ଦେଶରୁ ହଟିଯିବ ଇଣ୍ଡିଆ ନାମ! ମିଳିଲା ସଂକେତ, ଜାଣନ୍ତୁ କାହିଁକି ବଦଳିବ ଦେଶର ନାମ

 
Desha

ଭାରତ ଏକ ଏଭଳି ଅନ୍ୟତମ୍ ଦେଶ ଯାହାର ଇଂରାଜୀ ନାମ ମଧ୍ୟ ରହିଛି। ଭାରତ ଉଭୟ ଭାରତ ଓ ଇଣ୍ଡିଆ ନାମରେ ପରିଚିତ ହେଉଥିବା ବେଳେ ବର୍ତ୍ତମାନ ପ୍ରଶ୍ନ ଉଠୁଛି ନାମ ପରିବର୍ତ୍ତନକୁ ନେଇ।ଆଗକୁ ଦେଶରୁ ଇଣ୍ଡିଆ ନାମକୁ ବାଦ ଦିଆ ଯାଇପାରେ। ଦେଶ କେବଳ ଭାରତ ନାମରେ ହିଁ ପରିଚିତ ହେବ। ଇଣ୍ଡିଆ ନାମକୁ ସାମ୍ୱିଧାନିକ ଭାବେ ବନ୍ଦ କରି ଦିଆଯିବା କଥା ଏବେ ଖୁବ୍ ଚର୍ଚ୍ଚାରେ। ଆସନ୍ତୁ ଜାଣିବା ଏପରି ଚର୍ଚ୍ଚାର ମୂଳଦୁଆ କେଉଁଠି?

ଆସନ୍ତା ୯ ଓ ୧୦ତାରିଖରେ ଭାରତ ଅଧ୍ୟକ୍ଷତାରେ ରାଜଧାନୀ ଦିଲ୍ଲୀ ଠାରେ ଅନୁଷ୍ଠିତ ହେବାକୁ ଯାଉଛି G 20 ସମ୍ମିଳନୀ।ଯେଉଁଥିରେ ଯୋଗ ଦେବେ G 20 ସମ୍ମିଳନୀର ସଭ୍ୟ ଦେଶ ମାନଙ୍କର ନେତା ମାନେ।ଏହି ପରିପ୍ରେକ୍ଷୀରେ ସେପ୍ଟେମ୍ବର ୯ ତାରିଖରେ ବିଦେଶୀ ଅତିଥି ମାନଙ୍କର ରାତ୍ର ଭୋଜନ ନିମନ୍ତେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପକ୍ଷରୁ ନିମନ୍ତ୍ରଣ ପତ୍ର ଦିଆ ଯାଇଛି। ଏହି ନିମନ୍ତ୍ରଣ ପତ୍ରରେ ପ୍ରଥମ ଥର ପାଇଁ ପ୍ରେସିଡେଣ୍ଟ ଅଫ ଇଣ୍ଡିଆ ପରିବର୍ତ୍ତେ ପ୍ରେସିଡେଣ୍ଟ ଅଫ ଭାରତ ଲେଖା ଯାଇଛି।ସରକାରୀ ସ୍ତରରେ ଏପରି ପ୍ରଥମ ଥର ହୋଇଛି। ଯେଉଁଠି ଇଂରାଜୀ ନାମ ପରିବର୍ତ୍ତେ କେବଳ ଭାରତ ଲେଖା ଯାଇଛି। ଏହି ଠାରୁ ହିଁ ଆରମ୍ଭ ହୋଇଛି ନାମ ପରିବର୍ତ୍ତନର ଚର୍ଚ୍ଚା।

