ମାଆର ଶବକୁ ବର୍ଷେ ହେଲା ଲୁଚେଇ ରଖିଥିଲେ ୨ ଝିଅ, ଖବର ପାଇ ପୋଲିସ ଆସିବାରୁ ଏମିତି କଲେ ଝିଅ

 
Maa jhia

ଦୀର୍ଘ ବର୍ଷ ହେଲା ଲୁଚେଇ ରଖିଥିଲେ ମାଆର ଶବକୁ । ମାଆ ମରି ଯାଇଥିଲା ସତ , ହେଲେ ଏ ସତକୁ ସହଜରେ ଗ୍ରହଣ କରି ପାରି ନ ଥିଲେ ଦୁଇ ଝିଅ । ପ୍ରଥମେ ବାପା ଚାଲିଗଲେ ଏବେ ମାଆ । ଏତେ ବଡ଼ ଦୁନିଆରେ ନିଜର ବୋଲି କହିଲେ ଆଉ କେହି ନାହାନ୍ତି । ଏଭଳି ଏକ ଦୁଃଖଦ ମୁହୂର୍ତ୍ତରେ ଯାହା ଠିକ୍ ଲାଗିଲା ତାହା କଲେ ଝିଅ ।

ସତରେ, ମାଆ ଠାରୁ ବଡ ଆଉ କେହି ଦୁନିଆରେ ନାହିଁ । ଭଗବାନ୍ ଙ୍କର ଯଦି ସବୁଠାରୁ ସୁନ୍ଦର୍ ସୃଷ୍ଟି କିଛି ହୋଇଥାଏ ତାହା ହେଉଛି ମାଆ । ଦିନ ଥିଲା ହସ ଖୁସିରେ ଚାଲିଥିଲା ଜୀବନ ହେଲେ ଅଧା ବାଟରୁ ଛାଡ଼ି ଚାଲିଗଲେ ବାପା । ତା ପରେ ସଂସାର କହିଲେ ଦୁଇ ଝିଅ ଓ ମାଆ ।

Maa jhia

ସେତିକିରେ ବି ଦୁଃଖ ସରିଲାନି ଯେ, ମା ବି ଦୁଇ ଝିଅଙ୍କୁ ଛାଡ଼ି ଚାଲି ଗଲେ ଆର ପାରିକୁ । ହେଲେ ଦୁଇ ଝିଅଙ୍କର ଭଲ ପାଇବା ନିଜ ମାଆ ପ୍ରତି ଏତେ ଥିଲା ଯେ ସେମାନେ ନିଜ ମାର ଶବ ସତ୍କାର ନ କରି ନିଜ ପାଖରେ ଦୀର୍ଘ ବର୍ଶେ ଧରି ଲୁଚାଇ ରଖିଥିଲେ ।

ଘଟଣାଟି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥାଇ ପାରେ ହେଲେ କଥା ଟି ସତ । ଦୁଇଟି ଝିଅ ହେଉଛନ୍ତି ପଲ୍ଲବୀ ଓ ବୈଶାଖୀ । ଜଣଙ୍କ ବୟସ ୨୭ ଓ ଅନ୍ୟ ଜଣଙ୍କ ବୟସ ହେଉଛି ୧୮ । ୨୦୨୨ ମସିହା ଡିସେମ୍ବର ୮ ତାରିଖରେ ତାଙ୍କ ମାଆଙ୍କ ମୃତ୍ୟୁ ଘଟିଥିଲା । ଏ ଖବର ପଡିଶା ଘର ଲୋକ ମଧ୍ୟ ଜାଣି ପାରି ନ ଥିଲେ । ସେମାନେ କାହାକୁ କିଛି ନ କହି ଗୋଟିଏ ଘରେ ନିଜ ମାଆର ଶବକୁ ଲୁଚାଇ ରଖିଥିଲେ । 

ଶବ ଧୀରେ ଧୀରେ ପଚିବା ଆରମ୍ଭ କରିବାରୁ ସେଥିରେ ପୋକ ହେବା ସହିତ ଅସହ୍ୟ ଦୁର୍ଗନ୍ଧ ମଧ୍ୟ ବାହାରୁ ଥିଲା । ପୋକକୁ ନିଜ ହାତରେ କାଢି ବାହାରେ ପକାଇ ଦେଉଥିଲେ ଝିଅ । ଗନ୍ଧ ବି କେହି ଜାଣି ପାରିବେ ନାହିଁ ବୋଲି ଧୂପ , ଫିନାଇଲ ଓ ସେଣ୍ଟ ବ୍ୟବହାର କରୁଥିଲେ ଘରେ ।

ଦିନେ ତାଙ୍କ ଘରକୁ ତାଙ୍କ ପିଉସୀ ଆସି ମାଆ କାହିଁ ବୋଲି ପଚାରିବାରୁ କିଛି ଉତ୍ତର ଦେଇ ନ ଥିଲେ ଝିଅ । ଏପରିକି ବନ୍ଦ୍ ଘରକୁ ଯିବାକୁ ମଧ୍ୟ ଦେଇ ନ ଥିଲେ ପିଉସିଙ୍କୁ । ପିଉସିଂକ ସନ୍ଦେହ ହେବାରୁ ସେମାବେ ପୋଲିସରେ ଖବର ଦେଇଥିଲେ । ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରିଥିଲା ଓ ଦୁଇ ଝିଅ ସବୁ ସତ କହିଥିଲେ ପୋଲିସ୍ ସାମ୍ନାରେ ।

ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶ ବାରଣାସୀ ଜିଲ୍ଲା ଲଙ୍କାଥାନା ଅନ୍ତର୍ଗତ ମଦରମା ଗ୍ରାମରେ ।