ଭାଣିଜୀ ସହ ଚାଲିଥିଲା ଚୋରାପୀରତି, ଅନ୍ୟତ୍ର ବାହା ହେବାକୁ ରାଜି ହେବାରୁ ଭାଣିଜୀକୁ ମାରିଦେଲା ମାମୁଁ, ଜାଣନ୍ତୁ ପୁରା ଘଟଣା
ଚାଞ୍ଚଲ୍ୟ ସୃଷ୍ଟି କରିଛି ମାମୁ ଭାଣିଜୀର ପ୍ରେମ ! ଭାଣିଜୀକୁ ପ୍ରେମ କରୁଥିଲା ମାମୁଁ । ହେଲେ ଭାଣିଜୀ ଅନ୍ୟତ୍ର ବାହା ହେବାକୁ ରାଜି ହେବାରୁ ଭାଣିଜୀକୁ ମାରି ଦେଇଛି ମାମୁଁ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶ ରାଜ୍ୟରେ ।
ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର
Follow our WhatsApp channel and get all the Latest news
ଉତ୍ତରପ୍ରଦେଶ ର ହାଇଦୋଇରେ ଦେଖିବାକୁ ମିଳିଛି ଏଭଳି ପରିସ୍ଥିତି । ସୂଚନା ଅନୁସାରେ , ମାମୁଙ୍କ ନାମ ହେଉଛି ମଣିକାନ୍ତ ଦ୍ବିବେଦୀ । ଭାଣିଜିର ନାମ ହେଉଛି ମାନସୀ ପାଣ୍ଡେ । ତେବେ ପ୍ରାୟ ଦୁଇ ବର୍ଷ ହେବ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ରହିଥିଲା । କିନ୍ତୁ ନିକଟରେ ମାନସିଙ୍କର ଅନ୍ୟତ୍ର ବାହାଘର ଠିକ ହୋଇ ଯାଇଥିଲା ।
ଯାହା ପରେ ସେ ମାମୁଁ ମଣିଲାଲଙ୍କୁ ଫୋନ୍ କରି ଜଣାଇଥିଲେ । ଏହି ଖବର ଶୁଣିବା ପରେ ମଣିଲାଲ ରାଗି ଯାଇଥିଲେ । ଗତ ରାକ୍ଷୀ ପୂର୍ଣ୍ଣିମା ଦିନ ମାନସୀ ମାମୁଁ ଘରକୁ ଯାଇଥିଲେ । ଆଉ ଯେଉଁଠି ମାମୁଁ ମଣିଲାଲ ଘଟାଇଥିଲେ ଏଭଳି କାଣ୍ଡ ।
ସୂଚନା ଅନୁଯାୟୀ ମଣିଲାଲ ମାନସୀଙ୍କ ତଣ୍ଟି ଚିପି ତାଙ୍କ ହତ୍ୟା କରିବା ସହ ତାଙ୍କୁ ଏକ ବିଲ୍ଡିଙ୍ଗରେ ନେଇ ଫିଙ୍ଗି ଦେଇଥିଲେ । ତାଙ୍କ ବାପାଙ୍କୁ ଫୋନ୍ କରି ତାଙ୍କ ଝିଅ ଆଉ କାହା ସହ ଫେରାର ହୋଇ ଯାଇଛି ବୋଲି ମଧ୍ୟ କହିଥିଲେ ।
କିନ୍ତୁ ବାପାଙ୍କର ସନ୍ଦେହ ହେବାରୁ ସେ ପୋଲିସ୍ ରେ ଖବର ଦେଇଥିଲେ । ଯାହା ପରେ ପୋଲିସ ମାମୁଁ ମଣିଲାଲ୍ କୁ ଗିରଫ କରିଥିଲେ । ପ୍ରଥମେ ତ ମଣିଲାଲ୍ ପୋଲିସ୍ କୁ ବହୁ ମିଛ କଥା କହିଥିଲା । କିନ୍ତୁ ପରେ ସେ ସମସ୍ତ ସତ ମାନିଥିଲା ବୋଲି ପୋଲିସ୍ ସୁଚନା ଦେଇଛି ।