ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ: ଶାଶୁଘରେ ବୋହୂଙ୍କ ପ୍ରତି ଖରାପ ବ୍ୟବହାର ନିର୍ଯାତନା ନୁହେଁ, ଜାଣନ୍ତୁ ପୁରା ଖବର

 
Bohu nirjyatana
"ଯୌତୁକ ନିର୍ଯ୍ୟାତନା“ ବର୍ତ୍ତମାନ ସମୟରେ ବହୁଳ ବ୍ୟବହୃତ ହେଉଥିବା ଶବ୍ଦ ମଧ୍ୟରୁ ଗୋଟିଏ । ଅନେକ ସମୟରେ ଦେଖାଯାଏ ବୋହୂ ଟିଏ ଶାଶୁ ଘରେ ଯେ କୌଣସି କାରଣରୁ ଶୋଶିତ ହେଉଥିଲେ ମଧ୍ୟ ଏହାକୁ ସାଧାରଣତଃ ଯୌତୁକ ଜନିତ ନିର୍ଯ୍ୟାତନାର ଆଖ୍ୟା ଦିଆ ଯାଇଥାଏ । ତେବେ ଏ ନେଇ ସୁପ୍ରିମ କୋର୍ଟ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି ।

ଏ

ମାନ୍ୟବର ସୁପ୍ରିମ କୋର୍ଟ ଏକ କେଶ୍ ର ଶୁଣାଣି ବେଳେ ଏହା କହିଛନ୍ତି ଯେ ବିନା ସଠିକ୍ ପ୍ରମାଣରେ ବୋହୂ ପ୍ରତି ଶାଶୁ ଘରେ ହେଉଥିବା ଖରାପ୍ ବ୍ୟବହାରକୁ ଯୌତୁକ ନିର୍ଯାତନା କୁହାଯାଇ ପାରିବ ନାହିଁ । କର୍ଣ୍ଣାଟକର ଏକ ଯୌତୁକ ଜନିତ ନିର୍ଯ୍ୟାତନା ମାମଲାର ଶୁଣାଣି ବେଳେ ସୁପ୍ରିମ କୋର୍ଟ ଏଭଳି ନିଷ୍ପତ୍ତି ନେଇଥିଲେ ।

ଏହି ମାମଲାର ଶୁଣାଣି ଜଷ୍ଟିସ ସଂଜୀବ ଖାନ୍ ଙ୍କ ନେତୃତ୍ୱରେ ଗଠିତ ଏକ ବେଞ୍ଚ୍ ଦ୍ୱାରା ହୋଇଥିଲା । ଏହି ବେଞ୍ଚଙ୍କ ନିଷ୍ପତ୍ତି ଅନୁସାରେ ସମସ୍ତ ଘରୋଇ ହିଂସାକୁ ଯୌତୁକ ଜନିତ ନିର୍ଯ୍ୟାତନାର ଆଖ୍ୟା ଦିଆଯାଇ ପାରିବ ନାହିଁ ।

କର୍ଣ୍ଣାଟକର ଏହି ମହିଳା ଜଣକଙ୍କ ଅଭିଯୋଗ ଅନୁସାରେ ତାଙ୍କୁ ଶାଶୁ ଘରେ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରା ଯାଇଥିଲା ଏବଂ ତାଙ୍କ ବ୍ୟକ୍ତିଗତ ଜିନିଷକୁ ଡଷ୍ଟବିନ୍ ରେ ଫୋପାଡି ଦେଉଥିଲେ ଶାଶୁ ଘର ଲୋକେ ।

Supreme court

ଧାରା ୪୯୮ ଏ ଅନୁଯାୟୀ ଏଭଳି ମାମଲାରେ ଅଭିଯୁକ୍ତକାରୀଙ୍କୁ ୩ ବର୍ଷ ପର୍ଯ୍ୟନ୍ତ ଜେଲ୍ ହୋଇପାରେ ଏବଂ ଜୋରିମାନା ମଧ୍ୟ ଲାଗୁ ହୋଇପାରେ । ହେଲେ କୋର୍ଟ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଜାଣିବାକୁ ପାଇଲେ ଯେ ମହିଳା ଜଣଙ୍କର ଶାଶୁ ମହିଳାଙ୍କ ସହିତ ରୁହନ୍ତି ନାହିଁ ସେ ବିଦେଶ ରେ ରୁହନ୍ତି । ଯାହା ପରେ କୋର୍ଟ ନିଜର ନିଷ୍ପତ୍ତିକୁ ସ୍ଥଗିତ ରଖି ପ୍ରକୃତ ପ୍ରମାଣ ଉପସ୍ଥାପନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।