ଏମ୍ସ ମୁଖ୍ୟଙ୍କ ଦାବି: ଏହି ୨ଟି କାରଣ ପାଇଁ ଦେଶରେ ହୁ ହୁ ହୋଇ ବଢୁଛି କରୋନା ସଂକ୍ରମଣ, ଜାଣନ୍ତୁ

 
ଏମ୍ସ ମୁଖ୍ୟଙ୍କ ଦାବି: ଏହି ୨ଟି କାରଣ ପାଇଁ ଦେଶରେ ହୁ ହୁ ହୋଇ ବଢୁଛି କରୋନା ସଂକ୍ରମଣ, ଜାଣନ୍ତୁ

ଭାରତରେ ହୁ ହୁ ହେଇ ବଢିଚାଲିଛି କରୋନା ସଂକ୍ରମଣ। ଭାରତରେ ଆଜି ୨,୩୪,୬୯୨ କରୋନାଭାଇରସ୍‌ଜନିତ ନୂତନ ସଂକ୍ରମଣ ଓ ୧,୩୪୧ ମୃତ୍ୟୁ ରେକର୍ଡ କରାଯାଇଛି। ତେବେ ବଢୁଥିବା ସଂକ୍ରମଣକୁ ଦେଖି AIIMS ନିର୍ଦ୍ଦେଶକ ଡକ୍ଟର ରଣଦୀପ ଗୁଲେରିଆ ଶନିବାର କହିଛନ୍ତି ଯେ କୋଭିଡ ପ୍ରତି ସଠିକ୍ ଆଚରଣ ଅଭାବ ଏବଂ ଭାଇରସର ପରିବର୍ତ୍ତନ ରୂପ ହେତୁ ଭାରତରେ କରୋନା ଭାଇରସ ସଂକ୍ରମଣର ଶୀଘ୍ର ବିସ୍ତାର ହେଉଛି ଏହାର ହେଉଛି ମୁଖ୍ୟ କାରଣ।

ତାଙ୍କ କହିବା ମୁତାବକ, ଯେ ଭାରତରେ କରୋନାର ଦ୍ରୁତ ସଂକ୍ରମଣ ପଛରେ ଅନେକ କାରଣ ଅଛି କିନ୍ତୁ ଦୁଇଟି ମୁଖ୍ୟ କାରଣ ଅଛି ଯେ ଲୋକମାନେ ଜାନୁଆରୀ-ଫେବୃଆରୀ ମଧ୍ୟରେ କୋଭିଡର ଉପଯୁକ୍ତ ଆଚରଣ (ମାସ୍କ, ସାମାଜିକ ଦୂରତା ଇତ୍ୟାଦି) ଅନୁସରଣ କରିବା ବନ୍ଦ କରି ଦେଇଥିଲେ। ଏହି ସମୟ ମଧ୍ୟରେ ଦେଶରେ ଟୀକାକରଣ ଆରମ୍ଭ ହୋଇଥିଲା ଏବଂ ମାମଲା ହ୍ରାସ ପାଉଥିଲା। କିନ୍ତୁ ସେହି ସମୟରେ ଭାଇରସ ରୂପ ପରିବର୍ତ୍ତନ ହୋଇ ଶୀଘ୍ର ବ୍ୟାପି ଯାଇଥିଲେ। "

ଭାରତରେ ଘଟୁଥିବା ଧାର୍ମିକ ତଥା ରାଜନୈତିକ କାର୍ଯ୍ୟକଳାପକୁ ନେଇ AIIMS ମୁଖ୍ୟ ଉଦ୍ବେଗ ପ୍ରକାଶ କରିଥିଲେ ଏବଂ ଏହାକୁ ସୀମିତ ଢଙ୍ଗରେ କରାଯିବା ଉଚିତ ବୋଲି କହିଥିଲେ। ସେ କହିଛନ୍ତି, "ଏହା ଏକ ସମୟ, ଯେତେବେଳେ ଆମ ଦେଶରେ ଅନେକ ଧାର୍ମିକ କାର୍ଯ୍ୟକଳାପ ଏବଂ ନିର୍ବାଚନ ଚାଲିଛି। ଆମକୁ ଏହା ବୁଝିଡା ଉଚିତ ଯେ ଏହା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଅଟେ। ଧାର୍ମିକ ଭାବନା ଯେପରି କ୍ଷତି ନହୁଏ ସେଥିପାଇଁ ଆମେ ଏହାକୁ ସୀମିତ ଉପାୟରେ କରିପାରିବା। "ହରିଦ୍ୱାରରେ ଚାଲିଥିବା କୁମ୍ବ ମେଳା ବିଷୟରେ ଗୁଲେରିଆଙ୍କ ମନ୍ତବ୍ୟ ଥିଲା। ଦେଶର ବିଭିନ୍ନ ପ୍ରାନ୍ତରୁ ବହୁ ସଂଖ୍ୟାରେ ଲୋକ ଏହି କୁମ୍ବ ମେଳାରେ ଭାଗ ନେଉଛନ୍ତି।
 
କୁମ୍ବ ମେଳାରୁ କରୋନା ଭାଇରସର ନୂଆ ମାମଲା ବାହାରୁଛି। ଟୀକାକରଣ ଅଭିଯାନ ବିଷୟରେ ଡକ୍ଟର ଗୁଲେରିଆ କହିଛନ୍ତି ଯେ ଟୀକାକରଣର ପରିସରକୁ ବ୍ୟାପକ କରିବା ପାଇଁ ଭାରତ ଧୀରେ ଧୀରେ ହିତାଧିକାରୀଙ୍କ ବୟସ ସୀମା ହ୍ରାସ କରିବା ଉଚିତ। ସେ କହିଛନ୍ତି, "ଆମେ ଧୀରେ ଧୀରେ ବୟସ ସୀମାକୁ ହ୍ରାସ କରିବା ଉଚିତ ଯାହା ଦ୍ୱାରା ଅଧିକ ଲୋକଙ୍କ ଟୀକାକରଣ କରାଯାଇ ପାରିବ। ଏହା ଆସନ୍ତା ସପ୍ତାହରେ ଘଟିବ।"