ଯବାନ ହେଲେ ସହିଦ, ଆଉ କିଛି ଦିନ ପରେ ଜଳିଥାନ୍ତା ହୋମ ନିଆଁ ହେଲେ ଜଳିଲା ଜୁଇ ନିଆଁ, ଜାଣନ୍ତୁ ପୁରା ଘଟଣା

 
Sahid

ଚାଲିଥିଲା ବାହାଘର ଦେଖା । ଉପଯୁକ୍ତ କନିଆ ଟିଏ ବାଛି ସାରିଥିଲେ ବାପା ମା । ପୁଅ ଚାକିରୀରୁ ଛୁଟି ନେଇ ଆସିଥିଲେ ହୋଇଥାନ୍ତା ବାହାଘର । ଗୋଟିଏ ମାତ୍ର ପୁଅର ବିଭାଘର କରିବା ପାଇଁ ପରିବାରର ଖୁସି କହିଲେ ନ ସରେ । ହେଲେ ଏ ଖୁସି ସମସ୍ତଙ୍କ ପାଇଁ କ୍ଷଣସ୍ଥାୟୀ ଥିଲା । ପୁଅ ତାଙ୍କର ଛୁଟି ନେଇ ଘରକୁ ଆସିଥାନ୍ତା ହେଲେ ସେ ସାରା ଦିନ ପାଇଁ ଛୁଟି ନେଇ ଏ ସଂଶାରରୁ ଚାଲିଗଲା ।

ଘୁ

ଏତେ କମ୍ ବୟସରୁ ଦେଶ ପାଇଁ ସହିଦ୍ ହୋଇଗଲେ ସେ । ଆମେ ଏଠାରେ ଆପଣଙ୍କୁ ବୁଧବାର ଦିନ କାଶ୍ମୀରରେ ହୋଇଥିବା ଆତଙ୍କବାଦୀଙ୍କ ଆକ୍ରମଣ ବିଷୟରେ କହୁଛୁ ।

ଯେଉଁଥିରେ ସହିଦ ହୋଇ ଯାଇଥିଲେ କ୍ୟାପଟେନ ଶୁଭମ୍ ଗୁପ୍ତା । କେବଳ ଶୁଭମ ନୁହଁନ୍ତି ତାଙ୍କ ସହିତ ଆଉ ୫ ଜଣ ଯବାନ ମଧ୍ୟ ସହିଦ ହୋଇଥିଲେ ।

ଛୋଟ ବେଳୁ ଶୁଭମ୍ ଙ୍କ ସ୍ଵପ୍ନ ଥିଲା ପାଠ ପଢ଼ି ସେବାରେ ଭର୍ତ୍ତି ହେବେ । ଦରକାର ପଡିଲେ ନିଜ ଦେଶ ପାଇଁ ଜୀବନ ଦେବେ । ଶୁଭମ୍ ଆଜି ନିଜ ସ୍ବପ୍ନକୁ ସାକାର କରିଛନ୍ତି । ଶୁଭମ୍ ତାଙ୍କ ଟ୍ରେନିଂ ସମାପ୍ତ କରିବା ପରେ କାଶ୍ମୀରରେ ପାରା କମାଣ୍ଡର ଭାବେ କାର୍ଯ୍ୟରତ ଥିଲେ । ବୁଧବାର ଦିନ ତାଙ୍କ କ୍ୟାମ୍ପ ପାଖରେ ହଠାତ୍ ଆତଙ୍କବାଦୀ ଆକ୍ରମଣ ହୋଇଥିଲା ।

ନିଜ ପ୍ରାଣ ସହିତ ଖେଳି ଆତଙ୍କବାଦୀମାନଙ୍କୁ ମାରି ଦେଇଥିଲେ ଯବାନ । ହେଲେ ଭାରତକୁ ମଧ୍ୟ କିଛି କମ୍ ମୂଲ୍ୟ ଦେବାକୁ ପଡ଼ି ନ ଥିଲା ଏଥି ପାଇଁ । କାରଣ ଭାରତ ଏହି ଆତଙ୍କବାଦୀ ଆକ୍ରମଣରେ ତାର ୫ ଯବାନଙ୍କୁ ହରାଇ ବସିଥିଲା ।