ଦେଖନ୍ତୁ ଭିଡିଓ: ସାମ୍ନାକୁ ଆସିଲା ବାବା ବାଗେଶ୍ୱରଙ୍କ ଅସଲି ରୂପ, ଜଣେ ଭକ୍ତ କରିଦେଲେ ଖୁଲାସା

 
Baba bageswar

ବାଗେଶ୍ୱର୍ ଧାମ ବାବାଙ୍କ ଖୋଲିଲା ପୋଲ। ପୋଲ୍ ଖୋଲିଥିବା ବ୍ୟକ୍ତିଙ୍କ ଉପର ବାବା ରାଗିକି ନିଆଁ। ଯୁବକ ଜଣକ ଅତି ବିନମ୍ର ସହିତ କଥାବାର୍ତ୍ତା କରୁଥିବା ବେଳେ ବାବା କିନ୍ତୁ ଶୁଣିବାକୁ ନାରାଜ। ଯେପରି ଲାଗୁଛି ନିଜ ଭୁଲକୁ ଲୁଚାଇବାକୁ ଯାଇ ଜୋର୍ ଜୋରରେ ପାଟି କରୁଛନ୍ତି ବାବା।

ସଂସ୍କୃତରେ ଏକ ଶ୍ଳୋକ ଅଛି ନମନ୍ତି ଫଳିନ ବୃକ୍ଷା ନମନ୍ତି ଗୁଣିନ ଜନା। ଅର୍ଥାତ୍ ବାସ୍ତବ ଜ୍ଞାନୀ ଲୋକ ମାନେ ଶାନ୍ତ, ସରଳ ଓ ବିନମ୍ର ସ୍ୱଭାବର ହୋଇ ଥାନ୍ତି। ହେଲେ ବାବାଙ୍କ ପାଖରେ କିଛି ଏପରି ସ୍ଵଭାବ ଦେଖିବା ବହୁତ୍ କମ୍। ତେବେ ବାଗେଶ୍ୱର ଧାମ ବାବାଙ୍କର ରାଜସ୍ଥାନ ସତସଙ୍ଗ ଚାଲିଥିଲା ଯେଉଁଥିରେ ଲକ୍ଷାଧିକ ଲୋକ ଯୋଗ ମଧ୍ୟ ଦେଇଥିଲେ।
Vgg
ବାବା ପର୍ଚା ଅନୁସାରେ ଲୋକ ମାନଙ୍କୁ ନିଜ ପାଖକୁ ଡାକୁଥିଲେ। ଏଥି ମଧ୍ୟରେ ପାଳି ପଡିଥିଲା ରାଜସ୍ଥାନର ଜୟପୁର ରୁ ଆସିଥିବା ଜଣେ ଯୁବକଙ୍କର। ସୂତ୍ରରୁ ଜଣା ପଡିଛି ସେ ଜଣେ ଅଧ୍ୟାପକ ଅଟନ୍ତି। ଏହି ଅଧ୍ୟାପକ ଜଣକ ଜଣେ ମୁସଲିମ ବିବାହିତ ମହିଳାଙ୍କୁ ବିବାହ କରିବାରେ ସଫଳ ହେବେ କି ନାହିଁ ତାହା ବିଷୟରେ ବାବାଙ୍କୁ ପଚାରୁଥିଲେ। ଯାହା ପରେ ହେଲା ଏମିତି।
ସବୁ ଥର ପରି ବାବା ଏ ଥର ମଧ୍ୟ ପର୍ଚାରେ ନିଜ ମନ କଥା ଲେଖି ରଖିଥିଲେ। ଉକ୍ତ ବ୍ୟକ୍ତି ଜଣକ ନିଜ ମନ କଥା କହିବା ପରେ ବାବା ତାଙ୍କୁ ପୁର୍ବରୁ ଲିଖିତ ପର୍ଚ୍ଚା ଦେଖାଇ ଥିଲେ। ହେଲେ ଯୁବକ ଜଣକ ତାହା ଠିକ୍ ଲେଖା ହୋଇ ନାହିଁ ବୋଲି କହିଥିଲେ ତା ପୁଣି ମାଇକରେ!
ଯାହା ପରେ ବାବା ପୁରା ଏକ୍ ଦମ୍ ଉତ୍ତେଜିତ ହୋଇ ଯାଇଥିଲେ। ପ୍ରମାଣ ପାଇଁ ଅନ୍ୟ ମାନଙ୍କୁ ମଧ୍ୟ ଡାକିଥିଲେ ମଣ୍ଡପକୁ। ହେଲେ ଜିବାକ କିନ୍ତୁ ବାବାଙ୍କ ଲେଖାରେ ସ୍ପଷ୍ଟତା ନ ଥିବା କଥା ଟିରେ ସମ୍ପୂର୍ଣ ସ୍ପଷ୍ଟ ଥିଲେ। ପରେ ସେ ଅତି ସରଳର ସହିତ କହିଥିଲେ ମୁଁ ଏବେ ଆସୁଛି। ଯାହା ପରେ ବାବା କହିଥିଲେ ତୁମକୁ ଛଡ଼ା ଯିବ। ତମେ ମୋତେ ବୋକା ବନାଇ ଚାଲି ଯିବ ଭାବିଛ। ତୁମକୁ ଛାଡ଼ି ଦେଲେ ଉଚିତ୍ ହେବ ନାହିଁ।