ଅଜବ୍ ପ୍ରେମ! ସ୍ୱାମୀକୁ ଛାଡପତ୍ର ଦେଇ ଶ୍ୱଶୁରଙ୍କୁ ବିବାହ କଲେ ବୋହୂ, ପୂରା ଘଟଣା ବିଷୟରେ ଜାଣି ହେବେ ଆଶ୍ଚର୍ଯ୍ୟ

 
ଅଜବ୍ ପ୍ରେମ! ସ୍ୱାମୀକୁ ଛାଡପତ୍ର ଦେଇ ଶ୍ୱଶୁରଙ୍କୁ ବିବାହ କଲେ ବୋହୂ, ପୂରା ଘଟଣା ବିଷୟରେ ଜାଣି ହେବେ ଆଶ୍ଚର୍ଯ୍ୟ

କୁହାଯାଏ ଯୋଡ଼ି ଉପରେ ତିଆରି ହୋଇ ଆସିଥାଏ। କିନ୍ତୁ ବେଳେବେଳେ କିଛି ବିବାହ ଏମିତି ହୋଇଥାଏ, ଯାହା ଚର୍ଚ୍ଚାର ବିଷୟ ପାଲଟିଥାଏ। ଏମିତି ହିଁ ଏକ ବିବାହ ଏବେ ଚର୍ଚ୍ଚାକୁ ଆସିଛି। ଜଣେ ମହିଳା ନିଜ ସ୍ୱାମୀଙ୍କୁ ଛାଡପତ୍ର ଦେବା ପରେ ତାଙ୍କ ଶ୍ୱଶୁରଙ୍କୁ ବିବାହ କରିଛନ୍ତି। ଉଭୟଙ୍କ ବୟସର ପ୍ରାୟ 30 ବର୍ଷର ବ୍ୟବଧାନ ଅଛି, କିନ୍ତୁ ସେମାନେ କହିଛନ୍ତି ଯେ ଏହା ସେମାନଙ୍କ ସମ୍ପର୍କକୁ ପ୍ରଭାବିତ କରେ ନାହିଁ। ଆଜି ଉଭୟ ନିଜ ସମ୍ପର୍କକୁ ନେଇ ବହୁତ ଖୁସି ଅଛନ୍ତି। ଉଭୟ ମଧ୍ୟ ଏକ ସନ୍ତାନର ପିତାମାତା।

ମହିଳାଙ୍କ ନାମ ଏରିକା କ୍ୱିଗାଲ୍ (31), ଯିଏ ତାଙ୍କଠାରୁ 29 ବର୍ଷ ବଡ ଜେଫ୍ (60) ଙ୍କ ସହିତ ବିବାହ କରିଛନ୍ତି। ସେ କହିଛନ୍ତି ଯେ ଯେତେବେଳେ ସେ 16 ବର୍ଷ ବୟସରେ ଜେଫଙ୍କୁ ଭେଟିଥିଲେ। ସେହି ସମୟରେ, ଜେଫଙ୍କ ସାବତ କନ୍ୟା ସହିତ ତାଙ୍କର ବନ୍ଧୁତା ଥିଲା। ଏହି ସମୟରେ ସେ ଜେଫଙ୍କ ସାବତ ପୁଅ ଜଷ୍ଟିନଙ୍କୁ ଭେଟିଥିଲେ ଏବଂ ଦୁହେଁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ଏରିକା କହିଛନ୍ତି ଯେ ସେ ପର୍ଯ୍ୟନ୍ତ ସେ ଜେଫଙ୍କ ପ୍ରତି ଥିବା ଭାବନାକୁ ଅନୁଭବ କରିନଥିଲେ।

ଖବର ଅନୁଯାୟୀ, ଏରିକା କିଛି ବର୍ଷ ପରେ ସ୍ୱାମୀ ଜଷ୍ଟିନଙ୍କ ସହ ତାଙ୍କର ସମ୍ପର୍କ ଶେଷ କରିଥିଲେ। ଯଦିଓ ଉଭୟ ଏକ ସନ୍ତାନର ପିତାମାତା ଥିଲେ, ସେମାନେ ଛାଡପତ୍ର କରିବାକୁ ନିଷ୍ପତ୍ତି ନେଇଥିଲେ। ତା’ପରେ ସେ ଶ୍ୱଶୁର ଜେଫଙ୍କ ସହ ସମୟ ବିତାଇବା ଆରମ୍ଭ କଲେ। ସେମାନେ ପରସ୍ପର ପ୍ରତି ଥିବା ଫିଲିଂଗସକୁ ଅନୁଭବ କଲେ, ଯାହାକୁ ସେମାନେ ସ୍ୱୀକାର କରିଥିଲେ ଏବଂ 2018 ମସିହାରେ ସେମାନେ ଶେଷରେ ବିବାହ କରିଥିଲେ। ତାଙ୍କର ଏକ ସନ୍ତାନ ମଧ୍ୟ ଅଛି।