ଦେଖନ୍ତୁ ଭିଡ଼ିଓ: ୨୨ ଜଣ ଯବାନଙ୍କୁ ସର୍ବସମ୍ମୁଖରେ ଗୁଳି କରିଦେଲା ତାଲିବାନ ଆତଙ୍କବାଦୀ ! ଏହି ଭିଡ଼ିଓ ସୋସିଆଲ ମିଡ଼ିଆ ଭାଇରଲ

 
Soldiers killed

ଦୁନିଆର ସବୁଠାରୁ ଦୁର୍ଦାନ୍ତ ଆତଙ୍କବାଦୀ ସଂଗଠନ ମାନଙ୍କ ମଧ୍ୟରେ 'ତାଲିବାନ'ର ନାମ ଶୀର୍ଷରେ ରହିଥାଏ। ଭାରତ, ପାକିସ୍ତାନ, ଆମେରିକା ପରି ଦୁନିଆର ଅନେକ ଦେଶରେ ହିଂସା ଏବଂ ଆତଙ୍କବାଦ ସୃଷ୍ଟି କରିବାରେ ଏହାର ହାତ ରହି ଆସିଛି। ବର୍ତ୍ତମାନ ସମୟରେ ଆତଙ୍କବାଦକୁ କେତେକାଂଶରେ ନିୟନ୍ତ୍ରଣ କରାଯାଇଥିଲେ ମଧ୍ୟ ଆଫଗାନିସ୍ତାନ ପରି କେତେକ ଦେଶରେ ତାଲିବାନ ନିଜର କବ୍ଜା ଜାରି ରଖିଛି।

କିଛି ଦିନ ତଳେ ଏହାର ଏକ ନମୁନା ଦେଖିବାକୁ ମିଳିଥିଲା ଯେଉଁଥିରେ ନିରସ୍ତ୍ର ଥିବା ୨୨ ଜଣ ଆଫଗାନି ଯବାନଙ୍କୁ ସର୍ବସମ୍ମୁଖରେ ତାଲିବାନ ଗୁଳି କରି ହତ୍ୟା କରିଥିଲେ। ଯାହାର ଏକ ଭିଡ଼ିଓ ଗଣମାଧ୍ୟମରେ ଭାଇରଲ ହେବାରେ ଲାଗିଛି। ଏହି ଘଟଣା ୧୬ ଜୁନ୍ ୨୦୨୧ ରେ ଘଟିଥିବା ବେଳେ ଏହା ଆଫଗାନିସ୍ତାନ ଉତ୍ତର ଫରିୟାବ ପ୍ରଦେଶର ଦେଉଲତାବାଦରେ ଘଟିଥିବା ସୂଚନା ମିଳିଛି। ଭିଡ଼ିଓଟିରେ ୨୨ ଜଣ ଆଫଗାନ ସୈନିକ ତାଲିବାନ ଆଗରେ ଆତ୍ମସମର୍ପଣ କରୁଥିବା ସ୍ପଷ୍ଟ ଭାବରେ ଦେଖାଯାଉଛି। କିନ୍ତୁ, ଯବାନମାନେ ଆତ୍ମସମର୍ପଣ କରିବା ମାତ୍ରେ ସେମାନଙ୍କୁ ଗୁଳି କରି ହତ୍ୟା କରି ଦିଆଯାଇଥିଲା। ଦେଖନ୍ତୁ ଭିଡ଼ିଓ:-


ମିଳିଥିବା ସୂଚନା ଅନୁଯାଇ ଉକ୍ତ ସହର ଉପରେ କବ୍ଜା କରିବା ପାଇଁ ତାଲିମପ୍ରାପ୍ତ ଏହି କିଛି ସୈନିକଙ୍କୁ ସେଠାକୁ ପଠାଯାଇଥିଲା। କିନ୍ତୁ ପ୍ରାୟ ୨ ଘଣ୍ଟାର ଯୁଦ୍ଧ ପରେ ସେନା ପାଖରେ ଗୁଳି ବାରୁଦ ସାରିଯିବାରୁ ଏବଂ ଆଫଗାନ ସେନା ପକ୍ଷରୁ କୌଣସି ସହାୟତା ନ ମିଳିବାରୁ ସେମାନେ ଆତ୍ମସମର୍ପଣ କରିବା ପାଇଁ ବାଧ୍ୟ ହୋଇଥିଲେ। ଲୋକଙ୍କ ମନରେ ଭୟ ସୃଷ୍ଟି କରିବା ପାଇଁ ତାଲିବାନ ଏହି ଯବାନମାନଙ୍କୁ ରାସ୍ତା ମଝିରେ ଅତି ନିର୍ମମ ଭାବରେ ଗୁଳି କରି ହତ୍ୟା କରିଥିଲା ବୋଲି ସ୍ଥାନୀୟ କିଛି ଦେଖାଣାହରି ପ୍ରକାଶ କରିଛନ୍ତି। 

ଏଠାରେ ଉଲ୍ଲେଖଯୋଗ୍ୟ ଯେ ୯୦ ଦଶକରେ ଆଫଗାନିସ୍ତାନ ଉପରେ ତାଲିବାନର କବ୍ଜା ରହିଥିଲା। କିନ୍ତୁ, ଆମେରିକୀୟ ସେନାର ହସ୍ତକ୍ଷପ ପରେ ସେଠାକାର ସ୍ଥିତିରେ କିଛି ମାତ୍ରାର ସୁଧାର ଆସିଥିଲା। ବର୍ତ୍ତମାନ ଆଫଗାନିସ୍ତାନରେ ତାଲିବାନର ୮୫% କବ୍ଜା ରହିଛି ବୋଲି ସେମାନେ ଦାବି କରୁଥିଲେ ମଧ୍ୟ ବିଶେଷଜ୍ଞମାନଙ୍କ ମତରେ ସେଠାକାର ୩୦% ଗ୍ରାମାଞ୍ଚଳ ଇଲାକାରେ ତାଲିବାନ ସକ୍ରିୟ ରହିଛି।