ପ୍ରେମିକାକୁ ଖୁସି କରେଇବା ପାଇଁ ନିଜ ବନ୍ଧୁକ ଦେଇଦେଲେ ଯବାନ, ପ୍ରେମିକା ବନ୍ଧୁକରେ କରିଦେଲା ସବୁ ବଡ଼ବଡ଼

 
Jawan gf
ଗାର୍ଲ୍ ଫ୍ରେଣ୍ଡ୍ କୁ ଖୁସି କରୁ କରୁ ଚାଲିଗଲା ଚାକିରୀ । ପ୍ରେମିକ ଯବାନଙ୍କୁ ସୈନିକ ଚାକିରୀରୁ ସବୁ ଦିନ ପାଇଁ ମିଳିଗଲା ଛୁଟି । ମହଙ୍ଗା ପଡ଼ିଗଲା ପ୍ରେମିକାକୁ ଖୁସି କରାଇବା । ହୁଏ ତ ଯବାନ ଜଣକ କେବେ ଭାବି ନ ଥିବେ ତାଙ୍କର ଏହି ଭୁଲ୍ ପାଇଁ ତାଙ୍କୁ କେତେ ବଡ଼ କ୍ଷତି ସହିବାକୁ ପଡ଼ିବ ।

ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବିହାର ରାଜ୍ୟର ଗୋପାଳଗଞ୍ଜ ଅଞ୍ଚଳରେ । ସୂଚନା ଅନୁସାରେ , ପ୍ରେମିକ ଅନିଲ ଙ୍କର ଡ୍ୟୁଟି ପଡ଼ିଥାଏ ଦୁର୍ଗା ପୂଜା ମଣ୍ଡପ ପାଖରେ । ସେଠାକୁ ତାଙ୍କ ପ୍ରେମିକା ନିରୁପମା ମଧ୍ୟ ବୁଲିବାକୁ ଯାଇଥିଲେ । ଯେଉଁଠୁ ଆରମ୍ଭ ହୋଇଯାଏ ସବୁ ଗଡ ବଡ଼ି । 

Jawan gf

ପୂଜା ମଣ୍ଡପ ନିକଟରେ ପ୍ରେମିକାଙ୍କୁ ଦେଖି ଅନିଲ ଭୁଲି ଯାଇଥିଲେ ବୋଧ ହୁଏ ସେ ଡ୍ୟୁଟି ରେ ଅଛନ୍ତି ବୋଲି । ନିଜ ପ୍ରେମିକା ଜିଦ୍ ଧରିବାରୁ ତାକୁ ନିଜ ଡ୍ୟୁଟି ଗନ୍ ଦେଇ ଦେଇଥିଲେ ଅନିଲ । ଯାହା ପରେ ହୋଇଗଲା ଏପରି କିଛି ।

ସେଠାରେ ଉଭୟ ଅନିଲ ଓ ନିରୁପମା ଗନ୍ ସହିତ ସେଲ୍ଫି ଉଠାଇବା ସହିତ ଡ୍ୟୁଟିରେ ଥାଇ ମଧ୍ୟ ଅନିଲ ନିଜ ପ୍ରେମିକା ସହିତ ବିଭିନ୍ନ ଢଙ୍ଗରେ ଶେଲ୍ଫି ଉଠାଇଥିଲେ । ଠିକ୍ ଥିଲା ସବୁ ଏ ପର୍ଯ୍ୟନ୍ତ ।

କଥା ସେତେବେଳେ ବିଗିଡି ଯାଇଥିଲା ଯେତେବେଳେ ନିକଟରେ ନିରୁପମା ଏହି ସବୁ ଓ ରିଲ୍ସ କୁ ସୋସିଆଲ ମିଡ଼ିଆରେ ପୋଷ୍ଟ କରିଥିଲେ । ଏହି ପୋଷ୍ଟ ପରେ ରାଗି ଯାଇଥିଲେ ପୋଲିସ୍ । ଗୋପାଳନଗର ଏସପିଙ୍କ କହିବା ଅନୁସାରେ ଯବାନଙ୍କ ଏହି ଭଳି କାମ ପାଇଁ ତାଙ୍କୁ ସସପେଣ୍ଡ କରା ଯାଇଛି ।