ହସ ଖୁସିର ପରିବାର‌ ନିରବି ଗଲା, ପୁଅକୁ ବିଷ ଦେଇ ଏକାସାଙ୍ଗ ଝୁଲି ପଡିଲେ ସ୍ୱାମୀ ସ୍ତ୍ରୀ, ଜାଣନ୍ତୁ ପୁରା ଘଟଣା

 
Seami stree

ଅନଲାଇନ୍ ଟ୍ରେଡିଂ ନେଲା ଜୀବନ। ପୁରା ନିପାତ ହୋଇଗଲା ଗୋଟିଏ ପରିବାର। ଆଜ୍ଞା ହଁ ବର୍ତ୍ତମାନର ସମୟରେ ଟ୍ରେଡିଂ ବ୍ୟବସାୟ ବୁଢିଆଣୀ ଜାଲ ପ୍ରି ସମାଜରେ ପୁରା ବିଛେଇ ହୋଇ ସାରିଲାଣି। ଲୋକ ମାନଙ୍କର ରାତାରାତି ବଡ ଲୋକ ହେବାର ମନୋଭାବ ଏହାକୁ ବେଶ୍ ପ୍ରୋତ୍ସାହନ ଦେଉଛି। ଏଥିରୁ ଦୁଇଟି କଥା ହେଉଛି। କେହି କେହି ରାତାରାତି ସତରେ ବଡ ଲୋକ ହେଇ ଯାଉଛନ୍ତି ଆଉ କେହି ନିଜର ସର୍ବସ୍ବ ହରାଇ ରାସ୍ତାର ଭିକାରୀ ପାଲଟି ଯାଉଛି।

କ୍ସୀ

ଅନେକ ସମୟର ଲୋକଙ୍କୁ ଏଇ ଭିକାରୀ ବନି ଯିବାଟା ହୁଏ ତ ଆଦୌ ପସନ୍ଦ ହେଉ ନାହିଁ।ନିଜ ଆଖି ଆଗରେ କଷ୍ଟ କରି ଉପାର୍ଜନ କରିଥିବା ସବୁ ଧନର ଏପରି ପାଣିରେ ମିଳେଇ ଜିବାଟା ସହ୍ୟ କରି ପାରୁନାହାନ୍ତି ଲୋକେ। ଯେଉଁଥି ପାଇଁ ଅନେକ ସମୟରେ ଆଉ କିଛି ଉପାୟ ନ ପାଇ ଜୀବନ ହାରିବାର ଚରମ ନିଷ୍ପତ୍ତିକୁ ଆପଣେଇ ନେଉଛନ୍ତି।

ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମଧ୍ୟପ୍ରଦେଶ ଜଗଲ୍ ପୁର ଅଞ୍ଚଳର ରାମପୁର ରେ। ଉକ୍ତ ସ୍ଥାନର ଗୋଟିଏ ପରିବାରର ମୋଟ ତିନି ଜଣ ସଦସ୍ୟ ନିଜର ପ୍ରାଣ ହାରି ଦେଇଛନ୍ତି। ଘଟଣା ଟି ଚହଳ ପକାଇ ଦେଇଛି ସାରା ରାଜ୍ୟରେ।

ସୂଚନା ଅନୁସାରେ ବ୍ୟକ୍ତି ଜଣକ ଅନଲାଇନ୍ ରେ ଟ୍ରେଡିଂ ଓ ବିଟିଂ ପରି କାମ କରନ୍ତି। ଯେଉଁଥିରେ ପ୍ରଥମରୁ ସେ ଖୁବ୍ କମାଇବାରେ ଲାଗିଲେ।ଅଳ୍ପ ପରିଶ୍ରମରେ ଦିନକୁ ଦିନ ତାଙ୍କ ରୋଜଗାର ବଢିବାରେ ଲାଗିଲା। ମନର ଲୋଭ ବଢିବା ସହିତ ଆଗକୁ ଆଗକୁ ଅଧିକ ରୁ ଅଧିକ ଟଙ୍କା ନିବେଶ କରିବାରେ ଲାଗିଲେ।

Swami stree

କେବଳ ନିଜ ପଇସା ନୁହେଁ ଏଥି ପାଇଁ ଅନେକ କରଜ ମଧ୍ୟ ସେ କରିଥିଲେ। ହେଲେ ଅଚାନକ ଧୀରେ ଧୀରେ କରି ସେ ନିଜର ସବୁ ପଇସା ହରାଇ ବସିଲେ। ରୁଣର ଭାର ନିଜ ଉପରେ ଏତେ ବଢି ଯାଇଥିଲା ଯେ ଯାହାକୁ ଶୁଝିବା ତାଙ୍କ ପାଖରେ ଅସମ୍ଭବର କଥା ଥିଲା। ତେଣୁ କରି ସେ ଓ ତାଙ୍କ ସ୍ତ୍ରୀ ମୃତ୍ୟୁ ପରି ଚରମ ନିଷ୍ପତ୍ତି କୁ ଆପଣେଇ ନେଇଥିଲେ। ସେ,ତାଙ୍କ ସ୍ତ୍ରୀ ଓ ପାଞ୍ଚ ବର୍ଷର ଶିଶୁ ସହିତ ଅଧ ରାତିରେ ଆତ୍ମହତ୍ୟା କରିଥିଲେ।ଶବ ଗୋଟିଏ ଦିନ ପଡ଼ି ରହିବା ପରେ ଲୋକେ ଏ ନେଇ ପୋଲିସରେ ଅଭିଯୋଗ କରିଥିଲେ। ଏବେ ପୋଲିସ ଏହାର ତଦନ୍ତ ଆରମ୍ଭ କରିଛି ।