ଶାଶୂଘରେ ଝିଅକୁ ମିଳିଲା ନିର୍ଯ୍ୟାତନା, ବ୍ୟାଣ୍ଡ ପାର୍ଟି ନେଇ ସମ୍ମାନର ସହ ନିଜ ଘରକୁ ଫେରାଇ ଆଣିଲେ ବାପା, ଆଉ ତାପରେ...

 
Bapa jhia

ଝିଅକୁ ବୋଝ ଭାବୁଥିବା ଲୋକଙ୍କ ପାଇଁ ସୃଷ୍ଟି ହୋଇଛି ଏକ ଜ୍ୱଳନ୍ତ ଉଦାହରଣ। ଯେଉଁମାନେ ଭାବନ୍ତି ଝିଅକୁ ବିବାହ କରିଦେଲେ ମାଆ, ବାପାଙ୍କର କର୍ତ୍ତବ୍ୟ ସେହିଠାରେ ହିଁ ସରିଯାଏ ସେମାନଙ୍କୁ ଅନେକ କିଛି ଶିଖିବାକୁ ଅଛି ଏହି ଘଟଣାରୁ । ସେମାନଙ୍କୁ ବୁଝି ନେବାକୁ ହେବ ଯେ ବିବାହ ଜୀବନର ଏକ ଅଂଶ। ଏହା ସମ୍ପୂର୍ଣ ଜୀବନ ନୁହେଁ।

ଲୋକ ଲଜ୍ଜା ଓ ସମାଜର ଭୟରେ ଝିଅ ପାଉଥିବା ନିର୍ଯ୍ୟାତନାକୁ ଚୁପ୍ ଚାପ୍ ଦେଖି ସହିଯିବା ଏହା ଅନେକ ସମୟରେ ହୋଇଥାଏ। ହେଲେ ଏ ବାପା ଜଣକ ସମାଜକୁ ଦେଖାଇ ଦେଇଛନ୍ତି ଝିଅ ପ୍ରତି ପ୍ରକୃତ କର୍ତ୍ତବ୍ୟ କଣ ରହିଛି ପରିବାରର।

ସି

ଏପରି ଏକ ପ୍ରଶଂସନୀୟ ଘଟଣା ଦେଖିବାକୁ ମିଳିଛି ରାଞ୍ଚିରେ। ତାଙ୍କ ଝିଅ ଶାଶୁ ଘରେ ବାରମ୍ବାର ନିର୍ଯ୍ୟାତନା ପାଇଥିବା ନେଇ ନିଜ ବାପାଙ୍କୁ ଜଣେଇ ଥିଲେ। ଅନ୍ୟ ବାପାଙ୍କ ପରି ତାଙ୍କ ବାପା ତାଙ୍କୁ ଭାଗ୍ୟକୁ ଆଦରି ନେବାର ନୁହେଁ ବରଂ ଭାଗ୍ୟକୁ ବଦଳାଇ ଦେବାର ସାହସ ଦେଇଥିଲେ। ବାପା ତାଙ୍କର ବ୍ୟାଣ୍ଡ ପାର୍ଟି ନେଇ ଝିଅକୁ ଶାଶୁ ଘରୁ ସସମ୍ମାନେ ଫେରାଇ ଆଣି ଥିଲେ। ଅକ୍ଟୋବର ୧୫ ତାରିଖରେ ସେ ନିଜ ଫେସ୍ ବୁକ୍ ଆକାଉଣ୍ଟରେ ଘଟଣା ଟିକୁ ସେୟାର କରିବା ପରେ ଏବେ ଘଟଣା ଟି ସର୍ବ ସମ୍ମୁଖରେ। 

ବାପା ପ୍ରେମ୍ ଗୁପ୍ତାଙ୍କ କହିବା ଅନୁସାରେ ସେ ନିଜ ଝିଅ ସାଖିକୁ ଅନ୍ୟ ବାପାଙ୍କ ଭଳି ଅନେକ ଆଶା ଓ ଭରଶାର ସହିତ ସଚିନ ନାମକ ଯୁବକଙ୍କୁ ବିବାହ କରାଇଥିଲେ। ସଚିନ ବିଦ୍ୟୁତ୍ ବିଭାଗରେ କାର୍ଯ୍ୟ କରନ୍ତି। ବିବାହର କିଛି ଦିନ ପରେ ପାରିବାରିକ କଳହ ସହ ଦୁହିଁଙ୍କ ମଧ୍ୟରେ ମନ ମାଳିନ୍ୟ ଦେଖା ଦେଇଥିଲା। ଝିଅ ଅନେକ ଯନ୍ତ୍ରଣା ସହି ପଡ଼ି ରହିଥିଲା ଶାଶୁ ଘରେ। 

କଥା ଏତିକିରେ ସରି ଯାଇ ନ ଥିଲା ପରେ ବାପା ପ୍ରେମ୍ ଗୁପ୍ତା ଜାଣିବାକୁ ପାଇଲେ ଯେ ସଚିନ୍ ପୂର୍ବରୁ ଦୁଇଟି ବିବାହ କରିଛନ୍ତି । ଯାହା ପରେ ସେ ନିଷ୍ପତ୍ତି ନେଲେ ସେ ନିଜ ଝିଅର ଭବିଶ୍ୟତ ଆଉ ନଷ୍ଟ ହେବାକୁ ଦେବେ ନାହିଁ । ବପା ନିଜ ପରିବାରର ସଦସ୍ୟ ଓ ବନ୍ଧୁ ବାନ୍ଧବ ଙ୍କୁ ଧରି ସସମ୍ମାନେ ଝିଅକୁ ଶାଶୁ ଘରୁ ଫେରାଇ ଆଣିଥିଲେ। ସାକ୍ଷି ଏବେ ନ୍ୟାୟ ପାଇଁ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି।