ବାଥରୁମ୍ ରେ ଏକାସହ ମଜା ନେଇ ଗାଧୋଉଥିଲେ ସ୍ୱାମୀ ସ୍ତ୍ରୀ, ଅଚାନକ ହୋଇଗଲା ମୃତ୍ୟୁ, କାରଣ ଜାଣି ହେବେ ତାଜୁବ୍

 
Gadheiba

ବାଙ୍ଗାଲୋରର ଚିକ୍କାଜାଲାରେ ନିଜ ଘରେ ଗାଧୋଇବା ସମୟରେ ଏକ ଦମ୍ପତିଙ୍କର ମୃତ୍ୟୁ ହୋଇଛି। ଯେଉଁ କାରଣ ପ୍ରାରମ୍ଭିକ ଅନୁସନ୍ଧାନରେ ସାମ୍ନାକୁ ଆସିଛି। ତାହା ଅନୁସାରେ, ବାଥରୁମରେ କାର୍ବନ ମନୋକ୍ସାଇଡ୍ ଧୂଆଁ ଯୋଗୁଁ ଶ୍ୱାସରୁଦ୍ଧ ହୋଇ ଏହି ଦମ୍ପତିଙ୍କର ମୃତ୍ୟୁ ହୋଇଥିଲା।

Bath

10 ଜୁନ୍ ରାତିରେ ପୀଡିତଙ୍କ ମୃତ୍ୟୁ ହୋଇଥିବା ପୋଲିସ ଅନୁମାନ କରୁଛି। କିନ୍ତୁ ମୃତ୍ୟୁ ଦୁଇ ଦିନ ପରେ, ସୋମବାର, ଜୁନ୍ 12 ରେ ଜଣା ପଡିଥିଲା। ​ମୃତ ଦମ୍ପତି ହେଉଛନ୍ତି 30 ବର୍ଷୀୟ ଚନ୍ଦ୍ରଶେଖର ଏବଂ ତାଙ୍କର 22 ବର୍ଷିୟା ପତ୍ନୀ ସୁଧରାନୀ।

Couple

ପୋଲିସର ସୂଚନାନୁସାରେ, ଏହି ଦମ୍ପତି ୧୦ ତାରିଖ ଶନିବାର ସନ୍ଧ୍ୟାରେ ତରବାନାହଲ୍ଲୀରେ ଥିବା ନିଜ ଘରକୁ ଆସିଥିଲେ। ରାତି ପ୍ରାୟ ୯ ଟା ପରେ ଏହି ଦମ୍ପତି ଗାଧୋଇବା ପାଇଁ ଗ୍ୟାସ୍ ଗିଜର ଅନ୍ କରି ଗାଧୋଇବାକୁ ବାଥରୁମକୁ ଯାଇଥିଲେ।  ବାଥରୁମ କବାଟ ଏବଂ ଝରକା ବନ୍ଦ ହୋଇଯାଇଥିଲା, ବାୟୁ ଚଳାଇବା ପାଇଁ ସ୍ଥାନ ନଥିଲା। ଯେଉଁଥିରେ ଦୁହେଁ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ବରଣ କରିଥିଲେ। ସୋମବାର ସକାଳେ ଯେତେବେଳେ ପଡୋଶୀମାନେ ଘରୁ ଦୁର୍ଗନ୍ଧ ବାହାରୁଥିବାର ଅଭିଯୋଗ କରିଥିଲେ, ବାଥରୁମରେ ଉଭୟଙ୍କ ମୃତଦେହ ମିଳିଥଲା।