଜର ଅଧିକାର ଦାବୀ କରି ପାରିବେ।

ଆମେ ଆପଣଙ୍କୁ ଏଠାରେ କହି ରଖୁଛୁ ଯେ ପୁର୍ବରୁ ଏହି ପିଲା ମାନଙ୍କ ପାଇଁ କେବଳ ନିଜର ପିତା ମାତାଙ୍କର ନିଜସ୍ଵ ଅଧିଗ୍ରହଣ ସମ୍ପତ୍ତି ଉପରେ ଅଧିକାର ଥିବା ବେଳେ ଏହି ଆଇନ୍ ଅନୁସାରେ ବର୍ତ୍ତମାନ ତାଙ୍କର ପିତା ମାତାଙ୍କର ପୂର୍ବ ପୁରୁଷଙ୍କର ସମ୍ପତ୍ତିରେ ମଧ୍ୟ ଅଧିକାର ରହିଛି। ଏହି ଶୁଣାଣି ଡିୱାଇ ଚନ୍ଦ୍ରଚୁଡ଼ ଙ୍କ ନେତୃତ୍ୱରେ ଏକ ତିନି ଜଣିଆ ଖଣ୍ଡପୀଠ ଙ୍କ ଦ୍ୱାରା ପୁର୍ବରୁ ୨୦୧୨ମସିହାରେ ମଧ୍ୟ ଏକ ଅଭିଯୋଗ ବିରୋଧରେ ଶୁଣାଣି କରା ଯାଇଥିଲା।

Bacca

ଏହି ମାମଲାଟି ହିନ୍ଦୁ ବିବାହ ଅଧିନୀୟମ ୧୯୫୫ର ଧାରା ୧୬ର ବାକ୍ଷା ସହିତ ଜଡିତ। ଧାରା ୧୬(୩) ଅନୁସାରେ ଅମାନ୍ୟ ବିବାହ ଜନ୍ମିତ ପିଲାର କେବଳ ବାପର ସମ୍ପତ୍ତିରେ ଅଧିକାର ରହିଛି, ପୈତୃକ ସଂପତ୍ତି ରେ ନୁହେଁ। ଏହି ଆଇନରେ ସଂଶୋଧନ କରା ଯାଇ ବର୍ତ୍ତମାନ ନୂଆ ଆଇନ୍ ଅନୁମୋଦନ ହୋଇଛି।