ନ୍ୟାୟ ମାଗୁଛି ସ୍ବାମୀ, ପିଲା ନ ହେବାରୁ ସ୍ୱାମୀକୁ ଛାଡ଼ି ପ୍ରେମିକ ସହ ଫେରାର ହୋଇଗଲା ସ୍ତ୍ରୀ, ଜାଣନ୍ତୁ ପୁରା ଘଟଣା

 
Stree fherar

ସନ୍ତାନ ନ ହେବାରୁ ସ୍ୱାମୀକୁ ଛାଡ଼ି ପ୍ରେମିକ ସହ ଫେରାର ହେଲେ ସ୍ତ୍ରୀ ! ସ୍ବାମୀ ଆଣିଲେ ସାଙ୍ଘାତିକ ଅଭିଯୋଗ । ସ୍ବାମୀ ଥାନାରେ ସ୍ତ୍ରୀର ଖୋଲିଲେ ସବୁ ପୋଲ । କହିଲେ ସ୍ତ୍ରୀର ସବୁ ସତ । ଯାହା ଶୁଣିବା ପରେ ମାମଲା ରୁଜୁ କରିଛି ପୋଲିସ । 

 Follow our WhatsApp channel and get all the Latest news

 ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର

WhatsApp Channel (Join Now) Join Now

Swami stree

ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶ କୋତବାଲି ଅଞ୍ଚଳରେ । ସୂଚନା ଅନୁସାରେ ୨୦୧୬ ମସିହାରେ ଦୁହିଁଙ୍କର ବିବାହ ହୋଇଥିଲା । ହେଲେ ବିବାହ ପର ଠାରୁ ହିଁ ସ୍ତ୍ରୀ ଜଣଙ୍କର ଅନ୍ୟ ପୁରୁଷଙ୍କ ସହ ଅବୈଧ ସମ୍ପର୍କ ଥିଲା । 

ଯେଉଁଥିପାଇଁ ସ୍ବାମୀ ଓ ସ୍ତ୍ରୀ ମଧ୍ୟରେ ଅନେକ ସମୟରେ ଝଗଡା ହେଉଥିଲା । ତାଙ୍କ ସ୍ବାମୀଙ୍କ ଅଭିଯୋଗ ଅନୁସାରେ ସେ ଘରେ ନ ଥିବା ବେଳେ ତାଙ୍କ ପୁରୁଷ ବନ୍ଧୁଙ୍କୁ ଘରକୁ ଡାକନ୍ତି ।

ଯେଉଁଥି ପାଇଁ ନିକଟରେ ତାଙ୍କର ଝଗଡା ହୋଇଥିଲା । ପିଲା ନ ହେବାର ବାହାନା ଦେଖାଇ ସ୍ତ୍ରୀ ଘରୁ ସୁନା ଗହଣା ନେଇ ନିଜ ପୁରୁଷ ବନ୍ଧୁ ସହିତ ଫେରାର ହୋଇ ଯାଇଥିଲେ । ଯାହା ପରେ ସ୍ବାମୀ ଜଣଙ୍କ ପୋଲିସ ନିକଟରେ ନ୍ୟାୟ ମାଗିଛନ୍ତି ।