କଳିଯୁଗ ଶିକ୍ଷକ! ଟିଉସନ୍ ଫି ନ ଦେଇ ପାରିବାରୁ ଶିକ୍ଷକ ବିବାହ କଲେ ଛାତ୍ରୀଙ୍କୁ, ଦେଖନ୍ତୁ ଭିଡିଓ
ନିକଟରେ ସୋସିଆଲ ମିଡିଆରେ ଏକ ଭିଡିଓ ବେଶ୍ ଭାଇରାଲ୍ ହେବାର ଦେଖା ଦେଇଥିଲା । ଯେଉଁଥିରେ ଏକ ବୟସ୍କ ବ୍ୟକ୍ତି ଜଣେ ନିଜ ଝିଅ ବୟସର ଯୁବତିଙ୍କୁ ବିବାହ କରୁଛନ୍ତି । ଏହି ଭିଡଓରେ କୁହା ଯାଇଥିଲା ଯେ ଉକ୍ତ ବ୍ୟକ୍ତି ଜଣଙ୍କ ହେଉଛନ୍ତି ଜଣେ ଶିକ୍ଷକ ଓ ଯୁବତୀ ଜଣକ ହେଉଛନ୍ତି ତାଙ୍କ ଛାତ୍ରୀ ।ଶିକ୍ଷକ ଜଣଙ୍କ ଛାତ୍ରୀ ଟିଉସନ୍ ଫି ନ ଦେଇ ପାରିବାରୁ ତାଙ୍କୁ ବିବାହ କରି ନେଇଛନ୍ତି ।
Follow our WhatsApp channel and get all the Latest news
ଏହି ଭିଡିଓ ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମ ରେ ମଧ୍ୟ ପୋଷ୍ଟ କରା ଯାଇଥିଲା । ଯେଉଁଥିରେ ୟୁଜର୍ସ୍ ମାନଙ୍କର ଭିନ୍ନ ଭିନ୍ନ କମେଣ୍ଟ ମଧ୍ୟ ଦେଖିବାକୁ ମିଳିଥିଲା । ହେଲେ ଆମେ ଆପଣଙ୍କୁ କହି ରଖୁଛୁ ଏହି ଭିଡିଓକୁ ନେଇ ଯେଉଁ କଥା ଭାଇରାଲ୍ କରା ଯାଇଥିଲା ତାହା ସମ୍ପୂର୍ଣ ମିଛ । ଏହି ଭିଡିଓର ବାସ୍ତବତା ହେଉଛି ଏହା ଏକ ସ୍କ୍ରିପ୍ଟେଡ ଭିଡ଼ିଓ ଅଟେ । ଏହାକୁ ଏକ ମନୋରଞ୍ଜନ ପାଇଁ ବନା ଯାଇଥିଲା ।
फीस जमा नहीं कर पाने पर बूढ़े मास्टर ने अपनी स्टूडेंट के साथ शादी कर ली !
— Rumaisa Anam (@Rebel_Rumi_) January 4, 2024
जय टनाटन...🚩 pic.twitter.com/y7wwr4SX69
ଭିଡିଓରେ ଛାତ୍ରୀ ଜଣକ ସ୍କୁଲ୍ ଡ୍ରେସ୍ରେ ରହିଥିବା ବେଳେ କୁର୍ତ୍ତା ପିନ୍ଧିଛନ୍ତି ସାର । ସମ୍ପୃକ୍ତ ଯୁବତୀ ଜଣକ ସୋସିଆଲ ମିଡିଆରେ ଭାଇରାଲ ହେବାକୁ ଏଭଳି ଭିଡିଓ ତିଆରି କରୁଥିବା ଜଣା ପଡ଼ିଛି । ଭାଇରାଲ ଭିଡିଓରେ ଶିକ୍ଷକ ଜଣକ କହିଛନ୍ତି, "ଏ ମୋର ଛାତ୍ରୀ ଥିଲେ । କିନ୍ତୁ ମୋର ଟ୍ୟୁସନ ଫିସ୍ ଦେଇ ପାରୁନଥିଲେ । ବକେୟା ଫିସ୍ ବଢ଼ିବଢ଼ି ୧୦ ହଜାରରେ ପହଞ୍ଚିଥିଲା । ବାରମ୍ବାର ମାଗିବା ପରେ ବି ସେ ଫିସ୍ ଦେଇ ପାରୁନଥିଲେ । ବହୁତ ଭାବିବା ପରେ ମୁଁ ତାଙ୍କ ସହ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲି । ଏବେ ଆପଣମାନେ ଆମକୁ ଆଶୀର୍ବାଦ କରନ୍ତୁ ।"