ଭାରତ ସରକାରଙ୍କ ଅଧୀନରେ ନିଯୁକ୍ତି ପାଇବେ ୧୦ ଲକ୍ଷରୁ ଅଧିକ ପ୍ରାର୍ଥୀ, ଜାଣନ୍ତୁ ପୁରା ଖବର

 
Ncs requirement

ଆସିଗଲା ନୂଆ ନିଯୁକ୍ତି ସୁଯୋଗ। ବଢିବ ରୋଜଗାରୀଆଙ୍କ ସଂଖ୍ୟା। ଏଥିରେ ଆପଣ ବି ହୋଇ ପାରନ୍ତି ଲାଭବାନ। ଦୀର୍ଘ ଦିନ ଧରି ଚାକିରି ନ ପାଉଥିବା ସମସ୍ୟାର ଯଦି ସମାଧାନ ଚାହୁଁଛନ୍ତି ତେବେ ଜାଣି ନିଅନ୍ତୁ ଏହି ଖବରଟି।

ଭାରତ ସରକାର ଶ୍ରମ ଓ ରୋଜଗାର ମନ୍ତ୍ରାଳୟର ଜାତୀୟ କ୍ୟାରିଅର ସେବା ପୋର୍ଟାଲ ତରଫରୁ ବିଭିନ୍ନ ପଦବୀ ପାଇଁ ବାହାର କରିବାକୁ ଯାଉଛନ୍ତି ବିଜ୍ଞପ୍ତି।୨୮ ଅଗଷ୍ଟ ୨୦୨୩ରେ ଦଶ ଲକ୍ଷରୁ ଅଧିକ ସକ୍ରିୟ ପଦବୀ ପଞ୍ଜୀକୃତ କରିଛି ଏନସିଏସ। ଯାହା ସରକାରୀ ତଥା ବେସରକାରୀ  ସଂସ୍ଥାର ବିଭିନ୍ନ ଶାଖାରୁ ଆସିଛି।

 ଆଗାମୀ ଦିନ ଗୁଡିକରେ  ଭାରତ ସରକାର ପ୍ରାୟ ୧୦ଲକ୍ଷ ପଦବୀ ଗୁଡ଼ିକର ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରିଛନ୍ତି।ନିଯୁକ୍ତି ପାଇଁ ଖୋଲା ଯାଇଥିବା NCS ପୋର୍ଟାଲରେ ଏହା ଜାରି କରା ଯାଇଛି।ଏହି ୧୦ଲକ୍ଷ ଖାଲି ପଦବୀ ମଧ୍ୟରୁ ପ୍ରାୟ ଏକ ତୃତୀୟାଂଶ ଛାତ୍ର ମାନଙ୍କ ପାଇଁ ଉପଲବ୍ଧ ରହିଛି। ସାଧାରଣତଃ ପାଠ ପଢା ସରିବା ପରେ ଛାତ୍ର ଟିଏ ଚାକିରୀକୁ ନେଇ ବଡ ଚିନ୍ତିତ ଥାଏ।ଯାହାର ସମାଧାନରେ ଛାତ୍ରମାନଙ୍କୁ ଏହି ଯୋଜନାର ଅନ୍ତର୍ଭୁକ୍ତ କରା ଯାଇଛି।

-u

ଆସନ୍ତୁ ଜାଣି ନେବା କେଉଁ କ୍ଷେତ୍ରରେ କେତେ ପଦବୀ ଖାଲି ରହିଛି :

  • ଅର୍ଥ ଓ ବୀମା କ୍ଷେତ୍ରରେ - ୫୧ପ୍ରତିଶତ
  • ପରିବହନ ଓ ଗୋଦାମ କ୍ଷେତ୍ରରେ -୧୩ ପ୍ରତିଶତ 
  • ଅପରେସନ ଆଣ୍ଡ ସପୋର୍ଟ, ଆଇଟି ଆଣ୍ଡ କମ୍ୟୁନିକେସନ -୧ ୨ପ୍ରତିଶତ 
  • ଅଲ୍ ଇଣ୍ଡିଆ ଆଧାରରେ ପ୍ରାର୍ଥୀ ଚୟନ ପାଇଁ  ୩୮ପ୍ରତିଶତ ରହିଥିବା ବେଳେ ରାଜ୍ୟ ଗୁଡ଼ିକ ପାଇଁ ପ୍ରତିଶତ ପଦବୀ ରହିଛି । ଅବଶିଷ୍ଟ ପଦବୀ ଆବଶ୍ୟକତାକୁ ଦୃଷ୍ଟିରେ ରଖି କରାଯିବ।ଆଗାମୀ ଦିନରେ ନିଯୁକ୍ତି ମଧ୍ୟ ବଢି ପାରେ।