ଦେଖନ୍ତୁ ଭିଡିଓ: ବନ୍ୟାରେ ଭାଙ୍ଗି ଭାସିଗଲା ପୁରା ମନ୍ଦିର, ହେଲେ ଯେମିତିକି ସେମିତି ଛିଡ଼ା ରହିଲେ ହନୁମାନଙ୍କ ମୂର୍ତ୍ତି

 
Hanuman

ମଧ୍ୟପ୍ରଦେଶର ଦାମୋହରେ ନିକଟରେ ପ୍ରବଳ ବର୍ଷା ହେତୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଫଳରେ ବିଭିନ୍ନ ଗାଁରେ ବନ୍ୟା ପାଣି ପଶିଆସିବାରୁ ବ୍ୟାପକ କ୍ଷୟକ୍ଷତି ହୋଇଛି । ଅନେକ ଘର ପାଣିରେ ବୁଡ଼ିଯାଇଛି । ଫଳରେ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କିନ୍ତୁ ଏସବୁ ଭିତରେ ଦାମୋହ ଜିଲ୍ଲାରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି, ଯାହାକୁ ଦେଖି ସ୍ଥାନୀୟ ଲୋକେ ଆଶ୍ଚର୍ଯ୍ୟ ହେବା ସହ ଏହା ଏକ ଚମତ୍କାର ବୋଲି କହିଛନ୍ତି ।

                                                               ବନ୍ୟାରେ ଭାସିଗଲା ପୁରା ମନ୍ଦିର, ହେଲେ ଦେବତାଙ୍କ ମୂର୍ତ୍ତି ଅକ୍ଷୂର୍ଣ୍ଣ

ଦାମୋହ ଜିଲାରେ ପ୍ରବଳ ବର୍ଷା ହେବାରୁ ବନ୍ୟା ପରିସ୍ଥିତି ସୃଷ୍ଟି ହେଇଥିଲା । ଜିଲ୍ଲାର ଚାରିଟି ବ୍ଲକ, ଜାବରା, ତେନ୍ଦୁଖେଡା, ହାଟା ଏବଂ ପାଟରରେ ନଦୀ ଜଳ ପଶି ବ୍ୟାପକ କ୍ଷୟକ୍ଷତି ଘଟାଇଛି । ଏହି ସମୟରେ ଜାବେରା ବ୍ଲକ ଠାରୁ ୩୦ କିଲୋମିଟର ଦୂରରେ ଥିବା ରୋହାନି ଗ୍ରାମ ବନ୍ୟାରେ ବେଶୀ କ୍ଷତିଗ୍ରସ୍ତ ବୋଲି ସୂଚନା ମିଳିଛି । 

ବର୍ଷା ହେତୁ ଗୁରୁୟା ନଦୀର ଜଳ ସ୍ତର ଏତେ ମାତ୍ର ରେ ବୃଦ୍ଧି ପାଇଥିଲା ଯେ ସମସ୍ତ ଗ୍ରାମ ଜଳମଗ୍ନ ହୋଇଯାଇଥିଲା । ଜଳ ପ୍ରବାହ ଏତେ ଶକ୍ତିଶାଳୀ ଥିଲା ଯେ ସମଗ୍ର ଗାଁ ଜଳମଗ୍ନ ହେବା ସହ ଅନେକ ଘର ଭାଙ୍ଗି ରୁଜି ଚୁରମାର ହୋଇଯାଇଥିଲା |

ଏହି ନଦୀ କୂଳରେ ଥିବା ବହୁ ବର୍ଷ ପୁରୁଣା ହନୁମାନ ମନ୍ଦିରରେ ପାଣି ପଶିଯାଇଥିଲା । ପରେ ପାଣି ମାଡ଼ରେ ମନ୍ଦିରଟି ସମ୍ପୂର୍ଣ୍ଣ ଭୁଶୁଡ଼ି ପଡିଥିବାର ସ୍ଥାନୀୟ ଲୋକେ କହିଛନ୍ତି । ଏହାର କାନ୍ଥ ଓ ଲୁହା ଗ୍ରୀଲ ପାଣିରେ ଧୋଇଯାଇଥିଲା । ହେଲେ ମନ୍ଦିର ଭିତରେ ପୂଜା ପାଉଥିବା ପ୍ରଭୁ ହନୁମାନ ସେମିତି ଛିଡ଼ା ହୋଇ ରହିଥିଲେ । ବନ୍ୟା ପାଣି ତାଙ୍କର କିଛି ବି କ୍ଷତି କରିପାରି ନଥିଲା । ପ୍ରଭୁ ହନୁମାନଙ୍କ ମୂର୍ତ୍ତିରେ କିଛି କ୍ଷତି ନ ଘଟିଥିବାରୁ ଏହା ଏକ ଚମତ୍କାର ବୋଲି ସ୍ଥାନୀୟ ମବାସୀ ପ୍ରକାଶ କରିଛନ୍ତି ।

ସ୍ଥାନୀୟ ଲୋକେ ଏଭଳି ଚମତ୍କାର ଦେଖି କହିଛନ୍ତି ମନ୍ଦିରଟି ଭୁଶୁଡି ଯାଇଥିଲେ ବି ପ୍ରଭୁ ବଜରଙ୍ଗବାଲି ମହାବଳି ହନୁମାନ ଆଜି ବି ଦୁନିଆରେ ଅଛନ୍ତି |