ବାହା ହେବାକୁ ଆସିଲାନି ବର, ମ୍ୟାରେଜ ସ୍କିମ୍‌ରୁ ଟଙ୍କା ପାଇଁ ନିଜ ଭାଇକୁ ବାହା ହୋଇଗଲା ଭଉଣୀ, ଆଉ ତାପରେ...

 
Bhai bhauni
ସ୍କିମ୍ ର ଫାଇଦା ଉଠାଇବା ପାଇଁ ବର କନିଆ ସାଜିଲେ ଭାଇ ଭଉଣୀ ! ଆଜ୍ଞା ହଁ , କଥା ଟି ଆଶ୍ଚର୍ଯ୍ୟ ଲାଗୁଥିଲା ମଧ୍ୟ ସତ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ମହାରାଜଗଞ୍ଜ ଅଞ୍ଚଳରେ । ମାର୍ଚ୍ଚ ୫ ତାରିଖରେ ସେହି ସ୍ଥାନରେ ଏକ ସାମୁହିକ ବିବାହ କାର୍ଯ୍ୟକ୍ରମର ଆୟୋଜନ କରା ଯାଇଥିଲା । ତେବେ ଜାଣନ୍ତୁ ସେଠାରେ କିପରି ଘଟିଲା ଏଭଳି ଏକ ନିନ୍ଦନୀୟ ଘଟଣା । କାହିଁକି ଭାଇ ଭଉଣୀ ସାଜିଲେ ବର ? 

Marriage

ସେଠାରେ ବିବାହ କରିବା ପାଇଁ ଅନେକ ଦମ୍ପତ୍ତି ଉପସ୍ଥିତ ଥିଲେ । ଏହି ବିବାହ କାର୍ଯ୍ୟକ୍ରମଟି ସରକାରଙ୍କ ଦ୍ଵାରା ଆୟୋଜିତ କରା ଯାଇଥିଲା । ମୁଖ୍ୟମନ୍ତ୍ରୀ ମାସ୍ ମ୍ୟାରେଜ୍ ସ୍କିମ୍ ଅଧୀନରେ ଏଠାରେ ବିବାହ କରୁଥିବା ପ୍ରତ୍ୟେକ ଦମ୍ପତିଙ୍କୁ ୫୧ ହଜାର ଟଙ୍କାର ସହାୟତା ରାଶି ଦିଆ ଯାଉଥିଲା ।

Follow our WhatsApp channel and get all the Latest news

ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର

WhatsApp Channel (Join Now) Join Now

ଏହି ସ୍କିମ୍ ଅନୁସାରେ ୫୧ ହଜାର ଟଙ୍କାରୁ ୩୫ ହଜାର ଟଙ୍କା ସିଧା କନ୍ୟାଙ୍କ ବ୍ୟାଙ୍କ୍ ଆକାଉଣ୍ଟ ରେ ଜମା କରା ଯାଉଥିଲା । ଆଉ ୧୦ ହଜାର ଟଙ୍କା ଉପହାର କିଣା କିଣି ପାଇଁ ଦିଆ ଯାଉଥିଲା ଏବଂ ଆଉ ୫ ହଜାର ବିବାହର ବନ୍ଦୋବସ୍ତ କରିବା ପାଇଁ ଦିଆଯାଏ । ଯେଉଁମାନେ ଗରିବ ଶ୍ରେଣୀର ଓ ଅର୍ଥ ଅଭାବରୁ ବିଭାଘର କରିବାରୁ ବଞ୍ଚିତ ହୁଅନ୍ତି ସେମାନଙ୍କ ପାଇଁ ଏହି ଯୋଜନା ଟି ରହିଛି । 

Marriage

ତେବେ ସେଠାକୁ ଅନ୍ୟ ମାନଙ୍କ ଭଳି ଜଣେ ଯୁବତୀ ମଧ୍ୟ ବିବାହ କରିବାକୁ ଯାଇଥିଲେ । ହେଲେ ତାଙ୍କ ବର କୌଣସି କାରଣରୁ ବିବାହ ନିମନ୍ତେ ଉପଯୁକ୍ତ ସମୟରେ ପହଞ୍ଚି ପାରି ନ ଥିଲେ । ଯେଉଁଥି ପାଇଁ ଡେଭଲେପମେଣ୍ଟ ଅଫିସର୍ ଙ୍କ କହିବା ଅନୁସାରେ ଯୁବତୀ ଜଣଙ୍କ ନିଜ ଭାଇକୁ ସ୍ୱାମୀର ପରିଚୟ ଦେଇଥିଲେ । ପ୍ରକୃତ କଥା ସାମ୍ନାକୁ ଆସିବା ପରେ ଲୋକେ ଏହାକୁ ବହୁ ନିନ୍ଦା କରିଛନ୍ତି ।