ଦେଖନ୍ତୁ ଭିଡିଓ: ଘରର ତଳ ଚଟାଣ ତଳୁ ଶୁଭୁଥିଲା ଭୟଙ୍କର ଶବ୍ଦ, ହଠାତ୍ ଫାଟି ବାହାରିଲେ ବିଶାଳ କୁମ୍ଭୀର

 
Kumbhira

ଏବେ କୁମ୍ଭୀର ସୃଷ୍ଟି କରୁଛି ଆତଙ୍କ। ଗୋଟିଏ ପରେ ଗୋଟିଏ ରୁମଟାଙ୍କୁରା ଦୃଶ୍ୟ ଆସୁଛି ଆଖି ସାମ୍ନାକୁ। ଗତ କିଛିଦିନ ତଳେ ଯାଜପୁରର ସ୍ତ୍ରୀ ଲୋକଟିକୁ ଝୁଣି ଝୁଣି ଖାଇବାର ଭିଡିଓ ଏବେବି ଲୋକଙ୍କ ମାନଙ୍କ ମନରୁ ଯାଇନି, ସେଇ ମଧ୍ୟରେ ଭାଈରାଲ ହେଉଛି ଆଉ ଏକ ଆଶ୍ଚର୍ଯ୍ୟ ଜନକ ଦୃଶ୍ୟ। ସୋସିଆଲ ମିଡ଼ିଆରେ ଭିଡ଼ିଓ ଟି ଏବେ ଖୁବ୍ ଚର୍ଚ୍ଚାରେ। ଅନେକ ଲୋକ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଖାଇଛନ୍ତି ଏହାକୁ ନେଇ। ହୁଏତ ଏ ଭିଡିଓଟି ଆଖି ସାମ୍ନାକୁ ନ ଆସିଥିଲେ ଘଟଣାଟିକୁ ବିଶ୍ୱାସ କରିବା ଅସମ୍ଭବ ହୋଇପଡ଼ିଥାନ୍ତା ।

Kumbhira

ସୂଚନା ଅନୁସାରେ ଚଟାଣ ତଳୁ ବାହାରିଲେ ୩ କୁମ୍ଭୀର, ଯାହା ଭିଡିଓଟିରେ ସମ୍ପୂର୍ଣ୍ଣ ଭାବେ ସ୍ପଷ୍ଟ । ମାତ୍ର ଘଟଣାଟି କେଉ ସ୍ଥାନର ଏହାକୁ ନେଇ କୌଣସି ସୂଚନା ମିଳିନାହିଁ । ମିଳିଥିବା ସୁଚନା ଅନୁସାରେ ଜଣେ ବ୍ୟକ୍ତିଙ୍କ ଘର ଚଟାଣରୁ କିଛି ଅଜବ ଶବ୍ଦ ଶୁଣିବାକୁ ମିଳିଥିଲା ,ହେଲେ ପ୍ରଥମେ ସେ ଏହାକୁ ଅଣଦେଖା କରିଥିଲେ ମାତ୍ର ପୁନର୍ବାର ଦୁଇ ଜୀବ ଝଗଡ଼ା କରୁଥିବାର ଶୁଣି ସେ ଡରିଯାଇଥିଲେ ଏବଂ ସ୍ଥାନୀୟ ଲୋକଙ୍କୁ ଜଣାଇଥିଲେ ।

ପରେ ରୁଣ୍ଡ ହୋଇଯାଇଥିଲେ ଅନେକ ଲୋକ । ପରେ ଚଟାଣ ତଳେ କାହିଁ କିପରି ଶବ୍ଦ ଆସୁଛି କାରଣ ଜାଣିବା ନିମନ୍ତେ ଚଟାଣ କୁ ଫଟା ଯାଇଥିଲା ।ଚଟାଣ ଫାଟିବା ପରର ଦୃଶ୍ୟ ଏବେ ଆପଣଙ୍କ ସାମ୍ନାରେ। ଗୋଟିଏ ପରେ ଗୋଟିଏ ଏ ପରି ୩ଟି କୁମ୍ଭୀର ଗର୍ଜନ କରି ବାହାରି ଆସିଥିଲେ ଉପରକୁ ଯାହା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ସ୍ଥାନୀୟ ଲୋକେ।

ଏହି ସମୟରେ କେହି ଜଣେ ବ୍ୟକ୍ତି ଦୃଶ୍ୟ ଟିକୁ ଭିଡିଓ କରି ଛାଡିଥିଲେ ସୋସିଆଲ ମିଡିଆରେ। କୁମ୍ଭୀର ଆମ ପାଇଁ ନୂଆ ନୁହେଁ ହେଲେ ଯଦି ସେ ନଦୀ କିମ୍ବା ସମୁଦ୍ର କିମ୍ବା ଯେ କୌଣସି ଜଳାଶୟ ରୁ ମିଳିଥାନ୍ତା , ତେବେ ଏଥିରେ ଆଶ୍ଚର୍ଯ୍ୟ ହେବାର କୌଣସି କଥା ନଥିଲା। ହେଲେ ଚଟାଣ ତଳୁ ବାହାରିବା କଥାଟି ହଜମ ହେଉନି କାହାରିକୁ ।କେଉଁଠି ଆସିଲା?କେବେ ଠାରୁ ରହୁଥିଲା ?ଏମିତି ଅନେକ ପ୍ରଶ୍ନ ଆସୁଛି ଲୋକ ମାନଙ୍କ ମାନକୁ । ଉକ୍ତ ସ୍ଥାନରେ ବନବିଭାଗ ପହଁଚି ୩ଟି କୁମ୍ଭୀରକୁ ଉଦ୍ଧାର କରିଛି।