କୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ, ମହିଳା ମାନେ ନିଜ ଶାଶୁ କି ମା ର ଗୋଲାମ ନୁହଁନ୍ତି, ଏବେ ସମୟ ବଦଳିଛି, ଜାଣନ୍ତୁ ପୁରା ଖବର

 
Highcourt

କୌଣସି ମହିଳା ମାଆ କିମ୍ବା ଶାଶୂଙ୍କର ଗୋଲାମ୍ ନୁହେଁ। ମହିଳା ମାନଙ୍କର ନିଜସ୍ଵ ବୁଦ୍ଧି ରହିଛି। ସେ କୌଣସି ଘଟଣାରେ ବି ନିଜର ବ୍ୟକ୍ତିଗତ ନିଷ୍ପତି ନେଇ ପାରିବେ । ସମୟ ବହୁତ୍ ବଦଳିଛି। ସବୁ କ୍ଷେତ୍ରରେ ଉନ୍ନତି କରିଛି ଦେଶ । ତେବେ ପୂର୍ବ ଦିନ ଗୁଡ଼ିକ ପରି ମହିଳା ମାନେ କାହିଁକି ରହିବେ ଅନ୍ୟ ମାନଙ୍କ ଅଧୀନରେ। ସେ ମହିଳା ହୁଅନ୍ତୁ କି ପୁରୁଷ ପ୍ରତ୍ୟେକଙ୍କ ନିଜସ୍ଵ ନିଷ୍ପତ୍ତି ନେବାର ଅଧିକାର ରହିଛି। ହାଇକୋର୍ଟ ର ଏପରି ଶୁଣାଣି ଏବେ ବେଶ୍ ଚର୍ଚ୍ଚାରେ ।

ଫି

ଏକ ଛାଡ଼ପତ୍ର ମାମଲାରେ କେରଳ ର ହାଇକୋର୍ଟ ଏପରି ନିଷ୍ପତ୍ତି ଦେଇଛନ୍ତି । କେରଲା ହାଇକୋର୍ଟ ଏକ ପ୍ୟାମିଲି କୋର୍ଟର ନିଷ୍ପତ୍ତିକୁ ଖାରଜ କରି ଏପରି ଏକ ବୟସ ଦେଇଛନ୍ତି।

କେରଲା ହାଇକୋର୍ଟର ବିଚାରପତି  ଦେବନ୍ ରାମଚନ୍ଦ୍ରନ୍ କହିଛନ୍ତି ଏ ବର୍ଷ ହେଉଛି ୨୦୨୩ ର। ଏଥି ମଧ୍ୟରେ ଅନେକ କିଛି ବଦଳି ଯାଇଛି। ମହିଳା ମାନେ ବର୍ତ୍ତମାନ କାହାର ଗୋଲାମ ନୁହଁନ୍ତି। ସେମାନେ ସ୍ବାଧିନ ଓ ନିଜସ୍ଵ ନିଷ୍ପତ୍ତି ନେଇ ପାରିବେ। ସୂଚନା ଅନୁସାରେ ତ୍ରିଶୂଳର ଜଣେ ମହିଳା ଫ୍ୟାମିଲି କୋର୍ଟରେ ଛାଡ଼ପତ୍ର ପାଇଁ ଆବେଦନ କରିଥିଲେ ।

ମହିଳାଙ୍କ ଅଭିଯୋଗ ଅନୁସାରେ ବିବାହର ପରେ ତାଙ୍କ ସ୍ଵାମୀ ସହିତ ଅନେକ ସମୟରେ ତାଙ୍କର ଝଗଡ଼ା ଲାଗି ରହିଥାଏ। ତାଙ୍କ ପାରିବାରିକ ଜୀବନ କିଛି ଭଲ ଚାଲୁ ନ ଥିବାରୁ ସେ ନିଜ ପିଲାକୁ ଧରି ଅନେକ ସମୟରେ ନିଜ ବାପ ଘରେ ରହୁଥିଲେ। 

Sasu

ଏ ନେଇ ସେ ଯେତେବେଳେ ତ୍ରିଶୂଳ ଫ୍ୟାମିଲି କୋର୍ଟର ଦ୍ବାରସ୍ଥ ହେଲେ କୋର୍ଟ କେଶ୍ ଟିକୁ ହାଲକାରେ ନେଇ ଏହାକୁ ଖାରଜ କରି ଦେଇଥିଲା। ଯାହା ପରେ ସେ ଏବେ କେରଳ ହାଇକୋର୍ଟର ଦ୍ବାରସ୍ଥ ହୋଇଛନ୍ତି।