କୁଆଁରୀ ଝିଅଙ୍କ ଲାଗୁଛି ମେଳା, ଏଠାରେ ଶାଗ ମାଛ ଦରରେ ନିଜ ଝିଅଙ୍କୁ ନିଲାମ କରୁଛନ୍ତି ବାପା ମା, ଜାଣନ୍ତୁ ପୁରା ଖବର
ପନିପରିବା ଠାରୁ ଆରମ୍ଭ କରି ଡ୍ରେସ୍, ଖାଦ୍ୟ ଶସ୍ୟ ତଥା ଅନ୍ୟାନ୍ୟ ଜିନିଷ ବିକ୍ରି ହେଉଥିବା ବଜାରରେ ଦେଖିଥିବେ। କିନ୍ତୁ ଆମେ ଆପଣଙ୍କୁ କହିବୁ ଶସ୍ତାରେ ଯୁବତୀ ବିକ୍ରି ହେଉଥିବା ବଜାର ବିଷୟରେ। ଅଶ୍ଚର୍ଯ୍ୟ ଲାଗିଲେବି ଘଟଣାଟି ସତ। ଏଭଳି ଏକ ମାର୍କେଟ୍ ରହିଛି ଯେଉଁଠି ବିକ୍ରି ହେଉଛନ୍ତି ଯୁବତୀ।
ଏହି ବଜାରରେ ଅର୍ଥ ଦେଇ ନିଜ ପସନ୍ଦର କନ୍ୟା କିଣନ୍ତି ଯୁବକ। ଯେତେ ଦାମୀ ସେତେ ସୁନ୍ଦରୀ କନ୍ୟା। ତେବେ କେଉଁଠି ରହିଛି ଏଭଳି ମାର୍କେଟ୍ ଆସନ୍ତୁ ଜାଣିବ। ବୁଲଗେରିଆରେ ଏପରି ଏକ ସ୍ଥାନ ଅଛି ଯେଉଁଠି ଯୁବତୀମାନେ ବିକ୍ରି ହୁଅନ୍ତି। ଏହି ମାର୍କେଟକୁ ବ୍ରାଇଡ୍ ମାର୍କେଟ୍ ବା କନ୍ୟା ବଜାର କୁହାଯାଏ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ବଜାର ସମ୍ପୂର୍ଣ୍ଣ ଭାବେ ଆଇନଗତ।
ଏହି ବଜାରକୁ ଯାଇ ଯୁବକମାନେ ନିଜ ପସନ୍ଦର ପତ୍ନୀ କିଣନ୍ତି। ବୁଲଗେରିଆର ଷ୍ଟାରା ଜାଗୋର ନାମକ ଏକ ସ୍ଥାନରେ ରହିଛି ଏହି ମାର୍କେଟ। ପୁରୁଷ ନିଜ ପରିବାର ସହିତ ଏହି ସ୍ଥାନକୁ ଆସି ନିଜ ପସନ୍ଦର ଝିଅ ବାଛନ୍ତି। ଆଉ ଝିଅ ପସନ୍ଦ କରିବା ପରେ ପରିବାର ସଦସ୍ୟଙ୍କ ମୂଲ୍ୟ ନିର୍ଦ୍ଧାରଣ କରନ୍ତି।
ଝିଅର ପରିବାର ଲୋକେ ମୂଲ୍ୟରେ ସନ୍ତୁଷ୍ଟ ହେଲେ ଝିଅକୁ ବିକ୍ରି କରାଯାଏ। ରେଟ୍ ଫାଇନାଲ ହେବା ପରେ ଯୁବତୀଙ୍କୁ ଘରକୁ ନେଇ ପତ୍ନୀର ମାନ୍ୟତା ଦିଅନ୍ତି ସଂପୃକ୍ତ ଯୁବକ। ବଡ କଥା ହେଉଛି ଯେଉଁ ଯୁବତୀଙ୍କ ଅର୍ଥ ପରିସ୍ଥିତି ଖରାପ ସେମାନେ ମୁଖ୍ୟତଃ ଏହି ବଜାରରେ ଆସି ନିଜକୁ ବିକ୍ରି କରିଥାନ୍ତି।
ଯେଉଁ ବାପା-ମା ନିଜ ଝିଅ ବିବାହ କରିବାକୁ ଅସମର୍ଥ ସେମାନେ ଝିଅକୁ ନେଇ ଏହି ବଜାରକୁ ଆସନ୍ତି। ଆଉ ଯେଉଁ ଯୁବକଙ୍କୁ ଯୁବତୀଙ୍କ ଆବଶ୍ୟକତା ଥାଏ ସେମାନେ ଏଠାକୁ ଆସି ଉପଯୁକ୍ତ ମୂଲ୍ୟ ଦେଇ ଝିଅକୁ ନିଅନ୍ତି। ବୁଲଗେରିଆରେ ଏଭଳି ପରମ୍ପରା ଏବେକାର ନୁହେଁ। ବର୍ଷ ବର୍ଷ ଧରି ପିଢି ପରେ ପିଢି ଏହା କରିଆସୁଛନ୍ତି।
ଯେଉଁ ଯୁବତୀ ପୂର୍ବରୁ ବିବାହ କରିନଥିବେ ସେମାନଙ୍କୁ ମୂଲ୍ୟ ଅଧିକ। ପୂର୍ବରୁ ବିବାହ କରିଥିଲେ କମ୍ ଦାମରେ ବିକ୍ରି ହେବାକୁ ପଡେ। ଆଉ ଏଠାରେ ପତ୍ନୀ କିଣିବାକୁ ଅନେକ ଗୁଡିଏ ନିୟମ ମଧ୍ୟ ରହିଛି। ଯାହାକୁ କି ପାଳନ କରିବା ଅପରିହାର୍ଯ୍ୟ। ଯେପରିକି ଯେଉଁ ଯୁବକ ଝିଅଙ୍କୁ କିଣିବେ ସେ ସମାନ ସମ୍ପ୍ରଦାୟର ହୋଇଥିବା ଆବଶ୍ୟକ। ଆଉ ଝିଅ ଗରିବ ହୋଇଥିବା ଆବଶ୍ୟକ।