କେବଳ ଏତିକି ନୁହେଁ ବିଦେଶୀ ଅତିଥି ମାନଙ୍କୁ ଦିଆଯିବ ପାଇଁ ପ୍ରସ୍ତୁତ ହୋଇଥିବା ପୁସ୍ତିକାରେ ମଧ୍ୟ ଦେଶର ନାମ ଗଣତନ୍ତ୍ରର ମାତା ଭାରତ ରହିଛି।ଏହି ପୁସ୍ତିକାରେ ଏହା ମଧ୍ୟ ଉଲ୍ଲେଖ କରା ଯାଇଛି ଯେ ଭାରତ ଦେଶର ସରକାରୀ ନାମ।ବର୍ତ୍ତମାନ ଏହାକୁ ନେଇ ଆରମ୍ଭ ହୋଇଛି ରାମବାଣ ରାଜନୀତି କେହି କେହି ଏହାକୁ ସ୍ଵାଗତ କରୁଥିବା ବେଳେ ଅନେକ ଏହାକୁ ଘୋର ବିରୋଧ ମଧ୍ୟ କରୁଛନ୍ତି।

ଆସାମ ମୁଖ୍ୟମନ୍ତ୍ରୀ ଏହାକୁ ସ୍ଵାଗତ କରିବା ସହିତ କହିଛନ୍ତି ,"ଅମୃତ କାଳ ମଧ୍ୟରେ ଆମ ନାଗରିକ ମାନେ ଜାଗ୍ରତ ହୋଇଛନ୍ତି ଏହା ମୋତେ ବେଶ୍ ଆନନ୍ଦ ଦେଇଛି।”କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟୁଇଟ କରି କହିଛନ୍ତି ,"ଏହାର ଆବଶ୍ୟକତା ପୁର୍ବରୁ ରହିଥିଲା ଏହି ନିଷ୍ପତ୍ତି ମାନସିକ ଶାନ୍ତି ଆଣି ଦେଇଛି ଭାରତ ହେଉଛି ଆମର ପରିଚୟ ଯାହାକୁ ପ୍ରାଧାନ୍ୟ ଦେଇଛନ୍ତି ରାଷ୍ଟ୍ରପତି।”

Vgyvyg

ମାତ୍ର ବିରୋଧୀ ମାନେ ଏହାକୁ ଘୋର ନିନ୍ଦା କରିଛନ୍ତି। ଆର୍ଜେଡି ନେତା ମନୋଜ ଝା କହିଛନ୍ତି ,"ବିରୋଧୀ ମେଣ୍ଟର ନାମ ଇଣ୍ଡିଆ ରଖାଯିବା କିଛି ସପ୍ତାହ ପରେ କେନ୍ଦ୍ର ରିପବ୍ଲିକ ଅଫ ଭାରତ ନାମରେ ନିମନ୍ତ୍ରଣ ପତ୍ର ପଠାଯାଇଛି।"ଦେଶର ନାମ ଇଣ୍ଡିଆ ଏହାକୁ ଆମେ ନେଇ ଯାଉ ନାହୁଁ।ଦିଲ୍ଲୀ ମୁଖ୍ୟ ମନ୍ତ୍ରୀ କେଜିରୱାଲ ମଧ୍ୟ କହିଛନ୍ତି ଯେ ,"ଯଦି ବିରୋଧୀ ମେଣ୍ଟ ଇଣ୍ଡିଆ ପରିବର୍ତ୍ତେ ଭାରତ ନାମ ରଖିଥାନ୍ତି ତେବେ ବିଜେପି ଭାରତ ନାମକୁ କେଉଁ ନାମରେ ପରିବର୍ତ୍ତନ କରିଥାନ୍ତା।

Tfyg

ବିରୋଧୀ ମାନଙ୍କ ଏଭଳି କଥାରେ ପ୍ରତି ଉତ୍ତର ଦେଇଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ଼ା। ସେ କଂଗ୍ରେସକୁ ଦେଶ ଦ୍ରୋହି ବୋଲି କହିଛନ୍ତି।କଂଗ୍ରେସକୁ ଭାରତ ନାମରେ କଣ ଅସୁବିଧା ହେଉଛି ବୋଲି ସେ ପ୍ରଶ୍ନ କରିଛନ୍ତି।ଆହୁରି ମଧ୍ୟ କହିଛନ୍ତି କଂଗ୍ରେସର ଦେଶ ପ୍ରତି କୌଣସି ଭକ୍ତି ବା ସମ୍ମାନ ନାହିଁ ବୋଲି।