ସରକାରଙ୍କ ଉପରେ ବର୍ଷିଲେ ସୁପ୍ରିମ କୋର୍ଟ ମୁଖ୍ୟ ବିଚାରପତି ଏନ.ଭି ରାମନା, କହିଲେ "ମାଗଣା ସ୍କିମ ବାଣ୍ଟି ବାଣ୍ଟି...

 
Supreme court

ଭୋଟ ନେବା ପାଇଁ ମାଗଣା ସ୍କିମ ବାଣ୍ଟି ବାଣ୍ଟି କ୍ଷମତାକୁ ଆସୁଛନ୍ତି ସରକାର । ଏହି ଘଟଣା କୁ ନେଇ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି N. V. Ramana କଠୋର ରୂପରେ ସରକାରଙ୍କ ଉପରେ ବର୍ଷିଛନ୍ତି। 

ଏନ.ଭି ରାମନା କହିଛନ୍ତି ଯେ ନିର୍ବାଚନ ସମୟରେ ରାଜନୈତିକ ଦଳଗୁଡିକ ମୁକ୍ତ ଯୋଜନା ଘୋଷଣା ନକରିବାକୁ ସୁପ୍ରିମକୋର୍ଟରେ ଶୁଣାଣି ହେବା ଆବଶ୍ୟକ। ସେ କହିଛନ୍ତି ଯେ ଆମେ ବର୍ତ୍ତମାନ ନିର୍ବାଚନ ଆୟୋଗଙ୍କୁ କୌଣସି କ୍ଷମତା ଦେବାକୁ ଯାଉ ନାହୁଁ, କିନ୍ତୁ ଏହି ପ୍ରସଙ୍ଗରେ ଏକ ବଡ଼ ନିଷ୍ପତି ନେବା ଆବଶ୍ୟକ।

Supreme court

ବର୍ତ୍ତମାନ ବଦଳିଥିବା ରାଜନୀତିର ପରିଭାଷାରେ ରାଜନେତାଙ୍କ ହାବଭାବକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଏନ. ଭି ରମନ୍ନା। କିଛି ଦଳ ମାଗଣା ସ୍କିମ ବାଣ୍ଟି କ୍ଷମତାକୁ ଆସୁଛନ୍ତି। ଲୋକଙ୍କୁ ଭୂଆଁ ବୁଲାଇବା ପାଇଁ ନିର୍ବାଚନ ବେଳେ କୌଣସି ବଡ଼ ପ୍ରତିଶ୍ରୁତି ନଦେଇ ମାଗଣା ସ୍କିମ ଦେଉଛନ୍ତି। ଦେଶର ଅର୍ଥନୀତି ଉପରେ ଯେ, ଏହାର କେତେ ପ୍ରଭାବ ପଡିବ ସେ କଥା ଆକଳନ ନ କରି କ୍ଷମତା ଲୋଭରେ ଦେଇ ଦେଉଛନ୍ତି ପୁଳା ପୁଳା ଟଙ୍କା।

AAP ଦଳକୁ ନେଇ ସୁପ୍ରିମ କୋର୍ଟରେ ଦାଖଲ ହୋଇଥିଲା ଏକ ମାମଲା: 

ଆମ ଆଦାମି ପାର୍ଟି ବିରୋଧରେ ସୁପ୍ରିମ କୋର୍ଟରେ ଦାଖଲ ହୋଇଥିବା ଏକ ଜନ ସ୍ଵାର୍ଥ ମାମଲାର ଶୁଣାଣି କରି ବିଚାରପତି ଏକ ଟିପ୍ପଣୀ କରିଛନ୍ତି। ଏହି ଆବେଦନ ବିରୋଧରେ ଆମ୍ ଆଦମୀ ପାର୍ଟି ଦୃଢ ବିରୋଧ କରୁଥିବାବେଳେ AAP ପକ୍ଷରୁ ସୁପ୍ରିମକୋର୍ଟରେ କୁହାଯାଇଛି ଯେ ଗରୀବଙ୍କ ପାଇଁ କଲ୍ୟାଣ ଯୋଜନା ଫ୍ରି ନୁହେଁ। ଦଳ ପକ୍ଷରୁ କୁହାଯାଇଛି ଯେ ଯଦି ଏହି ପ୍ରସଙ୍ଗରେ ଶୁଣାଣି ଚାଲିଛି, ତେବେ ଏଥିରେ ସାଂସଦ, ବିଧାୟକ ଏବଂ କର୍ପୋରେଟରମାନଙ୍କୁ ଦିଆଯାଇଥିବା ଭତ୍ତାର ମଧ୍ୟ ମୂଲ୍ୟାଙ୍କନ କରାଯିବା ଉଚିତ।

ଯଦି ନିର୍ବାଚନୀ ପ୍ରଚାର ବେଳେ ନେତାଙ୍କ ଭାଷଣ ଉପରେ ଆୟୋଗ ତତ୍ପରାର ସହ କଠୋର ପଦକ୍ଷେପ ନିଅନ୍ତେ ତେବେ ଏଭଳି ଦୁର୍ଦିନ ଦେଖିବାକୁ ମିଳନ୍ତା ନାହିଁ ବୋଲି ସେ ତାଗିତ କରିଛନ୍ତି। ତା ହେଲେ ଏହି ପ୍ରସଙ୍ଗ ଉପରେ ଆପଣ ମାନଙ୍କର ମତାମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାନ୍ତୁ।