ବିବାହକୁ ମାତ୍ର ୨୦ଦିନ ହୋଇଥିଲା, ହନିମୁନରେ ଯାଇଥିଲେ ସ୍ୱାମୀ ସ୍ତ୍ରୀ, ଆଉ ତା ପରେ...

 
Husband wife
କାଳ କେତେବେଳେ କେଉଁଠି ଲୁଚି ବସିଥାଏ ତାହା କିଏ ବା ଜାଣିଛି । ନା ସେ ବୟସକୁ ଖାତିର କରେ ନା ସମୟକୁ । ସେ ନିର୍ଦ୍ଧାରିତ ସମୟରେ ଆସି ସବୁକିଛି ବଦଳାଇ ଦିଏ କ୍ଷଣକରେ । ସୁଖର ସମୟକୁ ଦୁଃଖର ବଦଳେଇ ଦିଏ ଓ ହସକୁ ଲୁହରେ । 

ତ୍

ଏପରି ଏକ ଘଟଣା ଦେଖିବାକୁ ମିଳିଛି ମହାରାଷ୍ଟ୍ରର ପୁନେରେ । ଗତ ଡ଼ିସେମ୍ବର ୮ ତାରିଖରେ ବିବାହ କରିଥିଲେ ସୁଭାଙ୍ଗି ପଟେଲ୍ ଓ ବିନାୟକ ପଟେଲ୍ । ଦୁହେଁ ନିଜ ବିଭାଘରକୁ ନେଇ ବେଶ୍ ଖୁସି ଥିଲେ । ତାଙ୍କ ବୈବାହିକ ଜୀବନର ଖୁ ସି ବୋଧେ ସହି ପାରିଲାନି କାଳ । ଅଧା ବାଟରୁ ଛଡାଇ ନେଲା ବିନାୟକଙ୍କ ପାଖରୁ । 

ବିନାୟକ ଓ ସୁଭାଙ୍ଗୀ ଦୁହେଁ ମିଶି ପ୍ରବଳଗଡ ଦୁର୍ଗ ବୁଲି ଯାଇଥିଲେ । ଗୁରୁବାର ଦିନ ପ୍ରାୟ ୨ ଟା ୨.୩୦ ବେଳେ ଦୁହେଁ ଟ୍ରାକିଂ ପାଇଁ ବାହାରି ଯାଇଥିଲେ । ଏହି ଖୁସିର ମୁହୂର୍ତ୍ତକୁ ମୋବାଇଲ୍ ରେ କୟେଦ କରିବା ପାଇଁ ପକେଟ୍ ରୁ ମୋବାଇଲ୍ କାଢି ସେଲଫି ଉଠାଉଥିଲେ ବିନାୟକ । ଯାହା ପରେ ଏପରି କିଛି ହୋଇଥିଲା ଯାହାକୁ କେହି କେବେ ସ୍ବପ୍ନରେ ବି ଭାବି ନ ଥିଲେ ।

ସେମାନଙ୍କ ଅସାବଧାନତା ପାଇଁ ଶୁଭାଙ୍ଗୀଙ୍କ ଗୋଡ ହଠାତ୍ ଖସି ପଡିଥିଲା । ଯାହା ଫଳରେ ସେ ପାହାଡ ତଳକୁ ଖସି ପଡିଥିଲେ । ଏହି ସ୍ଥାନରେ ପୋଲିସ୍ ପହଞ୍ଚି ତାର ଛାନ୍ ଭିନ୍ ଆରମ୍ଭ କରିଛି । ଏ ପର୍ଯ୍ୟନ୍ତ ମଧ୍ୟ ସୁଭାଙ୍ଗୀଙ୍କ ଶରୀର ଖୋଜି ପାଇନି ପୋଲିସ୍ । ଏହି ଘଟଣା ପରେ ପୁରା ଭାଙ୍ଗି ପଡିଛନ୍ତି ବିନାୟକ ।