ଜି-୨୦ ପାଇଁ କାହିଁକି ଭାରତ ଆସିଲେନି ଚୀନ ଓ ଋଷ? ରହିଛି ବଡ଼ କାରଣ ଯାହା ଭାରତ ପାଇଁ ଫାଇଦା? ଜାଣନ୍ତୁ ପୁରା ଖବର

 
G20 putin jingping

ଭାରତରେ ଅନୁଷ୍ଠିତ G20ରେ ସମସ୍ତ ଦେଶର ପ୍ରତିନିଧି ମାନେ ଯୋଗ ଦେଇଥିବା ବେଳେ ଋଷ ଓ ଚୀନ ର ରାଷ୍ଟ୍ରପତି ଏଥିରେ ଯୋଗ ଦେଇନାହାନ୍ତି। କଥା ଟି ଅଡୁଆ ଲାଗୁଥିଲେ ବି ବିଶେଷ ଗୁରୁତ୍ଵପୂର୍ଣ୍ଣ ନୁହେଁ।କାରଣ ରାଷ୍ଟ୍ରପତି ପୁଟିନ ଏ ନେଇ ନରେନ୍ଦ୍ର ମୋଦିଙ୍କୁ ପୁର୍ବରୁ ଜଣାଇଥିଲେ ଯେ ସେ ଯୋଗ ଦେବେ ନାହିଁ ବୋଲି ଏବଂ ତାଙ୍କ ପରିବର୍ତ୍ତେ ଋଷ ର ପ୍ରତିନିଧିତ୍ଵ କରିବେ ଋଷ ର ବିଦେଶ ମନ୍ତ୍ରୀ ସର୍ଗେଇ ଲାବରେବ୍। ଅନ୍ୟ ପଟେ ଚୀନ ର ରାଷ୍ଟ୍ର ମୁଖ୍ୟ ସି ଜିନ ପିଙ୍ଗ ପୁର୍ବରୁ ସ୍ପଷ୍ଟ କରିଥିଲେ ଚିନ ପକ୍ଷରୁ ଚିନ ର ପ୍ରଧାନମନ୍ତ୍ରୀ ଲି କ୍ୟାଙ୍ଗ ଯୋଗ ଦେବେ ବୋଲି।

ପୁର୍ବରୁ ଏହାକୁ ନେଇ ଅନେକ ପ୍ରଶ୍ନ ଉଠୁଥିବା ବେଳେ ବର୍ତ୍ତମାନ ଏହା ଭାରତ ପାଇଁ ଏକ ଲାଭଦାୟକ ଚୁକ୍ତି ଭାବେ ଦେଖାଯାଉଛି। ତେବେ ଆସନ୍ତୁ ଜାଣିବା କିପରି ଏହା ଭାରତ ପାଇଁ ଲାଭଦାୟକ  ଅଟେ ? ଏବେ କାହିଁକି ଏହି ଦୁଇ ଦେଶର ପ୍ରତିନିଧି ଯୋଗ ଦେଲେ ନାହିଁ G20 ସମ୍ମିଳନୀରେ ?

India china Russia

ଜିନପିଂ ଭାରତର ଅନୁଷ୍ଠିତ G20ରେ ଯୋଗ ନ ଦେବାର କାରଣ କଣ ହେଇପାରେ ?

୨୦୧୩ ମସିହା ଠାରୁ G20ର ପ୍ରତ୍ୟେକ୍ ସମ୍ମିଳନୀରେ ଯୋଗ ଦେଉଛନ୍ତି ଚିନ ରାଷ୍ଟ୍ରପତି ଜିନପିଂ।ଦେ ପ୍ରଥମ ଥର ପାଇଁ ଭାରତ ସମ୍ମିଳନୀରେ ଅନୁପସ୍ଥିତ ରହିଥିଲେ। ଏହା କାରଣରେ କୌଣସି ସ୍ପଷ୍ଟତା ନ ଥିଲେ ମଧ୍ୟ, ଭାରତ ଓ ଚିନ ମଧ୍ୟରେ ଥିବା ସୀମା ବିବାଦ ଏକ ମୁଖ୍ୟ କାରଣ ହୋଇପାରେ। ନିକଟରେ ପ୍ରକାଶିତ ମାନଚିତ୍ରରେ ଚିନ ଅକ୍ସାଇଚିନ ଓ ଅରୁଣାଚଳ ପ୍ରଦେଶକୁ ନିଜ ଅଞ୍ଚଳ ଭାବେ ଦେଖାଇଥିଲା।ଯାହାର ପ୍ରତିବାଦ କରିଥିଲା ଭାରତ। ୟୁଏସ ଇନଷ୍ଟିଚ୍ୟୁଟ ଅଫ ପିସ ର ଦକ୍ଷିଣ ଏସିଆ ବ୍ୟାପାର ର ବରିଷ୍ଠ ସମୀର ଲାଲୱାନି ଦକ୍ଷିଣ ଚିନ ମର୍ଣିଂ ପୋଷ୍ଟ ରେ ଲେଖିଛନ୍ତି G20ରେ ଚିନ ର ଅନୁପସ୍ଥିତ ଦୁଇ ଦେଶ ସମ୍ପର୍କ ମଧ୍ୟରେ ଏକ ପ୍ରତିବନ୍ଧକ। ଜିନପିଂ ଏକ ରାଜା ମାନସିକତାର ବ୍ୟକ୍ତି।ସେ ଜାଣିଛନ୍ତି ଭାରତ କୁ ଆସିଲେ ତାଙ୍କୁ ବିଶେଷ ସମ୍ମାନ ଦିଆ ଯିବ ନାହିଁ ।

