ତାଲିବାନର ବଡ ପ୍ରତିଶ୍ରୁତି, ଭାରତ ପାଇଁ ଆଶ୍ଵସ୍ତିକର ତ ପାକିସ୍ତାନକୁ ଲାଗିଲା ବଡ ଝଟକା, ଜାଣନ୍ତୁ ପୂରା ଖବର

 
Talliban india pakistan

ଆଫଗାନିସ୍ତାନକୁ ତାଲିବାନ କବ୍ଜା କରିବା ପରେ ଖୁସିରେ ଉତ୍ଫୁଲିତ ହୋଇ ଉଠିଥିଲା ପାକିସ୍ତାନ। କାଶ୍ମୀର ଉପରେ ପାକିସ୍ତାନର ଲୋଲୁପ ଦୃଷ୍ଟି ଥିବାବେଳେ ଏହାକୁ କବ୍ଜା କରିବାକୁ ପ୍ରୟାସ କରିଥାଏ ପାକିସ୍ତାନ। ଏବେ ତାଲିବାନ ଅଧୀନରେ ଥିବା ପଡ଼ୋଶୀ ଦେଶକୁ ବ୍ୟବହାର କରି ଭାରତ ବିରୋଧରେ ଆତଙ୍କବାଦର ଖୋଲା ଖୋଲି ବିସ୍ତାର କରିପାରିବ ବୋଲି ପାକିସ୍ତାନ ଚିନ୍ତା କରିଥିଲା। କିନ୍ତୁ, ମଙ୍ଗଳବାର ତାଲିବାନ ଏଭଳି ଏକ ପ୍ରତିଶ୍ରୁତି ଦେଇଛି ଯାହା ଫଳରେ ପାକିସ୍ତାନର ସବୁ ପ୍ଲାନ ଫସର ଫାଟିଯାଇଛି ଅନ୍ୟପକ୍ଷରେ ଭାରତ ସାମାନ୍ୟ ଆଶ୍ୱସ୍ତି ଲାଭ କରିଛି।

Taliban

ମଙ୍ଗଳବାର ଦିନ ଏକ ସାକ୍ଷାତକାରରେ  ତାଲିବାନ ମୁଖଫାତ୍ର ଜବିହୁଲ୍ଲାହ ମୁଜାହିଦ ଅନ୍ୟ କୌଣସି ଦେଶ ବିରୋଧରେ ଆଫାନିସ୍ତାନ ମାଟିର ବ୍ୟବହାର ହେବାକୁ ଦିଆଯିବ ନାହିଁ ବୋଲି ସ୍ପଷ୍ଟ ଭାବରେ କହିଛନ୍ତି। ବିଶ୍ୱ ସମୁଦାୟ ଏବଂ ପଡ଼ୋଶୀ ଦେଶ ମାନଙ୍କୁ ତାଲିବାନ କିମ୍ବା ଆଫଗାନିସ୍ତାନ ଠାରୁ କୌଣସି ବିପଦ ନାହିଁ ବୋଲି ସେ ଆଶ୍ୱାସନା ଦେଇଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ପୂର୍ବରୁ ମଧ୍ୟ ଭାରତ ଓ ପାକିସ୍ତାନ ଭିତରେ ଥିବା ବିବାଦରେ ତାଲିବାନ ମୁଣ୍ଡ ପୁରାଇବ ନାହିଁ ବୋଲି କହିଥିଲା।

Decision

ଆଫଗାନିସ୍ତାନ କୁ ସମ୍ପୂର୍ଣ୍ଣ ଭାବରେ ଅକ୍ତିଆର କରିବା ପରେ ତାଲିବାନ ପ୍ରଥମ ଥର ପାଇଁ ରାଜଧାନୀ କାବୁଲରୁ ସାରା ବିଶ୍ୱକୁ ସମ୍ଭୋଧିତ କରିଥିଲା। ଅନେକ ଦିନ ପରେ ସାମ୍ନାକୁ ଆସିଥିବା ତାଲିବାନର ରହସ୍ୟମୟ ମୁଖପାତ୍ର ଜବିହୁଲ୍ଲାହ ମୁଜାହିଦ ଗଣମାଧ୍ୟମକୁ ସମ୍ଭୋଧିତ କରିବା ସହ ଆଫଗାନ ମହିଳାମାନଙ୍କୁ ସେମାନଙ୍କର ଅଧିକାର ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।