ଚର୍ମ ଡାକ୍ତର ଯୁବତୀଙ୍କୁ ସୁନ୍ଦରୀ କରିଦେବେ କହି ରଖିଲେ ଶାରିରୀକ ସମ୍ବନ୍ଧ, ଆଉ ତାପରେ... ଜାଣନ୍ତୁ ପୁରା ଘଟଣା

 
Doctor patient

ଡାକ୍ତର ଯୁବତୀଙ୍କୁ ମାଗଣାରେ ସୁନ୍ଦରୀ କରି ଦେବେ ବୋଲି କହି ଯୁବତୀଙ୍କ ସହିତ ରଖିଲେ ଶାରୀରିକ ସଂପର୍କ ! ଏଭଳି ଏକ ଅଭିଯୋଗ ଦେଖିବାକୁ ମିଳିଛି ବ୍ରିଟେନରେ । ବ୍ରିଟେନର ଜଣେ ୪୨ ବର୍ଷୀୟ ବହୁ କ୍ଷାତାନାମା ଚର୍ମ ରୋଗ ବିଶେଷଜ୍ଞ ଟିଜିଅନ୍ ଇଶୋଙ୍କ ବିରୋଧରେ ଏପରି ଅଭିଯୋଗ ଦେଖିବାକୁ ମିଳିଛି ।

ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର

Follow our WhatsApp channel and get all the Latest news

WhatsApp Channel (Join Now) Join Now

ଇଶୋ ବ୍ରିଟେନର ଜଣେ ଚର୍ଚ୍ଚିତ ଚର୍ମ ଡାକ୍ତର ଅଟନ୍ତି । ସେ ବଡ଼ ବଡ ସେଲୋବ୍ରିରି ମାନଙ୍କୁ ଚିକିତ୍ସା କରନ୍ତି । ତେବେ ତାଙ୍କ ବିରୋଧରେ ଏପରି ଅଭିଯୋଗ ଆସିବା ପରେ ଏକ ମାସ ପାଇଁ ତାଙ୍କ ଲାଇସେନ୍ସକୁ ରଦ୍ଦ କରା ଯାଇଛି । 

Doctor

ଅଭିଯୋଗ ଅନୁସାରେ , ସେ ଜଣେ ଅଭିନେତ୍ରୀଙ୍କୁ ପ୍ରଲୋଭନ ଦେଖାଇ ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିଛନ୍ତି । ଅଭିନେତ୍ରୀ ଜଣକଙ୍କ କହିବା ଅନୁସାରେ ଡାକ୍ତର ଜଣଙ୍କ ତାଙ୍କୁ ମାଗଣାରେ ବେଟକ୍ସ ଇଞ୍ଜେକ୍ସନ ଦେଇ ତାଙ୍କ ଶାରୀରିକ ସଂପର୍କ ରଖିଛନ୍ତି ।

 ବେଟକ୍ସ ଇଞ୍ଜେକ୍ସନ ସାଧାରଣତଃ ସେଲିବ୍ରିଟି ମାନେ ୟଙ୍ଗ ଦେଖାଯିବା ପାଇଁ ନେଇଥାନ୍ତି । ଯାହାର ମୂଲ୍ୟ ବହୁ ଅଧିକ ଅଟେ । ତେବେ ଡାକ୍ତର ଜଣଙ୍କ ଅଭିନେତ୍ରୀଙ୍କ ଅଭିଯୋଗକୁ ଖଣ୍ଡନ କରି କହିଛନ୍ତି ସେ ଏପରି କିଛି କରି ନାହାନ୍ତି । ସେ କେବଳ ଇନଷ୍ଟାଗ୍ରାମରେ ତାଙ୍କୁ ଅଶ୍ଳିଳ ଭାଷାରେ ମେସେଜ କରିଥିଲେ ।