ଆମେରିକା ସେନାକୁ ସାହାଯ୍ୟ କରିବାରୁ ଯୁବକଙ୍କୁ ହେଲିକପ୍ଟରରେ ବାନ୍ଧି ଝୁଲାଇ ଉଡ଼ାଇଲା ତାଲିବାନ୍, ଦେଖନ୍ତୁ ଭିଡ଼ିଓ

 
Viral video

ପୂର୍ବରୁ ଯାହା ଆଶା କରାଯାଉଥିଲା ଆଫଗାନିସ୍ତାନରେ ସେହିପରି କିଛି ଘଟଣା ଘଟିବାକୁ ଯାଉଅଛି। ଖାସ୍ କରି କାବୁଲରୁ ଆମେରିକା ନିଜର ସମସ୍ତ ସୈନିକ ପ୍ରତ୍ୟାହାର କରିନେବା ପରେ ତାଲିବାନର ଉପଦ୍ରବ ଆହୁରି ବଢିଯାଇଛି। ଏହାର ଉଧାରଣ ସ୍ୱରୂପ ଅମେରିକୀୟ ସୈନିକଙ୍କୁ ସାହାଯ୍ୟ କରୁଥିବା ଜଣେ ବ୍ୟକ୍ତିଙ୍କୁ ତାଲିବାନ ହେଲିକପ୍ଟରରେ ବାନ୍ଧି ଉଡ଼ାଉଥିବାର ଭିଡ଼ିଓ ଭାଇରାଲ ହେଉଛି।

Taliban

ମିଳିଥିବା ସୂଚନା ଅନୁଯାଇ ପୂର୍ବ ନିର୍ଦ୍ଧାରିତ ଡେଡ଼୍‌ଲାଇନ୍ ଅନୁସାରେ ଅଗଷ୍ଟ ୩୦ ତାରିଖରେ, ଆମେରିକା ନିଜର ସୈନ୍ୟବାହିନୀକୁ ସମ୍ପୂର୍ଣ୍ଣ ଭାବରେ ପ୍ରତ୍ୟାହାର କରିନେଇଥିଲା। ଏହାର ଗୋଟିଏ ଦିନ ପରେ ଆମେରିକାକୁ ସାହାଯ୍ୟ କରୁଥିବା ଜଣେ ବ୍ୟକ୍ତିଙ୍କୁ ତାଲିବାନ ହେଲିକପ୍ଟରରେ ବାନ୍ଧି ଝୁଲାଇ ନେଉଥିବ ଦେଖିବାକୁ ମିଳିଥିଲା। ତେବେ ଏହା ତାଲିବାନ ଦ୍ୱାରା ଦିଆଯାଇଥିବା କୌଣସି ପ୍ରକାରର ଦଣ୍ଡ ଅଥବା ଆଉ କିଛି ତାହା ଜଣାପଡିନାହିଁ। ସେହିପରି ଉକ୍ତ ବ୍ୟକ୍ତିଙ୍କ ସଠିକ ପରିଚୟ ଏବଂ ଘଟଣାର ସତ୍ୟାସତ୍ୟ ବିଷୟରେ ମଧ୍ୟ ସଠିକ ସୂଚନା ମିଳିପାରିନାହିଁ। ଦେଖନ୍ତୁ ଭିଡ଼ିଓ:-

ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ତାଲିବାନ ଦ୍ୱାରା ବ୍ୟବହାର କରାଯାଇଥିବା ହେଲିକପ୍ଟରଟି ଅମେରିକୀୟ ସେନାର ବୋଲି ସୂଚନା ମିଳିଛି। ଗୋଟିଏ ପଟେ ଆମେରିକା ଆଫଗାନିସ୍ତାନରେ ଥିବା ନିଜର ସମସ୍ତ ଅସ୍ତ୍ରଶସ୍ତ୍ର ଏବଂ ହେଲିକପ୍ଟର ଗୁଡ଼ିକୁ ଅକାମୀ କରି ଦେଇଥିବା କହିଥିବା ବେଳେ, ଏହି ଭିଡ଼ିଓରେ ଆମେରିକା ସେନାର ହେଲିକପ୍ଟରକୁ ତାଲିବାନୀ କିପରି ଉଡ଼ାଉଛନ୍ତି ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।