ଆଫଗାନିସ୍ତାନରେ ସକ୍ରିୟ ହେଲେ ତାଲିବାନ ବିରୋଧୀ ଗୋଷ୍ଠି, 50 ଆତଙ୍କବାଦୀଙ୍କ ଜୀବନ ନେଇଯିବା ସହ କଲେ ଏମିତି

 
Taliban lost 3 districts

ବର୍ତ୍ତମାନ ତାଲିବାନ ଆଫଗାନିସ୍ତାନ ରାଜଧାନୀ କାବୁଲ ଉପରେ କବ୍ଜା କରିବା ପରେ ସେଠାରେ ଆତଙ୍କ ଖେଳିଯାଇଛି। ଏହାରି ମଧ୍ୟରେ ତାଲିବାନକୁ କିଛି ଲୋକେ ପ୍ରତିରୋଧ କରୁଥିବା ନେଇ ଖବର ଆସୁଛି। କେତେକ ରିପୋର୍ଟରେ କୁହାଯାଇଛି ଯେ ତାଲିବାନ ବିରୋଧୀ ଗୋଷ୍ଠୀ ଦେଶର କିଛି ଜିଲ୍ଲାକୁ ପୁନର୍ବାର ଜବରଦଖଲ କରିଛନ୍ତି। ଏହି ଯୁଦ୍ଧରେ ପ୍ରାୟ ୬୦ ତାଲିବାନ ଆତଙ୍କବାଦୀ ମଧ୍ୟ ନିହତ ହୋଇଛନ୍ତି। ଦେଶର ବିଭିନ୍ନ ସ୍ଥାନରେ ଲୋକମାନେ ଘରୁ ବାହାରକୁ ଆସି ତାଲିବାନର ବିରୋଧ କରୁଛନ୍ତି। ଜବାବରେ ତାଲିବାନ ମଧ୍ୟ ଅନେକ ସ୍ଥାନରେ ଏଭଳି ଲୋକଙ୍କ ଉପରକୁ ଗୁଳି ଚାଳନା କରିଥିବା ଶୁଣିବାକୁ ମିଳୁଛି।

Against taliban

ଆଫଗାନିସ୍ତାନର Aśvaka’ – آسواکا ନ୍ୟୁଜ ଏଜେନ୍ସି ରିପୋର୍ଟ ଅନୁଯାଇ ବଘଲାନ ପ୍ରଦେଶର ତିନୋଟି ଜିଲ୍ଲା - ବାନୁ, ପୋଲ-ଇ-ହେସେର ଏବଂ ଦେ ସାଲାହକୁ ସେଠାକାର ଜନ ପ୍ରତିରୋଧ ବାହିନୀ ନିଜ ନିୟନ୍ତ୍ରଣ କୁ ନେଇସାରିଛି। ଏହି ଯୁଦ୍ଧରେ ଅନେକ ତାଲିବାନି ମଧ୍ୟ ନିହତ ହୋଇଥିବାବେଳେ ଅନେକ ଆହତ ହୋଇଛନ୍ତି। ସ୍ଥାନୀୟ ସୂତ୍ର ଅନୁଯାୟୀ ଏହି ଯୁଦ୍ଧରେ ପ୍ରାୟ ୬୦ ତାଲିବାନି ନିହତ ହୋଇଥିବା କୁହାଯାଉଛି।

Taliban

ପୋଲ-ଇ-ହେସେର୍ ଜିଲ୍ଲା କାବୁଲର ଉତ୍ତରରେ ଥିବା ପଞ୍ଜଶୀର ଉପତ୍ୟକା ନିକଟରେ ଅବସ୍ଥିତ। ଏହା ହେଉଛି ଆଫଗାନିସ୍ତାନର ଏକମାତ୍ର ପ୍ରଦେଶ ଯେଉଁଠାରେ ତାଲିବାନ ଆଜି ପର୍ଯ୍ୟନ୍ତ ନିୟନ୍ତ୍ରଣ କରିପାରି ନାହିଁ। ତାଲିବାନ ଆଗରେ ମୁଣ୍ଡ ନୁଆଇଁବା ପାଇଁ ମନା କରିବା ପରେ ନିଜକୁ କାର୍ଯ୍ୟକାରୀ ରାଷ୍ଟ୍ରପତି ଘୋଷଣା କରିଥିବା ଆଫଗାନିସ୍ତାନର ଉପ-ରାଷ୍ଟ୍ରପତି ଅମରୁଲ୍ଲା ସାଲେହ ମଧ୍ୟ ଏଠାରେ ଅଛନ୍ତି ବୋଲି କୁହାଯାଉଛି। ସେ, ରେଜିଷ୍ଟାନ୍ସ ଫୋର୍ସର କମାଣ୍ଡର ଅହମ୍ମଦ ମାସୁଦଙ୍କ ସହ ଆଫଗାନିସ୍ତାନକୁ ତାଲିବାନ ଶାସନରୁ ମୁକ୍ତ କରିବା ପାଇଁ ସଂଗ୍ରାମ ଜାରି ରଖିଛନ୍ତି।