ପ୍ରେମ କରିବା ପୂର୍ବରୁ ଜାଣି ରଖନ୍ତୁ ଏହି ନିୟମ, ଝିଅଙ୍କୁ ଧୋକା ଦେଲେ ୧୦ ବର୍ଷ ଯିବେ ଜେଲ୍, ଜାଣନ୍ତୁ ପୁରା ଖବର

 
Section 69
ଏଣିକି ଝିଅଙ୍କୁ ଭଲ ପାଇ ଧୋକା ଦେଲେ ୧୦ ବର୍ଷ ଜେଲ୍ ! ଭଲ ପାଇ ବିବାହର ପ୍ରତିଶ୍ରୁତି ଦେଇ ଧୋକା ଦେବା ବର୍ତ୍ତମାନ ଯେପରି ଏକ ସାଧାରଣ କଥାରେ ପରିଣତ ହୋଇଛି । କେବଳ ଏହି ମାମଲା ପାଇଁ ପୋଲିସ୍ ଷ୍ଟେସନରେ ଏଫାୟାର ଓ ନ୍ୟାୟାଳୟରେ ଅନେକ ପେଣ୍ଡିଂ ମାମଲା ପଡ଼ି ରହିଛି । ଭାରତରେ କ୍ରାଇମ୍ ସଂଖ୍ୟା ବଢେଇବାକୁ ବି ବେଶ୍ ଖୋରାକ୍ ଯୋଗାଉଛି ପ୍ରେମରେ ପ୍ରତାରଣା । 

ଗୁ

ଯେଉଁଥି ପାଇଁ ସାଂସଦ ନେଇଛି ଏକ ବଡ଼ ନିଷ୍ପତି। ଏଣିକି ଆଉ ଯେ ଭଲ ପାଇ ବିବାହର ପ୍ରତିଶ୍ରୁତି ଦେଇ ଝିଅ ମାନଙ୍କ ସହିତ ଶାରିରୀକ ସମ୍ପର୍କ ରଖିବା ପରେ ବି ତାଙ୍କୁ ଧୋକା ଦେବ ତାକୁ ଯିବାକୁ ପଡିବ ଜେଲ୍। ନ୍ୟାୟାଳୟ ସାମ୍ନାରେ ଦୋଷୀ ରେ ଗଣତି ହେବ ସେ । ଏପରିକି ୧୦ ବର୍ଷ ଜେଲ ଯିବା ସହିତ ଜୋରିମାନା ମଧ୍ୟ ଦେବାକୁ ପଡ଼ିବ।

ବର୍ତ୍ତମାନ ଭାରତରେ ଆଇନ୍ ପରିବର୍ତ୍ତନର କାର୍ଯ୍ୟକ୍ରମ ଚାଲିଛି। ସମସ୍ତ ବ୍ରିଟିଶ ଆଇନ୍ କୁ ପରିବର୍ତ୍ତନ କରାଯାଇ ଭାରତୀୟ ବ୍ୟବସ୍ଥାକୁ ଖାପ୍ ଖାଇବା ଭଳି ଆଇନ୍ ଗଢ଼ୁଛି ସାଂସଦ। ବିଶେଷ କରି ମହିଳା ଓ ଶିଶୁ ସମ୍ବନ୍ଧୀୟ ଅପରାଧକୁ ଅଧିକ ଗୁରୁତ୍ଵ ଦିଆଯାଉଛି। 

Breakup

ଭାରତୀୟ ନ୍ୟାୟ ସଂହିତାରେ ଆସିଛି ଏକ ବଡ ପରିବର୍ତ୍ତନ । ଯେଉଁଥିରେ ସେକ୍ସନ ୬୯ କୁ ନେଇ ହେଉଛି ଚର୍ଚ୍ଚା । ଏହି ସେକ୍ସନ ଅନୁଯାୟୀ ଏଣିକି ଆଉ ଝିଅ ମାନଙ୍କ ସହିତ ପ୍ରତାରଣା କରି ପାରିବେ ନାହିଁ ପୁଅ । ଯଦି କେହି ଝିଅଙ୍କୁ ଭଲ ପାଇ ସେମାନଙ୍କ ସହ ସମ୍ବନ୍ଧ ରଖି ବିବାହର ପ୍ରତିଶ୍ରୁତି ଦିଅନ୍ତି ତେବେ ତାଙ୍କୁ ସେହି ପ୍ରତିଶ୍ରୁତିକୁ ପୁରା କରିବାକୁ ପଡ଼ିବ । ନଚେତ୍ ସେମାନଙ୍କୁ ଭୋଗିବାକୁ ପଡ଼ିବ ଜେଲ୍ ଦଣ୍ଡ ।