ଏଭଳି ଏକ ରାହସ୍ୟମୟ ସ୍ଥାନ ଯେଉଁଠାରେ ମରୁଭୂମି ରେ ମିଶେ ସମୁଦ୍ର, ବୁଲିବାକୁ ଆସନ୍ତି ଏଲିଅନ ! ଏହି ସ୍ଥାନ ବିଷୟରେ ଜାଣିଲେ ତାଯୁବ ହେବେ ଆପଣ

 
ଏଭଳି ଏକ ରାହସ୍ୟମୟ ସ୍ଥାନ ଯେଉଁଠାରେ ମରୁଭୂମି ରେ ମିଶେ ସମୁଦ୍ର, ବୁଲିବାକୁ ଆସନ୍ତି ଏଲିଅନ ! ଏହି ସ୍ଥାନ ବିଷୟରେ ଜାଣିଲେ ତାଯୁବ ହେବେ ଆପଣ

ଦକ୍ଷିଣ ଆଫ୍ରିକାର ଉତ୍ତର ଭାଗ ପର୍ଯ୍ୟନ୍ତ ବିସ୍ତୃତ ହୋଇ ରହିଥିବା ଏଭଳି ଏକ ରାହସ୍ୟମୟ ମରୁଭୂମି ଯାହା ମଙ୍ଗଳ ଗ୍ରହ ସଦୃଶ ଦେଖାଯାଏ। ଦକ୍ଷିଣ ଅଙ୍ଗୋଲା ଠାରୁ ନାମିବିଆ ପର୍ଯ୍ୟନ୍ତ ବିସ୍ତୃତ ଏହାର ନାମ ନାମିବ ମରୁଭୂମି ଅଟେ।

ଏହି ସ୍ଥାନର ସବୁଠାରୁ ଆଶ୍ଚର୍ଯ୍ୟଜନକ ବିଷୟ ଏହା ହେଉଛି ଯେ ଏଠାରେ ଏପରି ଏକ ଜାଗା ଅଛି ଯେଉଁଠାରେ ମରୁଭୂମି ରେ ସମୁଦ୍ର ମିସିଥାଏ। ଏହା ପ୍ରକୃତରେ ଏକ ମନୋରମ ଦୃଶ୍ୟ ହୋଇଥିବା ବେଳେ ୟୁନେସ୍କୋ ବିଶ୍ୱ ଐତିହ୍ୟ ସ୍ଥଳ ଲିଷ୍ଟ ରେ ମଧ୍ୟ ଏହା ସାମିଲ ରହିଛି।

ଏହାକୁ ଦୁନିଆର ସବୁଠାରୁ ଶୁଷ୍କ ମରୁଭୂମି ବୋଲି କୁହାଯାଇଥାଏ। ଏଠାରେ ଅନେକ ବଡ଼ ବଡ଼ ବାଲି ଟେଳା ସହ ବଡ ବଡ ପାହାଡ ମଧ୍ୟ ରହିଛି। ତେବେ ଏଠାରେ ବାଲି ଉପରେ ଅନେକ ବିଚିତ୍ର ଗୋଲାକାର ଆକୃତି ହୋଇଥାଏ। ଯାହାକୁ ନେଇ କେତେକ ଲୋକେ ଏହାକୁ ଏଲିଅନଙ୍କ କାରନାମା କହୁଥିବା ବେଳେ କେତେକ ଏହାକୁ ପରୀ ମାନଙ୍କ କାରନାମା ବୋଲି ମଧ୍ୟ କହୁଛନ୍ତି। ଏଠାରେ କେତେକ ସ୍ଥାନରେ ବାଲିର ରଙ୍ଗ ନାରଙ୍ଗୀ ହୋଇଥିବା ବେଳେ ସମୁଦ୍ର ପାଖରେ ବାଲିର ରଙ୍ଗ ଧଳା ଅଟେ।

ତେବେ ଏଠାରେ ଘଟୁଥିବା ଏଭଳି ଆଶ୍ଚର୍ଯ୍ୟଜନକ ଘଟଣା ର ବର୍ତ୍ତମାନ ପାଇଁ କୌଣସି ବୈଜ୍ଞାନିକ ପ୍ରମାଣ ନାହିଁ। ତେବେ ଏହି ମରୁଭୂମି ପ୍ରାୟ ୫ କୋଟି ୫୦ ଲକ୍ଷ ବର୍ଷ ପୁରୁଣା ବୋଲି ଅନୁମାନ କରା ଯାଇଥାଏ।