ପୁଟିନ G20ରେ ଯୋଗ ନ ଦେବାର କାରଣ କଣ ?

ପୁଟିନ ଏହା ପୂର୍ବରୁ ମଧ୍ୟ ଦକ୍ଷିଣ ଆଫ୍ରିକାରେ ଆୟୋଜିତ ବ୍ରିକ୍ସ ସମ୍ମିଳନୀରେ ଯୋଗ ଦେଇ ନ ଥିଲେ। ଯେଉଁଥିରୁ ଜଣ ଥିଲା ଯେ ସେ G20ରେ ମଧ୍ୟ ଯୋଗ ଦେବେ ନାହିଁ। ପୁଟିନ ନଜର ନ ଆସିବାର ବାସ୍ତବ କାରଣ ହେଉଛି ୟୁକ୍ରେନ ଯୁଦ୍ଧ। ୟୁକ୍ରେନ ରେ ହୋଇଥିବା ଯୁଦ୍ଧ ଅପରାଧରେ ICC ତାଙ୍କ ଗିରଫ ୱାରେଣ୍ଟ ଜାରି କରିଛି। ଯେଉଁଥି ପାଇଁ ସେ ଋଷିଆ ଛାଡ଼ୁ ନାହାଁନ୍ତି କାରଣ ସେ କେତେବେଳେ ବି ଗିରଫ ହୋଇ ପାରନ୍ତି।

Gdty

ପୁଟିନ ଓ ଜିନପିଂ ନ ଆସିବା କିପରି ଭାରତ ପାଇଁ ଲାଭଦାୟକ ?

ଅନେକ ବିଶେଷଜ୍ଞ କହିଛନ୍ତି ଯେ ଏହି ଦୁଇ ଦେଶର ଅନୁପସ୍ଥିତି ଭାରତ ପାଇଁ ଲାଭଦାୟକ ହେବ। ଭାରତ ର ପୂର୍ବତନ ରାଷ୍ଟ୍ରଦୂତ ଲେଖିଛନ୍ତି ଯେ ଯଦି ଗ 20କୁ ଜିନ ପିଂ ଆସି ଥାନ୍ତେ ତେବେ ସମସ୍ତଂକ ଦୃଷ୍ଟି ତାଙ୍କ ଆଡ଼କୁ ରହି ଥାନ୍ତା। ଏହି କାରଣରୁ ସମସ୍ତଙ୍କ ଧ୍ୟାନ G20ର ମୁଖ୍ୟ ଏଜେଣ୍ଡାରୁ ଦୂରେଇ ଯାଇ ଥାଆନ୍ତା। କେବଳ ସେତିକି ନୁହେଁ G2 0ର ଆୟୋଜକ ଭାବେ ଭାରତ ବିଶ୍ଵରେ ତାର ଶକ୍ତି ପ୍ରଦର୍ଶନ କରିବାର ସୁଯୋଗ ପାଇଛି। ଏ ପଟେ ପୁଟିନ ଙ୍କ ଅନୁପସ୍ଥିତି ମଧ୍ୟ ଭାରତ ପାଇଁ ଲାଭଦାୟକ ହେବ। ଯଦି ପୁଟିନ ଭାରତ ଆସି ଥାନ୍ତେ ୟୁକ୍ରେନ ଯୁଦ୍ଧକୁ ନେଇ ଭାରତ ଓ ଋଷିଆ ମଧ୍ୟରେ ମତଭେଦ ଦେଖା ଦେଇଥାନ୍ତା। ଯେଉଁଥି ପାଇଁ ଦୁଇ ଜଣଙ୍କ ସଂପର୍କରେ ତିକ୍ତତା ସୃଷ୍ଟି ହୋଇ ଥାନ୍ତା। ପୁଟିନ ଓ ଜିନପିଙ୍ଗ ଙ୍କ ଅନୁପସ୍ଥିତି ହେତୁ ଭାରତ ତାର ନିରପେକ୍ଷ ମତ ରଖିପାରିବ।