୧୪ ବର୍ଷୀୟ ଛାତ୍ରକୁ ଟ୍ୟୁସନ ଦିଦିଙ୍କ ପ୍ରେମ, ବିବାହିତା ହୋଇବି ନାବାଳକ ସହ ରଖିଲେ ଶାରୀରିକ ସମ୍ପର୍କ, ପୂରା ଘଟଣା ଜାଣି ହେବେ ତାଜୁବ୍

 
Sexual assult

ଶିକ୍ଷକ ଏବଂ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଥିବା ସମ୍ପର୍କକୁ ସବୁଠାରୁ ପବିତ୍ର ସମ୍ପର୍କର ମାନ୍ୟତା ଦିଆଯାଇଥାଏ। ଏପରିକି ଶିକ୍ଷାଦାନ କରିବା ସହ ଜୀବନର ରାହା ଦେଖାଉଥିବା ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ଭଗବାନଙ୍କ ଆଖ୍ୟା ମଧ୍ୟ ଦିଆଯାଇଥାଏ। କିନ୍ତୁ, ଆଜିକାଲି ଏଭଳି କିଛି ଖବର ସାମ୍ନାକୁ ଆସୁଛି ଯାହା କି ଏହି ପବିତ୍ର ସମ୍ପର୍କକୁ କଳୁଷିତ କରିଦେଇଛି।

Classroom

ପ୍ରକୃତରେ ଆମେରିକାର ଜଣେ ଶିକ୍ଷୟତ୍ରୀ ଜଣେ ନାବାଳକ ଛାତ୍ର ସହ ଜବରଦସ୍ତି ଶାରୀରିକ ସମ୍ପର୍କ ରଖିଥିବା ଖବର ସାମ୍ନାକୁ ଆସିଛି। ଆମେରିକାର କାଲିଫର୍ଣ୍ଣିଆ ସହରରେ କ୍ରିଷ୍ଟଲ ଜାକସନ୍ ନାମକ ଜଣେ ମହିଳା ମାଉଣ୍ଟ ନ୍ୟୁ ଇଣ୍ଡିପେଣ୍ଡେଣ୍ଟ୍ ସ୍କୁଲରେ ଶିକ୍ଷୟତ୍ରୀ ଭାବରେ କାମ କରନ୍ତି। ଏଥିସହିତ ସେ ନିଜ କୋଚିଂ ସେଣ୍ଟରରେ ମଧ୍ୟ ପିଲାଙ୍କୁ ପାଠ ପଢ଼ାଇଥାନ୍ତି। 

Sexual assult

ମିଳିଥିବା ସୂଚନା ଅନୁଯାଇ କୋଚିଂରେ ପଢ଼ାଇଲା ବେଳେ ତାଙ୍କର ଜଣେ ୧୪ ବର୍ଷୀୟ ନାବାଳକ ସହିତ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ତେବେ, କ୍ରିଷ୍ଟଲ ବିବାହିତା ହୋଇଥିଲେ ହେଁ ନାବାଳକ ସହିତ ଜବରଦସ୍ତି ଶାରୀରିକ ସମ୍ପର୍କ ରଖିଥିବା ଅଭିଯୋଗ ହୋଇଛି। ଥରେ କି ଦୁଇଥର ନୁହେଁ ବରଂ ଶିକ୍ଷୟତ୍ରୀ ତିନିଥର ତାଙ୍କ ସହିତ ସେକ୍ସ କରିଥିବା ନାବାଳକ ବୟାନ ଦେଇଛି। ଏହି ଘଟଣା ଶିଶୁ କଲ୍ୟାଣ ଅଧିକାରୀଙ୍କ ପାଖରେ ପହଞ୍ଚିବା ପରେ ମାମଲାର ଖୋଳତାଡ଼ ଜାରି ରହିଛି। ଏଥିସହିତ ଅଭିଯୁକ୍ତ ମହିଳାଙ୍କ ବିରୋଧରେ ମାମଲା ଚାଲିଥିବା ଜଣାଯାଇଛି।