Lays ଆଳୁ ଚିପ୍ସରୁ ମିଳିଲା ଭୟଙ୍କର ଇନଗ୍ରିଡିଏଣ୍ଟ, ଖାଇବା ପୂର୍ବରୁ ଥରେ ନିଶ୍ଚିତ ପଢନ୍ତୁ ଏହି ଖବର
ବର୍ତ୍ତମାନ ସମୟରେ ପିଲାମାନେ କୁରକୁରେ ଏବଂ ଚିପ୍ସ ଇତ୍ୟାଦି ଖାଇବାକୁ ପସନ୍ଦ କରୁଛନ୍ତି । କିନ୍ତୁ ଏହିସବୁ ଚଟପଟା ଖାଇବା ପିଲାମାନଙ୍କ ପାଇଁ ଖୁବ ଭୟଙ୍କର ବିପଦ ଆଣିପାରେ । ସଂଯୁକ୍ତ ରାଜ୍ୟ ଆମେରିକାର ଖାଦ୍ୟ ଏବଂ ଔଷଧୀ ପ୍ରଶାସନ(FDA) ତରଫରୁ ଫ୍ରିଟୋ-ଲେ’ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ତେବେ ରିପୋର୍ଟ ଅନୁଯାୟୀ ଏଥିରେ ଦୁଗ୍ଧ ଜାତୀୟ ଆଲର୍ଜେନ୍ ମିଶି ଥାଇପାରେ ବୋଲି କିଛି ଗ୍ରାହକ ଜଣାଇଥିଲେ।
କ୍ଷୀର କିମ୍ବା ଏଥିରୁ ଉତ୍ପାଦ ଖାଦ୍ୟ ଦ୍ୱାରା ଆଲର୍ଜି ଥିବା ବ୍ୟକ୍ତିମାନେ ଏହା ଖାଇବା ଦ୍ୱାରା ସେମାନଙ୍କର ସ୍ବାସ୍ଥ୍ଯବସ୍ଥା ଖରାପ ତଥା ଜୀବନ ପ୍ରତି ବିପଦ ମଧ୍ଯ ସାଜିପାରେ। ଡିସେମ୍ବର ୧୬ରେ ଫ୍ରିଟୋ-ଲେ ଓରେଗନ୍ ଏବଂ ୱାଶିଂଟନରେ ବିକ୍ରି ହୋଇଥିବା ୧୩ ଆଉନ୍ସ ଲେଜ୍ ର କ୍ଲାସିକ୍ ଆଳୁ ଚିପ୍ସ କୁ ଫେରାଇ ଆଣିବାକୁ ଘୋଷଣା ହୋଇଥିଲା।
କାରଣ ଏହାର କିଛି ବ୍ୟାଚରେ ଦୁଗ୍ଧ ମିଶିଥିବାର ଦେଖିବାକୁ ମିଳିଥିଲା କିନ୍ତୁ ପ୍ୟାକିଂରେ ସୂଚନା ଦିଆଯାଇନଥିଲା। ଦୁଗ୍ଧରୁ ଆଲର୍ଜି କିମ୍ବା ଲାକ୍ଟୋଜ୍ ଇନ୍ଟଲରାନ୍ସରେ ପିଡିତ ଥିବା ଗ୍ରାହକଙ୍କ ପାଇଁ ଏହା ବିପଜ୍ଜନକ ହୋଇପାରେ। ଏଫଡିଏ ଅନୁଯାୟୀ, ଖାଦ୍ୟ ଆଲର୍ଜେନ୍ ପ୍ରତିବର୍ଷ ରିକଲ୍ସର ଏକ ପ୍ରମୁଖ କାରଣ ହୋଇଥାଏ।
ସେହିପରି ମେୟୋ କ୍ଲିନିକ୍ ଅନୁଯାୟୀ ଗାଈ କ୍ଷୀରରେ ଆଲର୍ଜି ଏକ ସାଧାରଣ ସମସ୍ୟା ଅଟେ କିନ୍ତୁ ମେଣ୍ଢା, ଛେଳି ଏବଂ ଅନ୍ୟ ପ୍ରାଣୀମାନଙ୍କର କ୍ଷୀରରେ ମଧ୍ଯ ଆଲର୍ଜି ହୋଇପାରେ।
ତେବେ ଏସବୁ ଆଲର୍ଜିର ଲକ୍ଷଣ ସାମାନ୍ୟରୁ ଗମ୍ଭୀର ରୂପ ମଧ୍ଯ ନେଇପାରେ। ଯେମିତିକି ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା, ବାନ୍ତି, ପେଟ ଯନ୍ତ୍ରଣା ଏବଂ ପାଚନ ଜନିତ ସମସ୍ୟା। ଏହା ଗୁରୁତର ହୋଇଗଲେ ଏନାଫିଲୋକ୍ଟିକ୍ ଶକ୍ ସୃଷ୍ଟି କରିପାରେ, ଯେଉଁଥିରେ ଶ୍ୱାସକ୍ରିୟା ନଳୀ ସଂକୁଚିତ ହୋଇ ଶ୍ୱାସକ୍ରିୟାରେ ସମସ୍ୟା ସୃଷ୍ଟି ହୋଇଥାଏ।